Below header

୩୩୦ ଫୁଟ ଉଚ୍ଚତାରେ ରହିଛି ଏହି ଅଦ୍ଭୁତ ଝରଣା, ଚଢିବା ବେଳେ ଜମାରୁ ଖସେନି ପାଦ

ପୃଥିବୀରେ ଏମିତି ଅନେକ ଜିନିଷ ଅଛି ଯାହା ନିଜ ସ୍ୱତନ୍ତ୍ରତା ପାଇଁ ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ। ସାଧାରଣତଃ କୌଣସି ଝରଣା ଉପରକୁ ଚଢିଲା ସମୟରେ ଶିଉଳି ଯୋଗୁ ପାଦ ଖସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଝରଣା ବିଷୟରେ କହିବୁ ଯାହାର ଉପର ପର୍ଯ୍ୟନ୍ତ ଆପଣ ବିନା କୌଣସି ଅସୁବିଧାରେ ଚଢିପାରିବେ ଓ ଆପଣଙ୍କ ପାଦ ମଧ୍ୟ ଖସିବ ନାହିଁ।

buatong2

ଥାଇଲ୍ୟାଣ୍ଡରେ ରହିଥିବା ‘ବୁଆ ଥାଙ୍ଗ’ ନାମକ ଏହି ଅଦ୍ଭୁତ ଝରଣାରେ ଆପଣ ଦୌଡ଼ି ଦୌଡ଼ି ମଧ୍ୟ ଚଢିପାରିବେ। ୩୩୦ ଫୁଟ ଉଚ୍ଚତାଯୁକ୍ତ ଏହି ଝରଣାକୁ ‘ଚିପଚିପା’ ଝରଣା ମଧ୍ୟ କୁହାଯାଏ। ଏହି ଝରଣାରେ ବହୁଥିବା ପାଣି ଦେଖିବାକୁ ଧଳା ରଙ୍ଗର ହୋଇଥାଏ। ଯଦି ଝରଣାରେ ସିଧା ଚଢିବାକୁ ଜଣକୁ ଅସୁବିଧା ହେଉଛି ତେବେ ଝରଣା ପାଖରେ ଥିବା ରସିକୁ ଧରି ଚଢି ଓ ଓହ୍ଲାଇ ପାରିବେ।

buatong3

ବୁଆ ଥାଙ୍ଗ ଓ୍ଵାଟରଫଲରେ ସହଜରେ ଗ୍ରିପ କରୁଥିବା ଲାଇମ ଷ୍ଟୋନ ରହିଛି ଯାହାକୁ ଛୁଇଁଲେ ଟାଣ ସ୍ପଞ୍ଜ ଭଳି ଅନୁଭବ ହୁଏ।ଏହା ସହିତ ଝରଣାର ଜଳସ୍ରୋତରେ କ୍ୟାଲସିୟମର ମାତ୍ରା ଅଧିକ ରହିଥିବାରୁ ଏହାର ଚଟାଣରେ ଶିଉଳି ଜମି ନଥାଏ।ଏହିସବୁ କାରଣରୁ ଜଣେ କ୍ଷତ ବିକ୍ଷତ ନହୋଇ ସହଜରେ ଚଢି ପାରିବେ। ଏହି ଚିପଚିପା ଝରଣା ପାଣିରେ ରହିଥିବା ଚୁନ ଏହାର ପାଣିକୁ କ୍ଷୀର ଭଳି ଧଳା ରଙ୍ଗରେ ପରିଣତ କରିଥାଏ।ଅନ୍ୟ ପକ୍ଷରେ ଏହାର ଗୋଲାକାର ଚଟାଣ ଓ୍ଵାଟର ସ୍ଲାଇଡ ଭଳି ରହିଥାଏ। ଅଧିକାଂଶ ଲୋକେ ଏହି ଝରଣା ଉପରକୁ ଚଢିବା ପାଇଁ ଏଠାକୁ ଆସିଥାନ୍ତି। ପ୍ରାୟତଃ ସମସ୍ତେ ଉପରକୁ ରସି ଛଡା ସିଧା ଚଢିବାକୁ ବେଶି ପସନ୍ଦ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.