ଆମେ ତ ଭାଇ ବେହୋସ୍‌ ଥିଲ, ଏବେ ଆସିଛି ହୋସ୍‌ !

ମନେ ରଖିବା ଉଚିତ ଯେ ଡ୍ରାଇଭିଂ ଲାଇସେନ୍ସ କେବଳ ସରକାରଙ୍କର ଦରକାର ନୁହେଁ । ଦରକାର ଆମର ନିଜ ପାଇଁ । ଏଥିରେ ବ୍ୟକ୍ତି ସମ୍ପର୍କରେ ବିଭିନ୍ନ ସୂଚନା ରହିଥାଏ । ଯାହାଫଳରେ କୌଣସି ଜାଗାରେ ଯଦି ଦୁର୍ଘଟଣା ହୁଏ ତେବେ ଲାଇସେନ୍ସର ବ୍ଲଡ୍‌ ଗ୍ରୁପ୍‌ ଠାରୁ ଆରମ୍ଭ କରି ତାଙ୍କର ଠିକଣା ମଧ୍ୟ ଜାଣି ହୁଏ । ଯାହା ସାହାଯ୍ୟ କରେ ଆହତଙ୍କ ଚିକିତ୍ସା ପାଇଁ ଏବଂ ଘର ଲୋକଙ୍କୁ ସୂଚନା ମଧ୍ୟ ଦେଇ ହୁଏ ।

RTO-1
ହେଲେ ଆମେ ଦେଖିଲୁ କେବଳ ଦୁଇ ଚକିଆ ଯାନ ଚାଳକ ନୁହନ୍ତି, ଚାରି ଚକିଆ ଏବଂ ଟ୍ରକ୍‌ ଭଳି ଭାରୀ ଯାନ ଚାଳକ ମଧ୍ୟ ନିଜ ଦାୟିତ୍ୱରେ ଚରମ ଅବହେଳା କରିଛନ୍ତି । କାହାର ଲାଇସେନ୍ସ ନାହିଁ କତ ଆଉ କିଏ ଲାଇସେନ୍ସ ରିନ୍ୟୁ କରି ନାହାନ୍ତି । ତେବେ କେବଳ ଯେ ଏଥିରେ ଲୋକଙ୍କର ଅବହେଳା ରହିଛି ତା ନୁହେଁ, ପରିବହନ ବିଭାଗର ଦାୟିତ୍ୱ ହୀନତା ଯୋଗୁଁ ଆଜି ସାରା ରାଜ୍ୟରେ ଏତେ ସଂଖ୍ୟକ ଲୋକ ବେପରୁଓ୍ଵା ଭାବେ ବିନା ଲାଇସେନ୍‌ରେ ଗାଡ଼ି ଚଳାଉଛନ୍ତି । ଟିକେ ଚିନ୍ତା କରନ୍ତୁ ତ ଯଦି ରାଜଧାନୀ ଭୁବନେଶ୍ୱରରେ ଏଭଳି ଅବସ୍ଥା ତେବେ ଗାଁ ଗହଳିରେ କଣ ସ୍ଥିତି ଥିବ ?

DRIVING LICENCE-1ଆମକୁ ସମୟ ଦିଅ । ଆମେ ଏତେ ବେଶି ଫାଇନ୍‌ ଦେଇ ପାରିବୁ ନାହିଁ ଏମିତି ବିରୋଧ ଲୋକଙ୍କ ତରଫରୁ ହୋଇଛି । ହେଲେ ଯେଉଁ ପୁରୁଣା ନିୟମ ଥିଲା ତାକୁ କେତେ ଲୋକ ମାନିଥିଲେ ? ଆମେ ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଇବା ପରେ ତ ଆଉ କାହା ଉପରକୁ ଆଙ୍ଗୁଠି ଉଠାଇ ପାରିବା ?

RTO-3

ଆରଟିଓ ଅଫିସ୍‌ରେ ଏହି ଭିଡ଼ ହିଁ ସ୍ପଷ୍ଟ କରି ଦେଉଛି ଯେ ଆମ ଜନସାଧାରଣ ‘ଛାଟ ଖାଇଲେ ପାଠ ହେବ’ ନୀତିକୁ ଅନୁସରଣ କରୁଛନ୍ତି । ବିନା ହେଲମେଟ୍‌ରେ ଗାଡ଼ି ଚଳାଇବା ବର୍ତ୍ତମାନ ଆତ୍ମହତ୍ୟା ସଦୃଶ ହୋଇଛି । ରାସ୍ତା ଯେତେ ଚଉଡ଼ା ହେଉଛି, ଯୋଗାଯୋଗ ବ୍ୟବସ୍ଥା ଯେତେ ସୁଧୁରୁଛି ସେତିକି ଅଧିକ ହେଉଛି ଦୁର୍ଘଟଣା । ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଓ ଆହତଙ୍କ ସଂଖ୍ୟା । କଣ ଏମିତି ହେବା ଦରକାର ଯେ ଆମ ନିଜର କେହି ଏଭଳି ଦୁର୍ଘଟଣାର ଶିକାର ନହେବା ଯାଏ ଆମେ ଚେତିବା ନାହିଁ ?

RTO-4

ପ୍ରଥମେ ଆମେ ନିଜକୁ ଦୋଷ ଦେବା ତାପରେ ବିଭାଗ ଓ ସରକାରଙ୍କୁ କାରଣ ଭୁଲ ଆମର । ଆମେ ନିଜେ ସଚେତନ ନୋହୁଁ । ଖୋକା ଭାଇ ଅକ୍ଷୟ ମହାନ୍ତିଙ୍କ ସେଇ ଗୀତଟି ଏବେ ମନେ ପଡୁଛି ‘ଆମେ ତ ଭାଇ ବେହୋସ୍‌ ଅଛ ତୁମର ହୋସ୍‌ ଅଛି, ସତ କହିବ ଦୁନିଆଁରେ କଣ ଚାଲିଛି ?’ । ଲାଗୁଛି ଯେମିତି ଚେଇଁ ଶୋଇବା ପରେ ଏବେ ଉଭୟ ଜନସାଧାରଣ ଓ ପରିବହନ ବିଭାଗ ଜାଗି ଉଠିଛନ୍ତି ।

ହିମାଂଶୁ ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.