Below header

ମରିଗଲାଣି ମଣିଷପଣିଆ! ଯୁବତୀଙ୍କ ବାପାଙ୍କୁ ଦରକାର ଥିଲା ଅକ୍ସିଜେନ ସିଲିଣ୍ଡର, ପଡ଼ୋଶୀ ରଖିଲେ ସମ୍ବନ୍ଧ ବନାଇବାର ସର୍ତ୍ତ

କରୋନା ମହାମାରୀ ଭିତରେ ଆସିଛି ଏମିତି ଏକ ଘଟଣା, ଯାହା ବିଷୟରେ ଶୁଣିଲେ ଆପଣ ବିଶ୍ୱାସ ସୁଦ୍ଧା କରିପାରିବେ ନାହିଁ। ଏକ ନାମୀ ସୋସାଇଟିରେ ରହୁଥିବା ବ୍ୟକ୍ତି ଜଣେ ଝିଅର ବାପାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଦେବା ବଦଳରେ ଝିଅ ସହିତ ଶାରୀରିକ ସମ୍ବନ୍ଧ ବନାଇବାର ସର୍ତ୍ତ ରଖିଛନ୍ତି। ଏହି ମାମଲା ଏବେ ସୋସିଆଲ ମିଡ଼ିଆ ଜରିଆରେ ସାମ୍ନାକୁ ଆସିଛି। ତେବେ ଘଟଣାଟି କେଉଁଠିକାର, ତାହା ଜଣାପଡ଼ିନାହିଁ।

ଭାବରୀନ କନ୍ଧାରୀ ନାମକ ଟ୍ୱିଟର ୟୁଜର ଏହି ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, ‘ମୋର ଜଣେ ସାଙ୍ଗର ଭଉଣୀକୁ ନିଜ ବାପାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ଥିଲା। ତାଙ୍କ ପଡ଼ୋଶୀ ସିଲିଣ୍ଡର ବଦଳରେ ତାଙ୍କ ସହିତ ଶୋଇବାକୁ କହିଲେ। ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ, ଯେତେବେଳେ କି ସେ ମନା କରିଦେବେ ଯେ ସେ କହି ନାହାନ୍ତି’।

ଭାବରୀନ କନ୍ଧାରୀଙ୍କ ଏହି ଟ୍ୱିଟ ଭାଇରଲ ହେବା ପରେ ଲୋକେ ଉକ୍ତ ବ୍ୟକ୍ତିଙ୍କ ନାଁକୁ ସାର୍ବଜନୀନ କରିଦେବାକୁ ଦାବି କରିଛନ୍ତି। କେହି କେହି କହିଛନ୍ତି, ସେହି ବ୍ୟକ୍ତି ବିରୋଧରେ ପୋଲିସ ମାମଲା ରୁଜୁ କରିବା ଦରକାର। ସେପଟେ ଏହି ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ଅନ୍ୟ ଜଣେ ଯୁବତୀ ତାଙ୍କ ସହିତ ବି ଏଭଳି ଏକ ଘଟଣା ଘଟିଥିବା ଟ୍ୱିଟ ଜରିଆରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.