ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଗୀତ ଶୁଣିଲେ ଗାଈ ଦେଉଛି ଅଧିକ ୨୦ ଲିଟର କ୍ଷୀର

ସଙ୍ଗୀତ ମାନବ ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ ଏହା ବିଜ୍ଞାନ ମଧ୍ୟ ପ୍ରମାଣ କରିସାରିଛି । ଯଦି ଆମେ ଦୁଃଖ କିମ୍ବା ଡିପ୍ରେସନ ସମୟରେ ଗୋଟେ ଭଲ ସଂଗୀତ ଶୁଣୁ ତାହେଲେ ଏହାଦ୍ୱାରା ଆମର ଦୁଃଖ କିଛି ମାତ୍ରାରେ ଦୂର ହୋଇଥାଏ । କିଛି ଲୋକ ନିଜ ମୁଡ଼ ହିସାବରେ ଭିନ୍ନ ଭିନ୍ନ ପ୍ରକାରର ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି । ଏପରି କରିବା ଦ୍ୱାରା ଆତ୍ମିକ ଶାନ୍ତି ଅନୁଭବ ହୋଇଥାଏ । ଏହା ହେଉଛି ମଣିଷ କଥା କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି ଗାଈ ମାନେ ମଧ୍ୟ ଗୀତ ଶୁଣି ନିଜର ମୁଡ଼ ପରିବର୍ତ୍ତନ କରନ୍ତି । ଶୁଣିକି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ କିନ୍ତୁ ଏହା ସତ ଯେ ସଂଗୀତ ଶୁଣିଲେ କ୍ଷୀର ଦିଏ ଏହି ଗାଈ..

Image result for cows listen music

ରାଜସ୍ଥାନର ଶିକାର ଜିଲ୍ଲା ନିମକାଥାନା ଅନ୍ତର୍ଗତ ଶ୍ରୀଗୋପାଳ ଗୋଶାଳାରେ ଗାଈ ମାନଙ୍କୁ ପ୍ରତିଦିନ ସକାଳ ସନ୍ଧ୍ୟାରେ ମ୍ୟୁଜିକ ସିଷ୍ଟମ ଲଗାଇ ତିନି ଘଣ୍ଟା ଲେଖାଏଁ ସଂଗୀତ ଶୁଣା ଯାଇଥାଏ । ଗୋଶାଳାର ପ୍ରବନ୍ଧକଙ୍କ କହିବା ଅନୁଯାୟୀ ଏପରି କରିବା ଦ୍ୱାରା ତାଙ୍କ ଗାଈ ୨୦ ଲିଟର ଅଧିକ କ୍ଷୀର ଦେଇଥାନ୍ତି । ଏହାସହ ସେ କହିଛନ୍ତି ଯେ ଗୋଭକ୍ତ ମାନେ ଏପରି କରିବା ପାଇଁ ଅନୁରୋଧ କରିଛନ୍ତି ଏବଂ ତାଙ୍କ କହିବା ଅନୁସାରେ ସେ ଗୋଶାଳାରେ ମ୍ୟୁଜିକ ସିଷ୍ଟମ ଲଗାଇ ଗାଈ ମାନଙ୍କୁ ସଂଗୀତ ଶୁଣାଇବା ଆରମ୍ଭ କରିଥିଲେ । ଏବଂ ଏହାପରେ ସେ ସକାରାତ୍ମକ ଫାଇଦା ଦେଖିବାକୁ ପାଇଥିଲେ । ଶ୍ରୀ ଗୋୟଲଙ୍କ କହିବା ଅନୁଯାୟୀ ସଂଗୀତ ଶୁଣାଇବା ଦ୍ୱାରା ଗାଈ ମାନଙ୍କର କ୍ଷୀର ଦେବା କ୍ଷମତା ବୃଦ୍ଧି ପାଇଛି।

Image result for cows listen music

ଏହାସହ ପଢନ୍ତୁ; ଋଣ ସୁଝିନପାରି ବିକିବେ ଶରୀରର ଅଙ୍ଗ, ସୋସିଆଲ ମିଡ଼ିଆରେ ଦେଲେ ବିଜ୍ଞାପନ

ଗାଈ ମାନଙ୍କୁ ପ୍ରତିଦିନ ଶାସ୍ତ୍ରୀୟ ସଂଗୀତ ଏବଂ ଭଜନ ଶୁଣାଯାଇଥାଏ । ବ୍ୟବସ୍ଥାପକଙ୍କ କହିବା ଅନୁଯାୟୀ ସଂଗୀତ ଶୁଣିବା ପୂର୍ବରୁ ଗାଈ ମାନଙ୍କ ଚେହେରା ଯେଉଁଭଳି ଭାବେ ରହିଥାଏ ସଂଗୀତ ଶୁଣିବା ପରେ ତାଙ୍କ ଚେହେରାରେ ଏକ ଭିନ୍ନ ଧରଣର ଖୁସି ଦେଖିବାକୁ ମିଳେ । ଏବଂ ସଂଗୀତ ଶୁଣିବା ପୂର୍ବରୁ ଯେଉଁ ଗାଈ ମାନେ ଦୁର୍ବଳ ଥିଲେ ବର୍ତ୍ତମାନ ସେ ସମ୍ପୂର୍ଣ ସୁସ୍ଥ ଏବଂ ପ୍ରସନ୍ନ ଲାଗୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.