ଭାରତର କୋଭିଡ୍‌ ଲଢ଼େଇରେ ସାମିଲ ହେଲା ପ୍ରଥମ ବିଦେଶୀ ଟିକା, ଓଡ଼ିଶାକୁ କେବେ ଆସିବା ନେଇ ବଢ଼ିଛି ଉତ୍ସୁକତା

କେନ୍ୟୁଜ୍(ବ୍ୟୁରୋ):  ଦେଶର ଟିକାକରଣରେ ସାମିଲ ହେଲା ପ୍ରଥମ ବିଦେଶୀ ଟିକା ସ୍ପୁଟନିକ୍‌ ଭି । ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡିଜ୍‌ ଲାବୋରାଟୋରୀରେ ଦିଆଗଲା ପ୍ରଥମ ଡୋଜ୍‌ । କଷ୍ଟମ୍‌ ଫାର୍ମା ସର୍ଭିସେସ୍‌ର ଗ୍ଲୋବାଲ ହେଡ୍‌ ଦୀପକ ସାପ୍ରା ରୁଷ ଟିକା ସ୍ପୁଟନିକ ଭିର ପ୍ରଥମ ଡୋଜ୍‌ ନେଇଛନ୍ତି । ଆସନ୍ତା ସପ୍ତାହରୁ ଏହି ଟିକା ଭାରତୀୟ ବଜାରରେ ଲପଲବ୍‌ଧ ହେବ । ଏହାର ଡୋଜ୍‌ ପିଛା ଦାମ୍‌ ରହିଛି ୯୯୫ ଟଙ୍କା । ୯୪୮ ଟଙ୍କା ମୂଲ୍ୟ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗି ୯୯୫ ଟଙ୍କା ୪୦ ପଇସାରେ ବିକ୍ରି ହେବ । ତେବେ କେବଳ ହସ୍ପିଟାଲରେ ମିଳିବ ନା ଖୋଲା ବଜାରକୁ ଆସିବ ରୁଷ୍‌ ଟିକା ? ଓଡ଼ିଶାକୁ କେବେ ଆସିବ ? ସ୍ପୁଟନିକ୍‌ ଭିକୁ ନେଇ ଉତ୍ସୁକତା ବଢ଼ିଛି। ଗତ ୧ ତାରିଖରେ ପ୍ରଥମ ବ୍ୟାଚ୍‌ରେ ମାତ୍ର ଦେଢ଼ଲକ୍ଷ ଡୋଜ୍‌ ସ୍ପୁଟନିକ୍‌ ଭି ଭାରତ ଆସିଥିଲା । ଆଗକୁ ଡକ୍ଟର ରେଡ୍ଡୀ ଭାରତରେ ଏହାର ଉତ୍ପାଦନ କରିବ । ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ହେଉଛି ସ୍ପୁଟନିକ୍‌ ଭି । ଏହା

କରୋନା ଦ୍ୱିତୀୟ ଲହରୀ ସହ ଲଢ଼ୁଛି ଦେଶ । ସଂକ୍ରମଣର ଭୟାବହତା ଭିତରେ ଅନେକ ଜୀବନ ନେଲାଣି ଅକ୍ସିଜେନ୍‌ ସଂକଟ । ଦିଲ୍ଳୀ ପରେ ଅକ୍ସିଜେନ୍‌ ମୃତ୍ୟୁକୁ ନେଇ ଅପଖ୍ୟାତି ଅର୍ଜିଛି ଗୋଆ । ଗତକାଲି ରାତିରୁ ଆଜି ସକାଳ ଭିତରେ ଅକ୍ସିଜେନ୍‌ ଅଭାବରୁ ଆଉ ୧୩ କୋଭିଡ୍‌ ରୋଗୀଙ୍କ ଜୀବନ ଯାଇଛି। ଗତ ୪ ଦିନ ଭିତରେ ଗୋଆ ମେଡିକାଲ କଲେଜ୍‌ ଓ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବରୁ ୭୫ ଜୀବନ ଗଲାଣି । ଗୁରୁବାର ୧୫ ଜଣ, ବୁଧବାର ୨୧ ଜଣ ଓ ମଙ୍ଗଳବାର ୨୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିଲେ । ଅକ୍ସିଜେନ୍‌ ଅଭାବରୁ ରୋଗୀ ମୃତ୍ୟୁକୁ ନେଇ ଗତକାଲି ବମ୍ବେ ହାଇକୋର୍ଟଙ୍କ ଗୋଆ ଖଣ୍ଡପୀଠ ସରକାରଙ୍କୁ ତାଗିଦ କରିବା ପରେ ବି ଆଉ ୧୩ ଜୀବନ ଯାଇଛି। ଗୋଆ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବ ଗୋଆ କଂଗ୍ରେସ ।

କରୋନା ମୃତ୍ୟୁରେ ବ୍ରେକ୍‌ ଲାଗୁନି । ୨୪ ଘଣ୍ଟାରେ ପୁଣି ୪ ହଜାର ଜୀବନ ନେଇଛି ମହାମାରୀ । ତେବେ ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଛି । ଗୋଟିଏ ଦିନରେ ୩ ଲକ୍ଷ ୪୩ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୪୨ ହଜାର ୫୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସହ ପୁଣି ଥରେ ଆକ୍ଟିଭ୍‌ ମାମଲାରେ କର୍ଣ୍ଣାଟକକୁ ଟପିଛି ମହାରାଷ୍ଟ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.