କେବେ ଫିଲ୍ମରେ ଡେବ୍ୟୁ କରିବେ ମୀରା ? ଶାହିଦ କଲେ ଖୁଲାସା

ଅଭିନେତା ଶାହିଦ କୁପର ଏବଂ ମୀରା ରାଜପୁତ ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠାରୁ ପ୍ରିୟ ଓ ଜଣାଶୁଣା ଦମ୍ପତି। ନିକଟରେ ଦୁହେଁ ଲାକମୀ ଫ୍ୟାଶନ ଓ୍ଵିକରେ ପହଞ୍ଚିଥିଲେ। ଦୁହିଁଙ୍କର ଏହି ସମୟ ଫଟୋ ସୋସିଆଲ ମିଡିଆରେ ଧମାଲ ମଚାଉଛି। ଏହା ମଧ୍ୟରେ ଶାହିଦ ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ଦେଇଥିଲେ। ଏହି ଅବସରରେ ମୀରା କେବେ ବଲିଉଡ ଏଣ୍ଟ୍ରି କରୁଛନ୍ତି ବୋଲି ପ୍ରଶ୍ନ ପଚାରଯିବାରୁ ଶାହିଦ ଏହାର ଉତ୍ତରରେ କହିଥିଲେ, ମୀରା ସର୍ବଦା ମୋତେ ସପୋର୍ଟ କରିଛନ୍ତି ଏବଂ ମୁଁ ମଧ୍ୟ ତାଙ୍କୁ ସବୁ କାମରେ ସପୋର୍ଟ କରିବି। ମୀରା ତାଙ୍କ ଜୀବନରେ ଯାହା ବି କରିବାକୁ ଚାହୁଁଚନ୍ତି ତାହା କରିପାରିବେ। ମୀରା ସୁବବେଳେ କ୍ରିଏଟିଭ କାମ କରନ୍ତୁ। ପୋଷାକକୁ ନେଇ ତାଙ୍କର ଭଲ ଜ୍ଞାନ ମଧ୍ୟ ରହିଛି। ଖାଇବା ପ୍ରସ୍ତୁତ କରିବାରେ ମଧ୍ୟ ସେ ପାରଙ୍ଗମ। ଘରର ଇଣ୍ଟିରିଅର ଡିଜାଇନ ଠାରୁ ଆରମ୍ଭ କରି ଫର୍ଣ୍ଣିଚର ଉପରେ ମଧ୍ୟ ଭଲ ସେନ୍ସ ରହିଛି। ତାଙ୍କ ପସନ୍ଦ ଅନୁଯାୟୀ ସେ କିଛି ବି କରିପାରନ୍ତି, ମୁଁ ତାଙ୍କର କୌଣସି କାମରେ ବାଧା ଦେବି ନାହିଁ।

ସୂଚନାଯୋଗ୍ୟ, ଦୁହିଁଙ୍କ ବିବାହ ୨୦୧୫ ଜୁଲାଇରେ ହୋଇଥିଲା। ୨୦୧୬ରେ ତାଙ୍କର ପ୍ରଥମ ଝିଅ ମିଶା ଏବଂ ୨୦୧୮ରେ ପୁଅ ଜୈନ ଜନ୍ମଗ୍ରହଣ କରିଥିଲେ। ମୀରା ଏବଂ ଶାହିଦଙ୍କ ଫଟୋ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ମୀରା ଅଭିନେତ୍ରୀ ହୋଇନଥିବା ସତେ୍ତ୍ୱ ତାଙ୍କର ବହୁତ ଫ୍ୟାନ ରହିଛନ୍ତି।

ଏହାସହ ପଢ଼ନ୍ତୁ ; ପାକିସ୍ତାନରେ ପରଫର୍ମ କରିବା ପାଇଁ କାହା ବାପା ବି ମୋତେ ରୋକିପାରିବେ ନାହିଁ ବୋଲି କହିଲେ ‘ଅଙ୍ଗୁରୀ ଭାବି’