Below header

ମାନିବାକୁ ପଡ଼ିବ ଏମାନଙ୍କ ଦୁଃସାହସକୁ, ୱେଡିଙ୍ଗ ଶୁଟ କରାଇବା ପାଇଁ ଚଢ଼ିଲେ ୩୩୦ ଫୁଟ ଉଚ୍ଚ ପାହାଡ଼ !

ଆଜିକାଲି ପ୍ରି ୱେଡିଙ୍ଗ ଏବଂ ପୋଷ୍ଟ ୱେଡିଙ୍ଗ ଫଟୋ ଶୁଟର ଜବରଦସ୍ତ କ୍ରେଜ ଚାଲିଛି। ଏ ପର୍ଯ୍ୟନ୍ତ ଆପଣ ୱେଡିଙ୍ଗ ଶୁଟଗୁଡ଼ିକୁ କୌଣସି ଗାର୍ଡେନ, ସମୁଦ୍ର କୂଳ କିମ୍ବା ଜଙ୍ଗଲ ଏରିଆରେ କରାଯିବାର ଦେଖିଥିବେ। କିନ୍ତୁ ଚୀନର ଏକ କପଲ ସବୁ ସୀମା ପାର କରିଦେଇଛନ୍ତି।

wedding

ଏହି କପଲ ୩୩୦ ଫୁଟ ଉଚ୍ଚ ପାହାଡ଼ ଉପରେ ୱେଡିଙ୍ଗ ଶୁଟ କରାଇଛନ୍ତି। ଏମାନେ ଏତେ ସାହସୀ ଯେ ପାହାଡ଼ କାନ୍ଥରେ ଲଟକି ପୋଜ ଦେଇଛନ୍ତି। ଚାୟା ମାଉଣ୍ଟେନ କ୍ଲିଫ ଉପରେ ଏହି ଫଟୋ ଶୁଟ କରାଯାଇଛି। ଏହି ପାହାଡ଼ ହେନାନ ଅଞ୍ଚଳର ନ୍ୟାଶନାଲ ଜିଓଲୋଜିକାଲ ପାର୍କ ତଥା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ।

wedding3

ତେବେ ଫଟୋ ଶୁଟ ବେଳେ ଏହି କପଲ ୱେଡିଙ୍ଗ ଡ୍ରେସରେ ଥିଲେ। କିନ୍ତୁ କନ୍ୟା ହିଲସ ନୁହେଁ, ବରଂ ସ୍ପୋର୍ଟସ ଶୁଜ ପିନ୍ଧିଥିଲେ। ଏମାନଙ୍କୁ ପାହାଡ଼ ଉପରେ ଲଟକାଇବା ପାଇଁ ରାଶି ଦ୍ୱାରା ବନ୍ଧା ଯାଇଥିଲା ଏବଂ ତାଙ୍କ ଟିମର ଅନେକ ସଦସ୍ୟ ମଧ୍ୟ ଏହି କାମରେ ଲାଗିପଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.