Below header

ନୂଆ ଚାକିରିକୁ ହଁ କହିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ୧୦ କଥା, ଉଜ୍ବଳ ହେବ ଆପଣଙ୍କ ଭବିଷ୍ୟତ

ଥରେ ଚାକିରି କରିବା ଆରମ୍ଭ କଲେ କିଛି ଦିନ ପରେ ଲୋକମାନଙ୍କୁ ବିଭିନ୍ନ ସ୍ଥାନରୁ ଅଫର୍ ଆସିଥାଏ । ଅନେକ ସମୟରେ ଏମିତି ହୁଏ ଯେଉଁ କମ୍ପାନୀରେ କାମ କରିବାକୁ ସ୍ବପ୍ନ ଦେଖୁଥାଉ ସେହି ଅଫିସରୁ ହିଁ ଅଫର୍ ଆସିଥାଏ । ତେବେ ନିଜ ଉନ୍ନତି ବିଷୟରେ ଚିନ୍ତା କରିବା ଭଲ କଥା । ହେଲେ କୌଣସି ଅଫିସରେ ଜଏନ୍ କରିବା ପୂର୍ବରୁ କିଛି ଦିଗ ଉପରେ ଧ୍ୟାନ ଦେବା ନିହାତି ଜରୁରୀ । ଯାହା ଫଳରେ ଆଗକୁ ଯାଇ ଆପଣଙ୍କ ଭବିଷ୍ୟତରେ କୌଣସି ସମସ୍ୟା ଯେମିତି ନହେବ । ଆସନ୍ତୁ ଜାଣିବା ନୂଆ ଚାକିରିକୁ ଯିବା ପୂର୍ବରୁ କେଉଁ ଦିଗ ଉପରେ ଧ୍ୟାନ ଦେବେ ।

ସେଠାକାର ମାହୋଲ୍ କେମିତି :

କୌଣସି ଅଫିସରେ କାମରେ ସେତିକିବେଳେ ମନ ଲାଗିଥାଏ ଯେତେବେଳେ ସେଠାକାର ମାହୋଲ୍ ଠିକ୍ ଥାଏ ଆଉ ଶାନ୍ତି ଭରା ଥାଏ । କାରଣ ଶାନ୍ତି ନଥିଲେ ଆପଣ ଆପଣଙ୍କ କାମ ଠିକ୍ ଭାବରେ କରିପାରିବେ ନାହିଁ ।

ଅଫିସ୍ ଏବଂ ଘର ମଧ୍ୟରେ ଦୂରତା :

ଅଫିସ୍ ଯେତିକି ଆପଣଙ୍କ ଘର ନିକଟରେ ହେବ ସେତିକି ଭଲ ରହିବ । ତେଣୁ ଏକଥାର ନିଶ୍ଚୟ ଧ୍ୟାନ ରଖନ୍ତୁ ଆପଣଙ୍କୁ ଅଫିସ୍ ଯିବା ଆସିବା ପାଇଁ କେତେ ସମୟ ଲାଗୁଛି । ଅଧିକ ଦୂର ହେଲେ ଅଧିକ ଥକା ଲାଗେ । ଯାହାର ସିଧା ପ୍ରଭାବ ଆପଣଙ୍କ କାମ ଉପରେ ପଡିଥାଏ ।

ଆଲାଉନ୍ସ :

ଏକଥା ମଧ୍ୟ ଜାଣନ୍ତୁ ଯେ ଅଫିସ୍ କାମ ପାଇଁ ବାହାରକୁ ଯିବାକୁ ପଡିଲେ ଖର୍ଚ୍ଚ କିଏ ଦେବ । ଏହି କଥା ଅଫର୍ ଲେଟରରେ ଅଛି କି ନାହିଁ ଦେଖନ୍ତୁ । ନଚେତ୍ ଅଫିସ୍ କାମ ପାଇଁ ଆପଣଙ୍କ ପକେଟରୁ ଟଙ୍କା ଯିବ ।

କାମ ସମୟ :

office timeନୂଆ ଅଫିସରେ ଜଏନ୍ କରିବା ପୂର୍ବରୁ ଏଚଆରକୁ ପଚାରି ନିଅନ୍ତୁ କେତେ ଘଂଟା କାମ କରିବାକୁ ପଡିବ । ଅଧିକ ରୋଜଗାର କରି କି ଲାଭ ଯଦି ଆପଣଙ୍କ ନିକଟରେ ଆପଣଙ୍କ ପରିବାର ପାଇଁ ସମୟ ନରହିବ ।

