ନଳକୂପରୁ ପାଣି ନୁହେଁ ବାହାରୁଛି କ୍ଷୀର, ନେବା ପାଇଁ ଲାଗିଛି ଲୋକଙ୍କ ଭିଡ଼

ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବିଲାରୀ ରୋଡ଼େଓ୍ଵ ବସ୍‌ ଷ୍ଟାଣ୍ଡରେ ଥିବା ଏକ ନଳକୂପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ନଳକୂପ ଭାଇରାଲ ହେବାର ମୁଖ୍ୟ କାରଣ ହେଉଛି ଏଥିରେ ପାଣି ନୁହେଁ ଏଥିରୁ ଧଳା ରଙ୍ଗର ତରଳ ପଦାର୍ଥ ବାହାରୁଛି ।

ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବିଲାରୀ ରୋଡ଼େଓ୍ଵ ବସ୍‌ ଷ୍ଟାଣ୍ଡରେ ଥିବା ଏକ ନଳକୂପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ନଳକୂପ ଭାଇରାଲ ହେବାର ମୁଖ୍ୟ କାରଣ ହେଉଛି ଏଥିରେ ପାଣି ନୁହେଁ ଏଥିରୁ ଧଳା ରଙ୍ଗର ତରଳ ପଦାର୍ଥ ବାହାରୁଛି । ସ୍ଥାନୀୟ ବାସିନ୍ଦା ଏହାକୁ କ୍ଷୀର ବାହାରୁଥିବା କହିଛନ୍ତି । ନଳକୂପରୁ କ୍ଷୀର ବାହାରିବା ଘଟଣା ସୋସିଆଲ ମିଡିଆରେ ଏବେ ଜୋରସୋରରେ ଭାଇରାଲ ହେଉଛି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବା ପାଇଁ ବିଲାରୀ ବସ୍‌ ଷ୍ଟାଣ୍ଡରେ ବହୁ ଲୋକ ଏକତ୍ରିତ ହୋଇଥିଲେ। ଲୋକମାନେ ଘରୁ ବାଲ୍ଟି ଆଣି ଏହି କ୍ଷୀରକୁ ଭରିଥିବାର ମଧ୍ୟ ଦେଖାଯାଇଛି । ସ୍ଥାନୀୟ ଲୋକମାନେ ନଳକୂପରୁ ବାହାରୁଥିବା ଧଳା ପଦାର୍ଥକୁ କ୍ଷୀର ବୋଲି ଭାବି ଏହାକୁ ବାଲ୍ଟି ଏବଂ ପ୍ଲାଷ୍ଟିକ ବୋତଲରେ ଘରକୁ ନେଇ ଯାଇଥିଲେ ।

ଏହି ସମ୍ପୂର୍ଣ୍ଣ ଘଟଣା ବିଷୟରେ ପ୍ରଶାସନିକ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ଘଟଣା ବିଷୟରେ ଜାଣିବା ପରେ ପ୍ରଶାସନିକ ଅଧିକାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେ ସେଠାରେ ଯାଇ ଦେଖଥିଲେ ଯେ ନଳକୂପ ନିକଟରେ ଏକ ପ୍ଲାଟଫର୍ମ ଅଛି, ଯାହା ଭାଙ୍ଗି ଯାଇଛି । ଏହି କାରଣରୁ କିଛି ପଦାର୍ଥ ପାଣି ସହିତ ମିଶି ନଳକୂପରୁ ଧଳା ପାଣି ବାହାରୁଥିଲା । ଯାହାକୁ କେମିକାଲ ପାଣି ବୋଲି କହିଥିଲେ ପ୍ରଶାସନିକ ଅଧିକାରୀ । ଧଳା ରଙ୍ଗର ପାଣି ବାହାରୁଥିବାରୁ ଏହି ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ନଳକୂପରୁ ବାହାରୁଥିବା ଏହି ଧଳା ପାଣିକୁ ନେଇ ଲୋକମାନେ ବିଭିନ୍ନ କାହାଣୀ କହୁଛନ୍ତି । ଭିଡିଓର ସତ୍ୟତା ଜାଣିବା ପାଇଁ ଏସଡିଏମ ବିଲାରୀଙ୍କୁ ଯୋଗାଯୋଗ କରାଯିବା ପରେ ସେ କହିଥିଲେ ଯେ ନଳକୂପରୁ ଯେଉଁ ପାଣି ବାହାରୁଛି ତାହା ଦୂଷିତ ପାଣି ।

ଭାଇରାଲ ଭିଡିଓକୁ ନେଇ ମୁୁରଦାବାଦ ଡିଭିଜନାଲ କମିଶନର ଅଞ୍ଜନେୟ ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ନଳକୂପରୁ କ୍ଷୀର ବାହାରୁ ଥିବା ଘଟଣା ସମ୍ପୂର୍ଣ୍ଣ ଭାବେ ଗୁଜବ । ୱାଟର ପ୍ଲାଟଫର୍ମ ଭାଙ୍ଗିବା ଯୋଗୁଁ ନଳକୂପରୁ ଯେଉଁ ପାଣି ବାହାରୁଛି ତାହା ଧଳା ହୋଇ ବାହାରୁଛି । ନଳକୂପର ପ୍ଲାଟଫର୍ମ ନିର୍ମାଣ ପାଇଁ ବର୍ତ୍ତମାନ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ମୋରଦାବାଦ ଜିଲ୍ଲାର ଏସଡିଏମ ରାଜ ବାହାଦୂର କହିଛନ୍ତି ଯେ ଭାଇରାଲ ଭିଡିଓକୁ ଦେଖାଯାଇଛି । ନଳକୂପ ତଳେ ଥିବା ପ୍ଲାଟଫର୍ମ ଭାଙ୍ଗିଯାଇଛି । ଏହି କାରଣରୁ କିଛି ପଦାର୍ଥ ପାଣିରେ ମିଶି ଯିବାରୁ ଏପରି ଧଳା ପାଣି ବାହାରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.