Below header

ଯୁବତୀଙ୍କ ଅଜବ ଲାଇଫଷ୍ଟାଇଲ୍‌, ମୋବାଇଲ୍‌ ସହ ନିଜ ହାତକୁ ବି କରିଥାଆନ୍ତି ଚାର୍ଜ

ଆଜି ପଯ୍ୟର୍ନ୍ତ ଆପଣ ଲୋକଙ୍କୁ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ କିମ୍ବା ବ୍ଲୁଟୁଥ୍‌ ଚାର୍ଜ କରୁଥିବାର ଦେଖିଥିବେ। କିନ୍ତୁ କେବେ ଏମିତି ଯୁବତୀଙ୍କୁ ଦେଖିଛନ୍ତି କି, ଯିଏ ଏହିସବୁ ଜିନିଷ ଛଡ଼ା ନିଜ ହାତକୁ ବି ଚାର୍ଜ କରିଥାଆନ୍ତି? ଯେତେବେଳେ ଏହି ଯୁବତୀ ନିଜ ହାତକୁ ଚାର୍ଜ କରିଥାଆନ୍ତି, ସେତେବେଳେ ସେ କାଯ୍ୟର୍କ୍ଷମ ହୁଅନ୍ତି। ଆମେ ଆପଣଙ୍କୁ ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ନାମ ଆଞ୍ଜେଲ ଗିଫ୍ରିଆ, ବୟସ ୨୮ ବର୍ଷ।

କଥାଟି ହେଉଛି, ଜନ୍ମରୁ ଆଞ୍ଜେଲଙ୍କ ବାଁ ହାତ ନ ଥିଲା। ଯେବେ ସେ ୪ ମାସର ଥିଲେ, ସେବେ ତାଙ୍କ ବାପା, ମା’ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଦେହରେ ଇଲେକ୍ଟ୍ରିକ୍‌ ହାତ ଲଗେଇ ଦେଲେ। ଆଉ ଏହି ହାତ ଚାର୍ଜ ହେଲେ ହିଁ ଭଲ ଭାବେ କାମ କରିଥାଏ। ଯେତେବେଳେ ଆଞ୍ଜେଲ ଧୀରେ ଧୀରେ ବଡ଼ ହେବାକୁ ଲାଗିଲେ, ତାଙ୍କ ଇଲେକ୍ଟ୍ରିକ୍‌ ହାତକୁ ମଧ୍ୟ ସେହିଭଳି ଅପଗ୍ରେଡ୍‌ କରାଯିବାକୁ ଲାଗିଲା। ଆଞ୍ଜେଲ ଯେଉଁ କୃତ୍ରିମ ହାତକୁ ବ୍ୟବହାର କରୁଛନ୍ତି, ତାହା ମୋଟୋରାଇଜ୍‌ଡ ଇଲେକ୍ଟ୍ରିକ୍‌ ଅଟେ। ସେ ସକାଳୁ ଉଠିଲେ, ପ୍ରଥମେ ତାଙ୍କ ହାତକୁ ଚାର୍ଜ କରିଥାଆନ୍ତି। କାହିଁକି ନା, ହାତ ଚାର୍ଜ ହେବା ପରେ ହିଁ ସେ କିଛି କାମ କରିପାରନ୍ତି। ତାଙ୍କ ବାପା, ମା’ଙ୍କ କହିବା ହେଲା, ଯେତେବେଳେ ସେ ଛୋଟ ଥିଲେ, ସେତେବେଳେ ଇଲେକ୍ଟ୍ରିକ୍‌ ବୋର୍ଡ ଆଡ଼କୁ ସବୁବେଳେ ଚାହୁଁଥିଲେ, ଏହା ଦେଖି ସେମାନେ ବୁଝିଯାଆନ୍ତି କି, ଆଞ୍ଜେଲ ତାଙ୍କ ହାତକୁ ଚାର୍ଜ କରିବାକୁ ଚାହୁଁଛନ୍ତି। ଏହି ଇଲେକ୍ଟ୍ରିକ୍‌ ହାତ ଚାର୍ଜ କରିବା ପାଇଁ ପାଖାପାଖି ୧ ଘଣ୍ଟା ସମୟ ଲାଗିଥାଏ। ଏହାପରେ ସେ ପୂରା ଦିନ କାମ କରିଥାଆନ୍ତି।

ଏହାସହ ପଢ଼ନ୍ତୁ: ଅଣ୍ଡା ଭିତରେ ଅଣ୍ଡା! ୯୫ ବର୍ଷ ଧରି ଚାଲିଆସୁଥିବା କୁକୁଡ଼ା ଫାର୍ମ ମାଲିକ ମଧ୍ୟ ଚକିତ

ଯୁବତୀଙ୍କ ବାପା, ମା’ କୁହନ୍ତି, କିଛି ଦିନ ପୂର୍ବରୁ ଆଞ୍ଜେଲ ଟେକ୍ସାସରେ ଏକ ପ୍ରୋଗ୍ରାମରେ ସାମିଲ ହୋଇଥିଲେ, ଯେଉଁଠି ହଠାତ୍‌ ତାଙ୍କ ହାତର ଚାର୍ଜ ସରିଗଲା। ଆଉ ସେ ତୁରନ୍ତ ଚାର୍ଜ କରିବା ପାଇଁ ଏଣେ ତେଣେ ଦୌଡିବାକୁ ଲାଗିଲେ। କିନ୍ତୁ ଯେଉଁଠି ଇଲେକ୍ଟ୍ରିକ୍‌ ସର୍କିଟ୍‌ ଥିଲା, ସେଠାରେ ପୂର୍ବରୁ ଜଣଙ୍କ ଫୋନ୍‌ ଚାର୍ଜ ହେଉଥିଲା, ଯଦ୍ଦ୍ଵାରା ଆଞ୍ଜେଲଙ୍କୁ ସମସ୍ୟା ଭୋଗିବାକୁ ପଡ଼ିଥିଲା। ଏହି ସମୟରେ କାନ୍ଥର ଅନ୍ୟ ଏକ ପାର୍ଶ୍ୱରେ ଥିବା ସର୍କିଟ୍‌ ଉପରେ ତାଙ୍କ ନଜର ପଡ଼ିଲା। ଏହାପରେ ସେ ସେଠାକୁ ଦୌଡି ଯାଇ ନିଜ ହାତକୁ ଚାର୍ଜ କରିଥିଲେ। ଯେତେବେଳେ ଆଞ୍ଜେଲଙ୍କ ହାତର ବ୍ୟାଟେରି କମ୍‌ ହୋଇଯାଏ, ସେତେବେଳେ ହାତରେ ଲାଗିଥିବା ବିପ୍‌ ବାଜି ଉଠିଥାଏ ବୋଲି ତାଙ୍କ ବାପା, ମା’ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.