ଗୋଟିଏ ହାତରେ ୧୫ ଆଙ୍ଗୁଠି ତ ଗୋଡ଼ରେ ୧୬ ଟି ଆଙ୍ଗୁଠି, ଅଲଗା ଦୁନିଆର ଲାଗୁଛି ଏହି ଶିଶୁ

୪ ବର୍ଷର ଶିଶୁ ହାଙ୍ଗ ହାଙ୍ଗ ଯିଏକି ଚାଇନାରେ ରୁହେ ତାର ଶରୀରର ଗଠନ ଦେଖିଲେ ଆପଣ ବି ଆଶ୍ଚର‌୍ୟ୍ୟ ହୋଇଯିବେ । ଏହି ପିଲାର ପାଦରେ ରହିଛି ୧୬ ଟି ଆଙ୍ଗୁଠି । ହାଙ୍ଗ ହାଙ୍ଗ୧୫ ଜାନୁୟାରୀ ୨୦୧୬ ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଶରୀରରେ ସମୁଦାୟ ୨୭ଟି ଆଙ୍ଗୁଠି ରହିଛି । ତାଙ୍କର ପାଦରେ ୧୬ ଟି ଆଙ୍ଗୁଠି ଥିବାବେଳେ ହାତରେ ୧୫ ଟି ଆଙ୍ଗୁଠି ରହିଛି । ଏହି ଅଜବ ଶିଶୁକୁ ପରୀକ୍ଷା କରିବା ପରେ ଡାକ୍ତରମାନେ କହିଥିଲେ ଯେ ଏଥିରେ ପଲିସିଟାଇଲିଜିମର ଲକ୍ଷଣ ରହିଛି ଯାହା ଅଧିକାଂଶ ବିଲେଇ ଏବଂ କୁକୁରମାନଙ୍କଠାରେ ଦେଖାଯାଇଥାଏ ।

ତେବେ ଅସ୍ତ୍ରୋପଚାର ମାଧ୍ୟମରେ ଏହାକୁ ଠିକ କରାଯାଇପାରିବ । ହାଙ୍ଗ ହାଙ୍ଗର ପିତାମାତା ତାଙ୍କ ପୁଅର ଅପରେସନ୍ କରାଇବାକୁ ଚାଁହୁଛନ୍ତି ।ଡାକ୍ତରଙ୍କ ଅନୁଯାୟୀ, ପଲିଡେକ୍ଟିଲିଜିମ୍ ହେଉଛି ଏକ ଜେନେଟିକ୍ ରୋଗ ଯାହା ପିଢ଼ି ପରେ ପିଢ଼ି ହୋଇଥାଏ । ସୂଚନା ଅନୁଯାୟୀ ହାଙ୍ଗ ହାଙ୍ଗଙ୍କ ମାଙ୍କର ମଧ୍ୟ ହାତ ଓ ଗୋଡ଼ରେ ୬, ୬ ଟି ଆଙ୍ଗୁଠି ରହିଛି । ଡାକ୍ତରମାନେ କହିଛନ୍ତି ଯେ ହାଙ୍ଗ ହାଙ୍ଗ ଅସ୍ତ୍ରୋପଚାର ପାଇଁ ବହୁତ ଛୋଟ । ତାଙ୍କ କହିବାନୁସାରେ, ଏହି ଅସ୍ତ୍ରୋପଚାର ମଧ୍ୟ ଅତ୍ୟନ୍ତ କଷ୍ଟକର କାରଣ ଅଧିକ ଆଙ୍ଗୁଠି କେବଳ କାଟିବାକୁ ପଡିବ ନାହିଁ ବରଂ ଆଙ୍ଗୁଠିକୁ ତାଙ୍କ ହାତରେ ବି ଲଗାଇବାକୁ ପଡିବ କାରଣ ତାଙ୍କର ଯାମବି ଆଙ୍ଗୁଠି ନାହିଁ । ହାତରେ ଆଙ୍ଗୁଠି ବିନା କୌଣସି କାମ କରାଯାଇପାରିବ ନାହିଁ । ଏହି ଅସ୍ତ୍ରୋପଚାରରେ ବହୁତ ଖର୍ଚ୍ଚ ମଧ୍ୟ ହେବ । ତେବେ ହାଙ୍ଗ ହାଙ୍ଗର ପିତାମାତା ଏଥିପାଇଁ ସୋସିଆଲ ନେଟୱାର୍କର ସାହାଯ୍ୟ ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.