Below header

ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲ ନିଲଙ୍ଗେକରଙ୍କ ଦେହାନ୍ତ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲ ନିଲଙ୍ଗେକର ବୁଧବାର ଦିନ ସକାଳେ ପୁନେଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ରୋଗାଗ୍ରସ୍ତ ହୋଇ ସେ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ବୋଲି ପରିବାର ତରଫରୁ ସୂଚନା ମିଳିଛି।

ନିକଟରେ ସେ କରୋନା ସଂକ୍ରମିତ ହୋଇଥିଲେ। ମାତ୍ର ପରେ ସୁସ୍ଥ ହୋଇଥିଲେ। କରୋନା ନେଗେଟିଭ୍‌ ବାହାରିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ମରାଠାଓ୍ଵାଡ଼ା ଅଞ୍ଚଳର ଲାତୁରର ବରିଷ୍ଠ କଂଗ୍ରେସ ନେତା ନିଲଙ୍ଗେକର ଜୁନ୍‌ ୧୯୮୫ରୁ ମାର୍ଚ୍ଚ ୧୯୮୬ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ।

ନିଲଙ୍ଗେକର ନିଜ ଝିଅ ଓ ତାଙ୍କ ସାଙ୍ଗଙ୍କ ସାହାଯ୍ୟ ପାଇଁ ୧୯୮୫ରେ ଏମ୍‌ଡି ପରୀକ୍ଷାର ଫଳାଫଳରେ ଏପଟସେପଟ କରିଥିବା ନେଇ ଅଭିଯୋଗ ହେବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.