ଏତେ ବଡ ଅଜଗର ! ମାନିବାକୁ ପଡିବ ସାହସିକତାକୁ, ଦେଖନ୍ତୁ ଭାଇରାଲ୍ ଭିଡିଓ
ସୋସିଆଲ୍ ମିଡିଆରେ ପ୍ରତିଦିନ ଗୋଟିଏ ରୁ ଗୋଟିଏ ଭୟାନକ ତଥା ବିପଦଜନକ ଭିଡିଓ ଭାଇରାଲ୍ ହୋଇଥାଏ । ବର୍ତ୍ତମାନ ଠିକ୍ ଏମିତି ଏକ ଭିଡଓ ନିକଟରେ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରିଛଠିବ ।

କର୍ଣ୍ଣାଟକ: ସୋସିଆଲ୍ ମିଡିଆରେ ପ୍ରତିଦିନ ଗୋଟିଏ ରୁ ଗୋଟିଏ ଭୟାନକ ତଥା ବିପଦଜନକ ଭିଡିଓ ଭାଇରାଲ୍ ହୋଇଥାଏ । ବର୍ତ୍ତମାନ ଠିକ୍ ଏମିତି ଏକ ଭିଡଓ ନିକଟରେ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରିଛଠିବ । ଯେଉଁ ଭିଡିଓଟିରେ ଜଣେ ବୃଦ୍ଧ ବ୍ୟକ୍ତି ଏକ ବିଶାଳକାୟ ସାପକୁ ଧରୁଥିବା ଦେଖିବାକୁ ମିଳିଛି । କିନ୍ତୁ ସବୁଠାରୁ ବଡ କଥା ବ୍ୟକ୍ତି ଜଣକ ସାପଟିକୁ ଧରିଥିବା ସମୟରେ ସେଠାରେ ପହଁଚି ଯାଉଛି ଏକ ଛୁଆ ଏବଂ ସେ ବି ସାପର ମୁହଁଟିକୁ ଧରିବାକୁ ଚେଷ୍ଟା କରୁଛି । ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକମାନେ ହଠାତ୍ ଚକିତ ହୋଇଯାଉଛନ୍ତି । ତେବେ ଶେଷରେ ଛୁଆଟିକୁ ସାପଟିର ମୁହଁକୁ ଧରିବାରେ ସଫଳ ହେବା ସହି ସଭିଏଁ ମିଶି ସାପଟିକୁ ଏକ ମୁଣା ଭିତରେ ଭର୍ତ୍ତି କରିଦେଉଛନ୍ତି ।
ଭାଇରାଲ ଭିଡିଓଟି କର୍ଣ୍ଣାଟକର ସାଲିଗ୍ରାମର ବୋଲି ସୂଚନା ମିଳିଛି । ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ସେୟାର କରାଯାଇଥିବାବେଳେ ଭିଡିଓଟିକୁ ଡିପି ହେଗଡେ(DpHegde) ନାମକ ଏକ ୟୁଜର୍ ସେୟାର କରିଛନ୍ତି। ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ଜଣେ ବୁଢା ଲୋକ ଏକ ବୁଦାଳିଆ ସ୍ଥାନରେ ଗୋଟିଏ ବିରାଟକାୟ ଅଜଗର ସାପଟିର ଲାଞ୍ଜଟିକୁ ଧରିଛନ୍ତି। ସେ ସାପଟିକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ସାପଟି ବହୁତ ବଡ ଏବଂ ଭାରି ହୋଇଥିବାରୁ ବୁଢା ଲୋକଟି ସାପଟିକୁ କାବୁ କରିପାରୁନଥିବାବେଳେ ହଠାତ୍ ସେହି ସମୟରେ ଏକ ଛୁଆଟି ଦୌଡି ଆସି ସାପଟିର ମୁହଁଟିକୁ ଧରିପକାଉଛି । ଏହି ଭିଡିଓଟିକୁ ଦେଖି ସୋସିଆଲ୍ ମିଡିଆରେ ଅନେକ ଉପଭୋକ୍ତା ପିଲାଟିର ସାହସିକତାକୁ ଖୁବ୍ ପ୍ରଶଂସା କରୁଛନ୍ତି ।
