Below header

ଏଠାରେ ପ୍ରସାଦ ରୂପେ ଲାଗି ହୋଇଥାଏ ରକ୍ତ, ଜାଣନ୍ତୁ କେଉଁଠାରେ ଅବସ୍ଥିତ ଏହି ମନ୍ଦିର

ସାଧାରଣତଃ ମନ୍ଦିରରେ ଭଗବାନଙ୍କର ପୂଜା କରାଯାଇଥାଏ କିନ୍ତୁ ଭାରତରେ ଏପରି କିଛି ମନ୍ଦିର ଅଛି ଯେଉଁଠାରେ କୌଣସି ଦେବୀ-ଦେବତାଙ୍କୁ ପୂଜା କରାଯାଇନଥାଏ। ଆଜି ଆପଣମାନେ ଏପରି କିଛି ମନ୍ଦିର ବିଷୟରେ ଜାଣିବାକୁ ପାଇବେ ଯେଉଁଠାରେ କୌଣସି ଭଗବାନ ବା ଦେବୀ-ଦେବତାଙ୍କ ପୂଜା ନହୋଇ ଏଠାରେ କୌରବ ଏବଂ ପାଣ୍ଡବଙ୍କର ପୂଜା କରାଯାଇଥାଏ। ଏହା ମଧ୍ୟରେ ଏପରି କିଛି ମନ୍ଦିର ଅଛି, ଯେଉଁଠାରେ ଲୋକମାନେ ପ୍ରସାଦ ରୂପରେ ନିଜର ରକ୍ତ ଲାଗି କରିଥାନ୍ତି। 

temple2ବେଙ୍ଗାଲୁରରେ ଏକ ମନ୍ଦିର ଅବସ୍ଥିତ, ଯାହା ଦ୍ରୌପଦୀ ମନ୍ଦିର ନାମରେ ପରିଚିତ। ଏହି ମନ୍ଦିର ପାଖାପାଖି ୮୦୦ବର୍ଷ ପୁରୁଣା। ଏହି ମନ୍ଦିର ଧର୍ମରାଜ ସ୍ବାମୀ ମନ୍ଦିର ନାମରେ ମଧ୍ୟ ପରିଚିତ।

temple3ଉତ୍ତରାଖଣ୍ଡର ଉତ୍ତରକାଶୀ ସାରନୁଲରେ ମଧ୍ୟ ଏକ ମନ୍ଦିର ଅବସ୍ଥିତ। ଏହାକୁ ଦାନବୀର କର୍ଣ୍ଣଙ୍କ ମନ୍ଦିର କୁହାଯାଇଥାଏ। ଏହି ମନ୍ଦିର କାଠରେ ନିର୍ମାଣ କରାଯାଇଛି, ଯାହା ମଧ୍ୟରେ ପାଣ୍ଡବଙ୍କର ୬ଟି ଛୋଟ ଛୋଟ ମନ୍ଦିର ରହିଛି।

temple4କେରଳର କୋଲ୍ଲମ ଜିଲ୍ଲାରେ ମ୍ୟାମାକୋଟୁ ମାଲଚାରୁଭୁରେ ଦୁର୍ଯ୍ଯୋଧନ ଓ ଶକୁନିଙ୍କର ମନ୍ଦିର ଅବସ୍ଥିତ। ଏହି ମନ୍ଦିର ପବିତ୍ରସ୍ବରମ ନାମରେ ପ୍ରସିଦ୍ଧ। ଏଠାରେ ଶକୁନି ମନ୍ଦିର ପାଖରେ ଦୁର୍ଯ୍ଯୋଧନଙ୍କ ମନ୍ଦିର ସ୍ଥାପନା କରାଯାଇଛି।

bhima templeଆହ୍ଲାବାଦର ଦାରାଙ୍ଗଜରେ ପିତାମହ ଭୀଷ୍ମଙ୍କର ମନ୍ଦିର ଅବସ୍ଥିତ। ଏହି ମନ୍ଦିରରେ ଶୋଇଥିବା ଭୀଷ୍ମଙ୍କର ୧୨ଫୁଟ ଲମ୍ବର ମୂର୍ତ୍ତି ରହିଛି।

hidimba templeମନାଲିରେ ଏକ ମନ୍ଦିର ଅବସ୍ଥିତ, ଯାହାକୁ ହିଡ଼ିମ୍ବା ମନ୍ଦିର କୁହାଯାଇଥାଏ। ହିଡିମ୍ବା ଭୀମଙ୍କର ପତ୍ନୀ ଥିଲେ ଏବଂ ତାଙ୍କ ପୁତ୍ରଙ୍କ ନାମ ଘଟୋତ୍କଚ ରହିଥିଲା। ଆଜି ମଧ୍ୟ ଲୋକମାନେ ହିଡ଼ିମ୍ବା ମନ୍ଦିରରେ ପ୍ରସାଦ ରୂପରେ ନିଜର ରକ୍ତ ଲାଗି କରିଥାନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.