Below header

କ’ଣ ଏହି ଉନାକୋଟୀର ରହସ୍ୟ : ଯେଉଁଠି ରହିଛି ୯୯ ଲକ୍ଷ ୯୯ ହଜାର ୯୯୯ ପଥରମୂର୍ତ୍ତି

ଭାରତରେ ଏପରି କେତେକ ରହସ୍ୟମୟ ସ୍ଥାନ ରହିଛି, ଯାହା ମଧ୍ୟରେ ଏପର୍ଯ୍ୟନ୍ତ ଅନେକ ରହସ୍ୟ ଲୁଚି ରହିଛି। ଏମିତି ଏକ ଜାଗା ତ୍ରିପୁରାର ରାଜଧାନୀ ଅଗରତାଲାରୁ ପାଖାପାଖି ୧୪୫ କିମି ଦୂର ଉନାକୋଟୀ ନାମରେ ପରିଚିତ। କୁହାଯାଏ ଏଠାରେ ୯୯ ଲକ୍ଷ ୯୯ ହଜାର ୯୯୯ଟି ପଥର ମୂର୍ତ୍ତି ରହିଛି। ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ଅବୁଝାପଡିଛି। ଏହି ମୂର୍ତ୍ତି କିଏ ତିଆରି କଲା, କେମିତି ତିଆରି ହେଲା, କ’ଣ ପାଇଁ ତିଆରି ହେଲା ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା କ’ଣ ପାଇଁ ଏକ କୋଟିରୁ ଏକ କମ୍‌ ରହିଛି। ଏହା ପଛରେ ଅନେକ କାହାଣୀ ପ୍ରଚଳିତ ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।

una

ଏହି ରହସ୍ୟମୟ ମୂର୍ତ୍ତିର କାରଣ ଯୋଗୁଁ ଏହାର ନାମ ଉନାକୋଟୀ ରହିଛି। ଯାହାର ଅର୍ଥ ଏକ କୋଟିରୁ ଏକ କମ୍‌। ଏହି ସ୍ଥାନ ଭାରତର ପୂର୍ବତର ଭାରତର ସବୁଠାରୁ ବଡ ରହସ୍ୟ ମଧ୍ୟରେ ଅନ୍ୟତମ। ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଜାଗା ବିଷୟରେ କାହାକୁ ମଧ୍ୟ ଜଣାନଥିଲା।  ଏଥିପାଇଁ ବହୁତ କମ୍‌ ଲୋକ ଏହି ଜାଗା ବିଷୟରେ ଜାଣିଛନ୍ତି।

unakoti

ଉନାକୋଟୀ ଚାରିଆଡେ ପାହାଡ ଏବଂ ଘନ ଜଙ୍ଗଲରେ ଏବଂ ସନ୍ତସନ୍ତିଆ ଅଞ୍ଚଳରେ ଘେରି ରହିଛି। ଏବେ ଏମିତିରେ ଜଙ୍ଗଲରେ ମଧ୍ୟରେ ଲକ୍ଷ ଲକ୍ଷ ମୂର୍ତ୍ତି କ’ଣ ପାଇଁ ନିର୍ମାଣ କରାଗଲା ତାହା ରହସ୍ୟ ଘେରରେ। ଏହା ଆଖପାଖରେ କୌଣସି ଲୋକ କିମ୍ବା ଜନବସତି ମଧ୍ୟ ନାହିଁ। ସେଥିପାଇଁ ଏହା ଉପରେ ଅନେକ ଗବେଷଣା ଚାଲିଛି।

unakoti 1

ଏଠାରେ ପଥର ଉପରେ ଏବଂ ପଥରକୁ କାଟି ନିର୍ମାଣ କରାଯାଇଥିବା ହିନ୍ଦୁ ଦେବ- ଦେବତାଙ୍କ ମୂର୍ତ୍ତି ବିଷୟରେ ବହୁତ ପୌରାଣିକ କଥା ପ୍ରଚଳିତ ରହିଛି। ମାନ୍ୟତା ଅନୁଯାୟୀ, ଭଗବାନ ଶିବଙ୍କ ସମେତ କୋଟି କୋଟି ଦେବା ଦେବୀ କୁଆହେ ଯାଉଥିଲେ। ରାତି ହେବା ଯୋଗୁଁ ଭଗବାନ ଶିବଙ୍କୁ ଉନାକୋଟୀରେ ରହି ବିଶ୍ରାମ ନେବାକୁ କହିଥିଲେ ଦେବାଦେବୀ। ଶିବ ମଧ୍ୟ ତାଙ୍କ କଥା ମାନିଥିଲେ। କିନ୍ତୁ ଶିବ କହିଥିଲେ, ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତଙ୍କୁ ଏହି ସ୍ଥାନ ଛାଡିବାକୁ ହେବ। କିନ୍ତୁ ସୂର୍ଯ୍ୟୋଦୟ ପୂର୍ବରୁ କେବଳ ଭଗବାନ ଶିବ ହିଁ ଉଠିପାରିଥିଲେ ଏବଂ ଅନ୍ୟ ଦେବାଦେବୀ ଶୋଇଥିଲେ। ଏହା ଦେଖି ଭଗବାନ ଶିବ କ୍ରୋଧରେ ସେମାନଙ୍କୁ ଅଭିଶାପ ଦେଇ ସେମାନଙ୍କୁ ପଥର କରିଦେଇଥିଲେ। ତେଣୁ କରି ଏଠାରେ ୯୯ ଲକ୍ଷ ୯୯ ହଜାର ୯୯୯ ମୂର୍ତ୍ତି ରହିଛି। କେବଳ ଭଗବାନଙ୍କ ଶିବଙ୍କୁ ଛାଡି।

ss

ଏହାଛଡା ଏହି ମୂର୍ତ୍ତି ନିର୍ମାଣ ହୋବର ଆଉ ଏକ କାହାଣୀ ରହିଛି। କୁହାଯାଏ, କାଲୁ ନାମକ ଏକ ଶିଳ୍ପୀକାର ଥିଲା। ଯିଏକି ଭଗବାନ ଶିକ ଏବଂ ମାତା ପାର୍ବତୀଙ୍କ ସହତି କୈଳାସ ପର୍ବତକୁ ଯିବାକୁ ଚାହୁଁଥିଲା। କିନ୍ତୁ ସମ୍ଭବ ହୋଇପାରିନଥିଲା। ଏହି ଶିଳ୍ପୀକାର ଯିଦ ଯୋଗୁଁ ଭଗବାନ ଶିବ କହିଥିଲେ, ଯଦି ଏଠାରେ ତମେ ଏକ କୋଟି ଦେବା ଦେବୀଙ୍କ ମୂର୍ତ୍ତି ବନାଇବା ପରେ ତାଙ୍କୁ କୈଳାସ ନେବେ। ତେଣୁ ସେହି ଶିଳ୍ପୀକାର ରାତାରାତି ଏହି ମୂର୍ତ୍ତି ନିର୍ମାଣ କରିଥିଲେ। କିନ୍ତୁ ସକାଳୁ ଏହାକୁ ଗଣିବା ପରେ ଗୋଟିଏ ମୂର୍ତ୍ତି କମ୍‌ ରହିଥିଲା। ସେଥିପାଇଁ ତାଙ୍କୁ ଭଗବାନ ଶିବ ସାଥିରେ ନେଇନଥିଲେ। ଏଥିପାଇଁ ଏହି ଜାଗାର ନାମ ‘ଉନାକୋଟୀ’ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.