Daredevil act at Saligrama #Kundapura
Heroic act by this child but it’s very dangerous too…….🐍 pic.twitter.com/EJm09wXPpX
— Dr Durgaprasad Hegde (@DpHegde) November 22, 2023
ଭିଡିଓଟିରେ ନାବାଳକ ଜଣକ ସେହି ସ୍ଥାନକୁ ଦୌଡି ପଳାଉଛି ଯେଉଁ ସ୍ଥାନରେ ବୁଢା ଲୋକଟି ସାପର ଲାଞ୍ଜକୁ ଧରିଛନ୍ତି । ତେବେ ଛୁଆଟି ନିଜର ସାହସିକତା ଦେଖାଇ ତୁରନ୍ତ ସେହି ସ୍ଥାନକୁ ଆସି ସାପଟିର ବେକକୁ ଧରିବାକୁ ବାରମ୍ବାର ଚେଷ୍ଟା କରି ଶେଷରେ ସେଥିରେ ସଫଳ ହୋଇଯାଉଛି । ଛୁଆଟି ସାପର ମୁହଁଟିକୁ ଧରିବା ପରେ ସେହି ସମୟରେ ଆଉ ଜଣେ ବ୍ୟକ୍ତି ଏକ ମୁଣା ଧରି ଆସୁଛନ୍ତି । ସବୁ ମିଶି ସାପଟିକୁ ସେହି ମୁଣା ଭିତରେ ପୁରାଇ ଦେଉଛନ୍ତି । ତେବେ ଏହି ଭିଡିଓଟିକୁ ଏଯାଏ ପ୍ରାୟ ୧୬୮ହଜାରକୁ ଅଧିକ ୟୁଜର୍ସ ଏହି ଭିଡିଟିକୁ ଦେଖିସାରିଥିବାବେଳେ ୧୩୦୦କୁ ଅଧିକ ଲୋକ ଏହି ଭିଡିଓଟିକୁ ଲାଇକ୍ କରିସାରିଛନ୍ତି । ଆଉ ଏକ ବଡ ସଂଖ୍ୟାରେ ଲୋକେ ଏହି ଭିଡିଓଟିରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ତେବେ ଏସବୁ ଭିତରେ ଗୋଟିଏ କଥା ମନକୁ ଆସୁଛି କି ପିଲାଟିର ସାହସିକତାକୁ ମାନିବାକୁ ପଡିବ ଏକଥା ତ ସତ , ହେଲେ ଏଭଳି ବିପଦଜ୍ଜନକ ପଦକ୍ଷପ ନେବା କେତେ ଦୁର ଠିକ୍ । ତାହା ପୁଣି ଏକ ବିରାଟକାୟ ସାପ ସହିତ । ସବୁର ଏକ ସୀମା ଥାଏ । ଯଦି ପିଲାଟି ସହ କିଛି ଅଘଟଣ ଘଟିଥାନ୍ତା ତେବେ ପରିସ୍ଥିତି ଯେ କଣ ହୋଇଥାନ୍ତା ଥରେ ଚିନ୍ତା କଲେ । ଅଭିଭାବକ ମାନେ ଏକ ସବୁ ଉପରେ ନିହାତୀ ଦୃଷ୍ଟି ଦେବା ଆବଶ୍ୟକ । ନିଜ ପିଲା କେଉଁଠି କଣ କରୁଛି ତା ଉପରେ ନଜର ଦେବା ସହ ଏଭଳି ବିପଦଜ୍ଜନକ କାର୍ଯ୍ୟରୁ ନିବୃତ ରହିବାକୁ ସଚେତନ କରନ୍ତୁ । ନହେଲେ କିଛି ଅଘଟଣ କେତେବେଳେ ଯେ ଘଟିଯିବ ତା କହିହେବନି ।