ବେଙ୍ଗାଲୁରୁରେ କୋଭିଡ଼ରେ ମୃତ୍ୟୁ ବରଣ କରି ପଚିଯାଇଥିଲା ଓଡିଆ ଯୁବକଙ୍କ ମରଶରୀର,ଓଡିଆ ସାମ୍ବାଦିକଙ୍କ ଦ୍ବାରା ଉଦ୍ଧାର ହୋଇ ହେଲା ଶେଷକୃତ୍ୟ

କେନ୍ୟୁଜ୍(ବ୍ୟୁରୋ): ବେଙ୍ଗାଲୁରୁରେ କୋଭିଡ଼ରେ ଚାଲିଗଲା ଓଡିଆ ପୁଅର ଜୀବନ। ଶିଣିଲାନି ଓଡିଶା ପ୍ରଶାସନ। ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ପ୍ରଶାସନ କଲା ଶେଷକୃତ୍ୟ। ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି। ମିଳିଥିବା ସୂଚନା  ମୁତାବକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ କରଞ୍ଜି ଗୁରୁପୁରର ନିରୋଦ କୁମାର ଜେନାଙ୍କ ୨୭ ବର୍ଷୀୟ ପୁଅ ସନ୍ତୋଷ  ବେଙ୍ଗାଲୁରୁରେ ପ୍ରାୟ ୮ ବର୍ଷ ହେବ କାଠ ମିସ୍ତ୍ରୀ  ଭାବେ କମ୍ପାନୀରେ କାର୍ଯ୍ୟ କରିଆସୁଥିଲା । ବେଙ୍ଗାଲୁରୁରେ ସିମଚନ୍ଦ୍ରାରେ ଏକ ଭଡା ଘର ନେଇ ଏକାକି  ରହୁଥିଲା । କରନା ଯୋଗୁ କମ୍ପାନୀ ବନ୍ଦ ହୋଇଯାଇଥିବାରୁ ସନ୍ତୋଷ ଘରକୁ  ଫେରିପାରିନଥିଲେ । ଗତ ୫ ତାରିଖରେ ସନ୍ତୋଷ ଜ୍ଵରରେ ପୀତିତ ହୋଇଛି  ବୋଲି  ଘରକୁ ଫୋନ ଯୋଗେ ଜଣାଇଥିଲା । ଘର ଲୋକ ମଧ୍ୟ ସନ୍ତୋଷକୁ ମେଡ଼ିସିନ ଖାଇବା ପାଇଁ କହିଥିଲେ ।

ଘର ଲୋକଙ୍କ କଥାମାନି ସନ୍ତୋଷ ୬ ତାରିଖରେ ଏକ କ୍ଲିନିଂରୁ ମେଡ଼ିସିନ ଆଣି ଖାଇଥିଲା । କିନ୍ତୁ ଜ୍ବର ଭଲ ହୋଇନଥିଲା। ପରେ ସନ୍ତୋଷ ନିଜ  ପରିବାର ସହ  ୮ ତାରିଖ ଦିନ ୪ ଟା ସମୟରେ ଶେଷ ଥର ପାଇଁ କଥା ହୋଇଥିବା ଘର ଲୋକ କହିଛନ୍ତି । ତାପରଠୁ ସନ୍ତୋଷକୁ ଘର ଲୋକ ଯେତେ ଫୋନ କରୁଥିଲେ ସେ ଫୋନ ରିସିଭ କରୁନଥିଲେ ।  ଏଭଳି ଦୁଇ ତିନିଦିନ ଧରି  ପରିବାର ଲୋକ ବେଙ୍ଗାଲୁରୁରେ ରହୁଥିବା ତାର  ସାଙ୍ଗ ପୁଅ ବିଷୟରେ ପଚାରିଥିଲେ କିନ୍ତୁ  କେହି କିଛି କହିପାରୁନଥିଲେ । ଏହା ପରେ ପରିବାର ଲୋକେ  ଭଦ୍ରକ ସ୍ଥାନୀୟ ପ୍ରଶାସନ ଓ ଅନ୍ୟନ୍ୟ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ସୂଚନା ଦେଇଥିଲେ। କିନ୍ତୁ   କିଛି ସୁଫଳ ମିଳିନଥିଲା ।

