ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ ଜଣ କରୋନା ଆକ୍ରାନ୍ତ

କେନ୍ୟୁଜ : ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୮୪ ଜଣ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪, ଯାଜପୁରରୁ ୧୮, ବାଲେଶ୍ୱର ୧୧, କଟକ ୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରୁ ୬ ଜଣ, କେନ୍ଦ୍ରାପଡାରୁ ୫ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏ ଆରୋଗ୍ୟ ଲାଭ କରିଛନ୍ତି ।

ନୟାଗଡ଼, ମୟୂରଭଞ୍ଜ ଜିଲ୍ଲାରୁ ଦୁଇ ଜଣ ଲେଖାଏ ସୁସ୍ତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ୍‌ ରାଜ୍ୟରେ ମୋଟ୍‌ ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜ୍ୟରେ ପଜିଟିଭ୍‌ ସଂଖ୍ୟାଠାରୁ ସୁସ୍ଥ ହୋଇଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୯ ନୂଆ ପଜଟିଭ୍‌ ଚିହ୍ନଟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.