ଆଖି ଖୋଲୁଛନ୍ତି ପୁଣି ବନ୍ଦ କରୁଛନ୍ତି ଗଣେଶ, ଏହି ନିଆରା ମୂର୍ତ୍ତି ଏବେ ସମସ୍ତଙ୍କ ମନ ଜିତିଛି

ପୁରୁଣା କାଗଜରେ ଗଜାନନଙ୍କ ମୂର୍ତ୍ତି। ପ୍ରଦୂଷଣ ରୋକିବା ପାଇଁ ସୁପ୍ରିୟାଙ୍କ ନିଆରା ପ୍ରୟାସ ।

ରାଇରଙ୍ଗପୁର(କେନ୍ୟୁଜ୍‌) : ଆଖି ଖୋଲୁଛନ୍ତି ପୁଣି ବନ୍ଦ କରୁଛନ୍ତି ଅଗ୍ରପୂଜ୍ୟ ଗଣେଶ । ମୁଣ୍ଡ ଉପରେ ତାଙ୍କୁ ଆଶିର୍ବାଦ ଦେଉଛନ୍ତି ମାତା ପାର୍ବତୀ ଏବଂ ପତା ମହାଦେବ । ଏହି ନିଆରା ଗଣେଶ ମୂର୍ତ୍ତି ଏବେ ସମସ୍ତଙ୍କ ମନ ଜିତିଛି । ଗତକାଲି ଅଗ୍ର ପୂଜ୍ୟ ଗଜାନନ ଧରାବତରଣ କରିଛନ୍ତି । ସେଥିପାଇଁ ଚାରିଆଡେ ଉତ୍ସବ ମୁଖର । ଲହି ଅବସରରେ ନିଆରା ଢଙ୍ଗରେ ବାବା ଗଜାନନଙ୍କୁ ସ୍ୱାଗତ କରିଛନ୍ତି ଭକ୍ତ । ଏ ଦୃଶ୍ୟ ହେଉଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବାଇଦାପୋଷି କଲୋନୀର । ଯେଉଁ ଠାରେ କି ଅଗ୍ରପୂଜ୍ୟ ଗଣେଶ ଆଖି ଖୋଲୁଛନ୍ତି।

ସବୁଠାରୁ ଖାସ୍ କଥା ପୁରୁଣା କାଗଜରେ ନିର୍ମାଣ ହୋଇଛନ୍ତି ଏହି ୫ଫୁଟ ବିଶିଷ୍ଟ ଗଣେଶଙ୍କ ମୂର୍ତ୍ତି । ବାଇଦାପୋଷି କଲୋନୀ ସାହିର ଝିଅ ସୁପ୍ରିୟା ବାରିକ ନିର୍ମାଣ କରିଛନ୍ତି କାଗଜରେ ଗଣେଶ ମୂର୍ତ୍ତି। ପୁରୁଣା କାଗଜ, ମଇଦା, ପେଟି ଏବଂ କପଡା କୁ ସଂଗ୍ରହ କରି ଏକ ସୁନ୍ଦର ଗଣେଶଙ୍କ ମୂର୍ତ୍ତି ତିଆରି କରି ଏବେ ଚର୍ଚ୍ଚାରେ ସୁପ୍ରିୟା । ଏହି ମୂର୍ତ୍ତି କେବଳ ଦେଖିବା ପାଇଁ ସୁନ୍ଦର ନୁହେଁ ଏ ଥିରେ ଲାଗିଥିବା ଆଖି ପଲକର ଚଳନ କରି ଗଣେଶ ବାବାଙ୍କୁ ଜୀବନ୍ତ ରୂପ ଦେଇଛନ୍ତି ସୁପ୍ରିୟା।

ଏପଟେ ନଡା ଏବଂ ମାଟିରେ ମୂର୍ତ୍ତି ତିଆରି ପାଇଁ ଅଧିକ ଖର୍ଚ୍ଚ ହୋଇଥିବାବେଳେ ମୂର୍ତ୍ତି ବିସର୍ଜନ ପରେ ପରିବେଶ ମଧ୍ୟ ପ୍ରଦୂଷଣ ହୋଇଥାଏ । ଏଣୁ ସ୍ୱଳ୍ପ ବ୍ୟୟରେ କାଗଜ ମୂର୍ତ୍ତି ତିଆରି କରି ପରିବେଶ ପ୍ରଦୂଷଣକୁ ରକିବାର ଏହା ଏକ ପ୍ରୟାସ ବୋଲି କହିଛନ୍ତି ସୁପ୍ରିୟା । ସୁପ୍ରିୟାଙ୍କ ଏଭଳି କଳାକୃତି କୁ ପ୍ରସଂସା କରିବା ସହ ଗଜାନନଙ୍କୁ ଦର୍ଶନ କରିବା ପାଇଁ ଛୁଟୁଛି ଲୋକଙ୍କର ସୁଅ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.