Below header

ବାସ୍ତୁ ଅନୁସାରେ ମାସ ଆରମ୍ଭରେ କରନ୍ତୁ ଏହି ଖାସ୍‌ କାମ, ପୂରା ହେବ ସବୁ ଅଟକିଥିବା କାମ

ଖରାଦିନେ ଝାଳର ଦୁର୍ଗନ୍ଧରୁ ମୁକ୍ତି ପାଇଁ ପ୍ରାୟତଃ ଲୋକମାନେ ପରଫ୍ୟୁମ୍‌ ଓ ଅତର ବ୍ୟବହାର କରିଥା’ନ୍ତି। ସକାଳୁ ଗାଧୋଇ ସାରିବା ପରେ ଯଦି ଶରୀରରେ ପରଫ୍ୟୁମ୍‌ ପକାନ୍ତି ତେବେ ତାହାର ବାସ୍ନା ସାରା ଦିନ ରହିଥାଏ। ଏଥିସହ ଦିନ ସାରା ଫ୍ରେସ୍‌ ମଧ୍ୟ ଲାଗେ। ଏହି କଥା ନୂଆ ମାସର ଆରମ୍ଭରେ ମଧ୍ୟ ଲାଗୁ ହୋଇଥାଏ। ଯଦି ନୂଆ ମାସର ପ୍ରଥମ କେତେ ଦିନ କିଛି ଖାସ୍‌ ଉପାୟ କରିବେ ତେବେ ସାରା ମାସ ଶୁଭ ଫଳ ମିଳିବ। ଆସନ୍ତୁ ଜାଣିବା କ’ଣ ସେହି ଖାସ୍‌ ଉପାୟ…

Mahashivratri 2019: Know history, significance and how to ...

  • ସୂର୍ଯ୍ୟାସ୍ତ ପରେ ଯେକୌଣସି ଶିବ ମନ୍ଦିରକୁ ଯାଇ ଘିଅ ଦୀପ ଜଳାଇ ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
  • ହନୁମାନଙ୍କୁ ସିନ୍ଦୁର ଓ ଚମେଲିର ତେଲ ଚଢ଼ାନ୍ତୁ। ଏହା ପରେ ହନୁମାନ ଚାଳିଶା ପାଠ କରନ୍ତୁ।
  • ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ। ପଦ୍ମଫୁଲ ମାଳରେ ୧୦୮ ଥର ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ। ଲକ୍ଷ୍ମୀଙ୍କୁ ଗୋଲାପ ଓ ପଦ୍ମ ଫୁଲ ଅର୍ପଣ କରନ୍ତୁ। ଏଥିସହ ଓଁ ମହାଲକ୍ଷ୍ମୟେ ନମଃ ମନ୍ତ୍ର ଜପ କରନ୍ତୁ।

Aarti - Mahalaxmi - Om Jai Laxmi Mata Aarti - Diwali Lakshmi Aarti ...

  • କୌଣସି ଗରିବ ସଧବା ମହିଳାଙ୍କୁ ଲାଲ ଶାଢ଼ି, ଲାଲ ଚୁଡ଼ି, ସିନ୍ଦୁର, ଗହଣା ଆଦି ଦାନ କରନ୍ତୁ।
  • ଖାଦ୍ୟ ତିଆରି କରିସାରିବା ପରେ ପ୍ରଥମ ରୁଟି ଗାଈକୁ ଓ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଏଥିସହ ଜଣେ ଗରିବକୁ ପେଟ ପୂରା ଖାଇବା ଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.