ବୋତଲରେ ଏମିତି କିଛି ଜିନିଷ ଲୁଚାଇ ନେଇଯାଉଥିଲେ ଦମ୍ପତି, ପୋଲିସ ବି ହୋଇଗଲା ଚକିତ

ଚୋରି କୌଣସି ବି ଜିନିଷର ହୋଇପାରେ ଏବଂ ଏହାର ଦଣ୍ଡ ମଧ୍ୟ କଠୋର ହୋଇପାରେ। ଇଟାଲିରେ ଏମିତି ଏକ ଜିନିଷ ଚୋରି ହୋଇଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆହୁରି ଚକିତ ହେଲା ଭଳି କଥା ହେଉଛି, ଏହାକୁ ଚୋରି କରି ଏକ ଦମ୍ପତିଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଇଟାଲିର ସାର୍ଡିନିଆ ସମୁଦ୍ର ତଟରେ ବାଲି ଓ ଛୋଟ ଛୋଟ ପଥର ଚୋରି କରି ଫ୍ରାନ୍ସର ଏକ ଦମ୍ପତି ଗିରଫ ହୋଇଛନ୍ତି। ସେମାନେ ମଝିରେ ମଝିରେ ଛୁଟି କଟାଇବାକୁ ସେଠାକୁ ଯାଇଥାଆନ୍ତି। ତେବେ ସେମାନଙ୍କ କହିବା ହେଲା, ଏ ବିଷୟରେ ସେମାନେ ଆଦୌ ଅବଗତ ନ ଥିଲେ କି ଦୁହେଁ ଯାହା କରୁଛନ୍ତି, ତାହା ଅପରାଧ ବୋଲି।

tou2

ସାର୍ଡିନିଆ ବେଳାଭୂମିରେ ଧଳା ବାଲି ରହିଛି। ଏଠାରୁ ବାଲି କିମ୍ବା ଛୋଟ ଛୋଟ ପଥର ନେଲେ, ପଯ୍ୟର୍ଟକଙ୍କୁ ଜେଲ ଯିବାକୁ ପଡ଼ିଥାଏ। ଉତ୍ତର ଫ୍ରାନ୍ସର ସହର ପୋର୍ଟୋ ଟୋରିସ୍‌ରେ ଘଟିଥିବା ଏହି ଘଟଣା ଏବେ ସାମ୍ନାକୁ ଆସିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଯାଞ୍ଚ କରିବା ବେଳେ ସେମାନଙ୍କ ପାଖରୁ ବାଲି ଜବତ କରିଥିଲା। ଏହି ସ୍ୱାମୀସ୍ତ୍ରୀ ଦକ୍ଷିଣ ଫ୍ରାନ୍ସ ଫେରିବା ପାଇଁ ଡଙ୍ଗାକୁ ଅପେକ୍ଷା କରିଥିଲେ।

ଏହାସହ ପଢ଼ନ୍ତୁ: ମଣିଷ ଜୀବନ ଭଗବାନଙ୍କ ଦାନ; ଏହାକୁ ଏଭଳି ଭାବେ ଶେଷ କର ନାହିଁ

ପୋଲିସର କହିବାନୁଯାୟୀ, ଦମ୍ପତିଙ୍କଠାରୁ ୧୪ ବୋତଲ ବାଲି ଜବତ କରାଯାଇଛି, ଯେଉଁଥିରେ ୪୦ କିଲୋ ଭର୍ତ୍ତି ରହିଥିଲା। ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଶୁଣାଣି ବେଳେ କୋର୍ଟ ଦମ୍ପତିଙ୍କ ଉପରେ ୬ ବର୍ଷର ଜେଲ୍‌ ଦଣ୍ଡାଦେଶ ସହ ୩,୩୩୦ ଡଲାର ଅର୍ଥାତ୍‌ ୨ ଲକ୍ଷ ୩୯ ହଜାର ୪୧୫ ଟଙ୍କା ଜରିମାନା ଲଗାଇଛନ୍ତି।

tou3

ଦମ୍ପତିଙ୍କ କହିଥିଲେ ଯେ ସେମାନେ ବାଲି ନେବା ନିୟମ ବିଷୟରେ ଜାଣି ନ ଥିଲେ। କିନ୍ତୁ ସମୁଦ୍ର ତଟରେ ପଯ୍ୟର୍ଟକଙ୍କ ସୂଚନା ଲାଗି ଅନେକ ଭାଷା ଲେଖାହୋଇଥିଲା। ସାର୍ଡିନିଆ ବେଳାଭୂମିରୁ ଧଳା ବାଲି ଏବଂ ପଥର ଚୋରି କରିବା ସାଧାରଣ କଥା ହୋଇଗଲାଣି। ଇଣ୍ଟରନେଟ୍‌ରେ ଏହାର କଳାବଜାର କରାଯାଉଛି। ପୋଲିସ କହିଛି, ସାର୍ଡିନିଆ ଲୋକେ ଏଠାରୁ ବାଲି ଓ ପଥର ଚୋରି କରୁଥିବା ପଯ୍ୟର୍ଟକଙ୍କ ଉପରେ ଭୀଷଣ ରାଗିଯାଇଛନ୍ତି। ଏହାଦ୍ୱାରା ସେମାନେ ପରିବେଶକୁ କ୍ଷତି ପହଞ୍ଚାଉଛନ୍ତି। ବିଶେଷ କରି ବାଲି ଚୋରି କରୁଥିବା ଅଧିକାଂଶ ଟୁରିଷ୍ଟ ଏୟାରପୋର୍ଟରେ ସ୍କାନିଂ ମେଶିନ ଦ୍ୱାରା ଧରାପଡ଼ିଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.