ଭୟଙ୍କର କାର ଦୁର୍ଘଟଣାରୁ ବର୍ତ୍ତିଗଲେ ପୂର୍ବତନ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନ, କାରର ଏୟାର ବ୍ୟାଗ୍ ବଞ୍ଚାଇଦେଲା ଜୀବନ

ରାଜସ୍ଥାନ:  ରଣଥୋମ୍ବର ବୁଲିବାକୁ  ଯାଉଥିବା ବେଳେ  ଦୁର୍ଘଟଣାର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ ।  ସବାଇ ମାଧପୁର ନିକଟ ସୁରୱାଲରେ ଆଜି ଏକ ଦୁର୍ଘଟଣାରୁ ସେ ବର୍ତ୍ତି ଯାଛନ୍ତି। ତାଙ୍କ କାରଟି ରାସ୍ତ ଉପରେ  ଅନେକ ଥର ଓଲଟିବା ପରେ  ରାସ୍ତାର ଅପର ପାର୍ଶ୍ୱରେ ଥିବା ଏକ ହୋଟେଲକୁ ଭାଙ୍ଗି ଦେଇଥିଲା। ହୋଟେଲରେ କାମ କରୁଥିବା ଜଣେ ଯୁବକ ଏଥିରେ  ଆହତ ହୋଇଥିଲେ। କାରର ଏୟାରବ୍ୟାଗ ଖୋଲିଯିବା  ପରେ କାରର ଆଗ ସିଟରେ  ବସିଥିବା ମହମ୍ମଦ ଅଜହରୁଦ୍ଦିନ  ଆଘାତ ପାଇନଥିଲେ। ଅଜହରୁଦ୍ଦିନଙ୍କ ସହ ତାଙ୍କ ସହଯାତ୍ରୀ ମଧ୍ୟ ଏହି ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଦୁର୍ଘଟଣାରେ କାରଟି ବିଶେଷ ଭାବେ ଭାଙ୍ଗି ଯାଇଛି।

ସୂଚନା ଅନୁଯାୟୀ, ଅଜହରୁଦ୍ଦିନ ତାଙ୍କ କାରରେ ୩ ଜଣଙ୍କ ସହ ସବାଇମାଧେପୁରକୁ ଆସୁଥିଲେ। ସୁରୱାଲର ଫୁଲ ମହମ୍ମଦ ଛକରେ କାରର ପଛ ଟାୟାରଟି ଫାଟି ଯାଇଥିଲା।   ଟାୟାର ଫାଟିଯିବା ପରେ କାରଟି ଓଲଟି ପଡି ରୋଡର ବିପାରୀତ ପାର୍ଶ୍ବକୁ ଚାଲିଯାଇଥିଲା। ପରେ ହେଟେଲକୁ ଯାଇ ପିଟିହେଇଥିଲା। ଏହି ଘଟଣା  ପରେ ସ୍ଥାନୀୟ ଲୋକେ  ଅଜହରୁଦ୍ଦିନ ଏବଂ ତାଙ୍କ ସହ ବସିଥିବା ଲୋକଙ୍କୁ ଡାକ୍ତରଖାନାକୁ ନେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.