ବସ୍ କେମିତି :

ଯାଆକୁ ଆପଣ ରିପୋର୍ଟ କରିବେ ତାଙ୍କ ବିଷୟରେ ଭଲ ଭାବରେ ରିସର୍ଚ୍ଚ କରନ୍ତୁ । କାରଣ ଭଲ ମ୍ୟାନେଜର୍ ଆପଣଙ୍କ ନୂଆ ଚାକିରି ଏବଂ କ୍ୟାରିୟର୍ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ମ୍ୟାନେଜରଙ୍କ ସହ ଭଲ ସଂପର୍କ ରହିବା ଆପଣଙ୍କ ପାଇଁ ଭଲ ।

ଛୁଟି :

ସେହିପରି ନୂଆ ଚାକିରିରେ ଯୋଗ ଦେବା ପୂର୍ବରୁ ଛୁଟି ବିଷୟରେ ନିଶ୍ଚୟ ଜାଣିନିଅନ୍ତୁ । କାରଣ ଛୁଟି କାହାକୁ ବା ଭଲ ନଲାଗେ ?

ବର୍ତ୍ତମାନର ଚାକିରି :

ନୂଆ ଚାକିରି ଖୋଜିବା ପୂର୍ବରୁ ନିଜକୁ ଥର ଟେ ବର୍ତ୍ତମାନର ଚାକିରି ବିଷୟରେ ପଚାରନ୍ତୁ । ଯେମିତିକି ବର୍ତ୍ତମାନର କାମରେ ଆପଣ ଖୁସି ଅଛନ୍ତି କି ନାହିଁ ? ଏଠାରେ ଆପଣଙ୍କୁ କିଛି ଶିଖିବାକୁ ମିଳୁଛି କି ନାହିଁ । ଯେଉଁ ସୁବିଧା ଏଠାରେ ପାଉଛନ୍ତି ତାହା ନୂଆ ଅଫିସରେ ଅଛି କି ନାହିଁ । ଯଦି ବର୍ତ୍ତମାନର ଚାକିରିରେ ଆଗକୁ ପ୍ରମୋସନ୍ କିମ୍ବା ଉନ୍ନତି ମିଳିବାର ଅଛି ତେବେ ସେ କ୍ଷେତ୍ରରେ ନୂଆ ଚାକିରିରେ ଯୋଗ ଦେବା ପୂର୍ବରୁ ଚିନ୍ତା କରିବା ନିହାତି ଆବଶ୍ୟକ ।

ଦରମା :

salaryନୂଆ ଚାକିରିରେ ଯୋଗ ଦେବା ପୂର୍ବରୁ ଦରମାକୁ ନେଇ ସମସ୍ତ ସନ୍ଦେହ ଦୂର କରିଦିଅନ୍ତୁ । ଯେମିତି କି କଷ୍ଟ ଟୁ କମ୍ପାନୀ କେତେ, ଇନ୍ ହ୍ୟାଣ୍ଡ କେତେ ଆସିବ । ସବୁଠାରୁ ଭଲ ହେବ ପୂର୍ବଠାରୁ ଭଲ ଦରମା ପାଇ ନୂଆ କମ୍ପାନୀ ଯିବେ ।

କମ୍ପାନୀ ବିଷୟରେ କରନ୍ତୁ ରିସର୍ଚ୍ଚ :

ଯେଉଁଠିକୁ ଯିବେ ସେ କମ୍ପାନୀ ବିଷୟରେ କିଛି ରିସର୍ଚ୍ଚ କରନ୍ତୁ । କମ୍ପାନୀର ଆର୍ଥିକ ସ୍ଥିତି କଣ ଜାଣନ୍ତୁ । ସେଠାରେ ଆପଣଙ୍କ ଭବିଷ୍ୟତ କଣ ରହିବ ନିଶ୍ଚିତ ଧ୍ୟାନ ଦିଅନ୍ତୁ ।

ଅଧିକ ଲାଭ କଣ :

ଏଚଆର୍ ସହ କମ୍ପାନୀଠୁ ମିଳୁଥିବା ସମସ୍ତ ଲାଭ ବିଷୟରେ ଖୋଲିକରି କଥା ହୁଅନ୍ତୁ । ଯେମିତି କି ବୋନସ୍ କେବେ ମିଳିବ, ହେଲ୍ଥ ଇନ୍ସୋରାନ୍ସ ଇତ୍ୟାଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.