Below header

ଭାଗ୍ୟ ପୁଣି କଲା କମାଲ୍‌ : ତୃତୀୟ ରତ୍ନ ପଥର ଖୋଜିପାଇଲେ ଖଣିରେ କାମ କରୁଥିବା ସେଇ ଶ୍ରମିକ

ଆପଣ ନିଜ ଭାଗ୍ୟ ଉପରେ ଭରସା କରନ୍ତି ? ଯଦି ମାନୁନାହାନ୍ତି, ତେବେ ଏହି ଖବର ପଢିଲା ପରେ ନିଶ୍ଚିତ ଭାବେ ଭରସା କରିବେ। ଭାଗ୍ୟ କାହାକୁ ରାଜାରୁ ରଙ୍କ ଏବଂ ଅନ୍ୟ କାହାକୁ ରଙ୍କରୁ ରାଜା କରିଦିଏ। ତାଞ୍ଜାନିଆର ଇତିହାସରେ ସବୁଠୁ ବଡ଼ ରତ୍ନପଥର ମିଳିଛି। କରୋନା ସଙ୍କଟମୟ ସମୟ ମଧ୍ୟ ଜଣେ ଶ୍ରମିକଙ୍କ ପାଇଁ ବହୁତ ଶୁଭ ପ୍ରମାଣିତ ହେଲା । ୨୪ ଜୁନ୍ ୨୦୨୦ରେ ତାଞ୍ଜାନିଆର ଖଣିରେ କାମ କରୁଥିବା ଶ୍ରମିକ Saniniu Laizerଙ୍କୁ ୨ଟି ଏମିତି ଦୁର୍ଲଭ ରତ୍ନ ପଥର ମିଳିଲା ଯାହା ପରେ ସେ ରାତାରାତି କୋଟିପତି ପାଲଟି ଯାଇଥିଲେ।

Saniniu Laizer ଙ୍କୁ ୨ଟି ରତ୍ନ ପଥର ମିଳିଥିଲା ଯାହାର ଓଜନ ୯.୨୭ କିଲୋ ଥିଲା ଏବଂ ଅନ୍ୟଟିର ଓଜନ ୫.୧୦୩ କିଲୋ । ଏହି ୨ଟି ପଥର ବଦଳରେ ସେଠାକାର ସରକାର ତାଙ୍କୁ ୭.୭୪ ବିଲିୟମ୍ ଅର୍ଥାତ୍ ପ୍ରାୟ ୨୫ କୋଟି ୩୬ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ । ଏହି ୨ ରତ୍ନ ପଥରକୁ ତାଞ୍ଜାନିଆର ବ୍ୟାଙ୍କରେ ରଖାଯାଇଛି ।

stone

୨ଟି ରତ୍ନ ପଥର ମିଳିଥିବା ଘଟଣାକୁ ୨ ମାସ ନ ବିତୁଣୁ ପୁଣି ଏହି ଭାଗ୍ୟବାନ ବ୍ୟକ୍ତିଜ ଣକୁ ଆଉ ଗୋଟେ ଅର୍ଥାତ୍‌ ତୃତୀୟ ରତ୍ନ ପଥର ମିଳିଛି । ଏହାର ଓଜନ ୬.୩ କିଲୋଗ୍ରାମ । ଏହି ଖଣିରେ କାମ କରୁଥିବା ଶ୍ରମିତ ତୃତୀୟ ବଡ ପଥର ଖୋଜିଛନ୍ତି । ଏହା ପୂର୍ବ ୨ଟି ଅପେକ୍ଷା ଅଧିକ ମୂଲ୍ୟବାନ । ଅର୍ଥାତ୍ ପୁଣି ସରକାର ତାଙ୍କୁ ଅର୍ଥରାଶି ପ୍ରଦାନ କରିବେ ।

ତାଞ୍ଜାନାଇଟ୍ ରତ୍ନ କେବଳ ପୂର୍ବ ଆଫ୍ରିକା ରାଷ୍ଟ୍ରରେ ଉତ୍ତରରେ ଛୋଟରୁ ଛୋଟ ଅଞ୍ଚଳରେ ମିଳିଥାଏ । ଏହି ପଥର ପୃଥିବୀର ସବୁଠାରୁ ଦୁର୍ଲଭ ରତ୍ନ ମଧ୍ୟରୁ ଗୋଟିଏ । ଭୂବୈଜ୍ଞାନିକଙ୍କ ଅନୁସାରେ ଏହା ଆଗାମୀ ୨୦ ବର୍ଷରେ ଗାଏବ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.