ସବୁ ଆଡୁ ନିରାଶ ହେବା ପରେ ପରିବାର ଲୋକେ ସ୍ଥାନୀୟ ଜନ ପ୍ରତିନିଧି ଅରୁଣ ବାରିକଙ୍କୁ  ଭେଟିଥିଲେ। ପରେ ଅରୁଣଙ୍କ ମଧ୍ୟମରେ କଳିଙ୍ଗ ଟିଭିର ବେଙ୍ଗାଲୁରୁ ପ୍ରତିନିଧି ଗୋବିନ୍ଦ ବାରିକଙ୍କୁ ଯୋଗାଯୋଗ କରାଯାଇଥିଲା  ଏବଂ ସମସ୍ତ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ସବୁ ଘଟଣା  ଶୁଣି ସାରିବା ପରେ କଳିଙ୍ଗ ଟିଭି ପ୍ରତିନିଧି ସନ୍ତୋଷର ପୂରା  ଠିକଣା ସମ୍ପର୍କରେ ପରିବାର ଲୋକଙ୍କୁ  ପଚାରିଥିଲେ। ସନ୍ତୋଷକୁ   କେବଳ ଜଣେ ସାଙ୍ଗ ତାର ଜାଣିଛି ବୋଲି  ପରିବାର ଲୋକ ସୂଚନା ଦେଇଥିଲେ ।

ପରେ କଳିଙ୍ଗ ଟିଭି ପ୍ରତିନିଧି ଜଣେ ଓଡ଼ିଆ ସମାଜସେବୀ ରିଚି ରାୟଙ୍କ ସହଯୋଗ ନେଇ ସନ୍ତୋଷ ରହୁଥିବା ଭଡା ଘରେ ପହଞ୍ଚି ଥିଲେ । ତେବେ ସେଠି  ପହଞ୍ଚିବା ବେଳକୁ  ସନ୍ତୋଷର ଘର ଭିତର ପଟୁ ବନ୍ଦ ଥିଲା ଓ ଘରୁ ପ୍ରଚୁର ଦୁର୍ଗନ୍ଧ  ବାହାରୁଥିଲା । ଭିତରେ ସନ୍ତୋଷଙ୍କର କିଛି  ଅଘଟଣ ଘଠିଥିବାର  ସନ୍ଦେହ କରି କଳିଙ୍ଗ ଟିଭି ପ୍ରତିନିଧି ଓ ଓଡିଆ ସମାଜସେବୀ  ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଆସି କବାଟ ଖୋଲିଲା  ବେଳକୁ ସନ୍ତୋଷର ପଚାସଢା ମ୍‌ତ ଦେହ ପଡି ରହିଥିଲା ଓ ତା ନିକଟରେ  କିଛି  ମେଡ଼ିସିନ ପଡ଼ି ରହିଥିଲା। ଏସବୁ  ଦେଖି ବେଙ୍ଗାଲୁର ପୋଲିସ ମେଡିକାଲ ଟିମକୁ ଖବର ଦେଇ ମରଶରୀର କୋଭିଡ଼ ଟେଷ୍ଟ  କରାଇଥିଲା । ପରେ ସନ୍ତୋଷର କୋଭିଡ଼ ପଜିଟିଭ ରିପୋର୍ଟ ଆସିଥିଲା।

 ଏହା ପରେ କଳିଙ୍ଗ ଟିଭି ପ୍ରତିନିଧି ଓ ଓଡିଆ ସମାଜସେବୀ  ଘର ଲୋକଙ୍କୁ ସନ୍ତୋଷଙ୍କର  କରୋନା  ଜନିତ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । କିନ୍ତୁ ଘର ଲୋକ ଆସିବା ସମ୍ଭବ ପର ହେଉନଥିବାରୁ କଳିଙ୍ଗ ଟିଭି ପ୍ରତିନିଧି ଓ ଉକ୍ତ ସମାଜସେବୀଙ୍କ ସହଯୋଗରେ ଶବଟି କୁ ସତ୍କାର କରାଯାଇଥିଲା । ଏହି ଘଟଣାରେ  ଘର ମାଲିକଙ୍କ କହିବା କଥା ହେଲା  ସନ୍ତୋଷ  ବିଲ୍ଡିଂର ଟପ ଫ୍ଲୋରରେ ରୁହୁଥିଲା ତା ପାଖକୁ କେହି  ଯିବା ଆସିବା  କରୁନଥିଲେ । ଯେହେତୁ ସେ ୩ ମାସ ହେବ ଘର ଭଡା ଦେଇନାହିଁ ସବୁବେଳେ ଘର ବନ୍ଦ କରି ରହୁଥିଲା । ଘର ମାଲିକ ସନ୍ତୋଷ କୁଆଡେ ପଳାଇଛି ବୋଲି ଭାବୁଥିଲେ । ଏପେଟେ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସନ୍ତୋଷର ଦୀର୍ଘ ୩ ରୁ୫  ଦିନ ହେବ ମୃତ୍ୟୁ ହୋଇଛି । ଏହି  ଘଟଣା  ପରେ କଳିଙ୍ଗ ଟିଭିର ପ୍ରତନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ଓ ସ୍ଥାନୀୟ ଜନପ୍ରତିନିଧି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.