ଭଦ୍ରକ: ନୂଆ ଥାନା ପ୍ରତିଷ୍ଠା ନେଇ ବହୁତ ଖୁସି ପିରହାଟବାସୀ, ଆଇନ ଶୃଙ୍ଖଳା ଦୃଷ୍ଟିରୁ ଥାନାର ଅନେକ ଗୁରୁତ୍ୱ ରହିବ

ଚାନ୍ଦବାଲି(କେନ୍ୟୁଜ୍):  ପିରହାଟ ବାସିଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହୋଇଛି ଭଦ୍ରକ ଜିଲ୍ଲାର ପିରହାଟ ଥାନା । ପୂର୍ବରୁ ଏହା ପିରହାଟ ଫାଣ୍ଡି ଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ଏହି ଥାନାକୁ । ମୁଖ୍ୟମନ୍ତ୍ରୀ ଉଦଘାଟନ କରିସାରିବା ପରେ ପିରହାଟ ଠାରେ ପୋଲିସ ପ୍ରଶାସନ ତରଫରୁ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଚାନ୍ଦବାଲି ବଲିଧାୟକ ବ୍ୟୋମକେଶ ରାୟ , ଓ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ନୁ ଚରଣ ସେଠୀ ଯୋଗଦାନ କରି ନୂତନ ପୀରହାଟ ଥାନାର ଫଳକ ଉନ୍ମୋଚନ କରିଥିଲେ ।

pirhat

ତେବେ ଏହି ଥାନା ଚାନ୍ଦବାଲି ବ୍ଲକର ୯ ଗୋଟି ପଞ୍ଚାୟତ , ବାସୁଦେବପୁର ବ୍ଲକର ୨ ଗୋଟି ଓ ଧାମନଗର ବ୍ଲକର ୧ଟି ମୋଟ ୧୨ ପଞ୍ଚାୟତ ସହ ୧ ଶହରୁ ଉର୍ଦ୍ଧ ଗ୍ରାମକୁ ନେଇ କାର୍ଯ୍ୟ କରିବ ।  ଆଇନ ଶୃଙ୍ଖଳା ଦୃଷ୍ଟିରୁ ଏହି ଥାନାର ଗୁରୁତ୍ୱ ଅନେକ ରହିବ ବୋଲି ଜଣାପଡିଛି । ତେଣୁ ସରକାରଙ୍କ ଏହି ନୂତନ ଥାନା ଉଦଘାଟନକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି । ଉଦଘାଟନୀ ଉତ୍ସବରେ ଏଡିଏମ , ଆଡିସନାଲ ଏସ.ପି ,ଚାନ୍ଦବାଲି ଏସଡି୍‌ପିଓ , ତିହିଡି ଓ ଚାନ୍ଦବାଲି ଆଇ.ଆଇ.ସିଙ୍କ ସମେତ ପୋଲିସ ପ୍ରଶାସନର  ବରିଷ୍ଠ ଅଧିକାରୀଙ୍କ ସମେତ ତିହିଡି ବ୍ଲକ ପ୍ରଶାସନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.