ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଗୁଗଲ ଦେଲା ବଡ଼ ଉପହାର, ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଫ୍ରି ରେ ଦେଉଛି ସର୍ଭିସ

କରୋନାଭାଇରସକୁ ଦୃଷ୍ଟିରେ ରଖି ଗୁଗୁଲ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ଖୁସି ଖବର ଆଣିଛି । ଗୁଗୁଲ ଘୋଷଣା କରିଛି ଯେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ପ୍ରିମିୟମ୍ ମିଟ୍ ଭିଡିଓ କନଫରେନ୍ସିଂ ସୁବିଧା ମାଗଣାରେ ଦିଆଯାଉଛି । କରୋନା ମହାମାରୀ ଆରମ୍ଭ ହେବା ପରେ ବିଶ୍ଵର ବିଭିନ୍ନ ଦେଶରେ ତାଲା ପଡିଥିବାରୁ ଲୋକମାନେ ଘରୁ କାମ କରୁଛନ୍ତି, ଯେଉଁଥିପାଇଁ ଗୁଗୁଲ୍ ମିଟ ପ୍ଲେ ଷ୍ଟୋରରେ 50 ମିଲିୟନରୁ ଅଧିକ ଡାଉନଲୋଡ୍ କରାଯାଇଛି । ମାତ୍ର କିଛି ସପ୍ତାହ ମଧ୍ୟରେ ଏହାର ଉପଭୋକ୍ତା ଆଧାର 900 ପ୍ରତିଶତ ବୃଦ୍ଧି ପାଇଛି ।

ମିଟ୍ ବର୍ତ୍ତମାନ ୩୦୦ କୋଟି ମିନିଟ୍ ଭିଡିଓ ମିଟିଂର ଆୟୋଜନ କରୁଛି ଏବଂ ପ୍ରତିଦିନ ପ୍ରାୟ 3 ମିଲିୟନ୍ ନୂଆ ୟୁଜର ଏଥିରେ ଯୋଗ ଦେଉଛନ୍ତି । ଗୁଗୁଲ୍ କହିଛି ଯେ ଏହାର G Suite ଫର୍ ଏଜୁକେସନ୍ ଟୁଲ୍ସ ଯେକୌଣସି ଡିଭାଇସରୁ ପିଲାମାନଙ୍କୁ ଅନଲାଇନ୍ ଶିକ୍ଷା ଏବଂ ଶିକ୍ଷାଗତ ଉପକରଣ ପାଖରେ ପହଂଚିବା ପାଇଁ ସାହାଯ୍ୟ କରିପାରିବ । ତାସହିତ କମ୍ପାନୀ ଏହା ମଧ୍ୟ କହିଛି ଯେ ବିଶ୍ଵବ୍ୟାପୀ 120 ମିଲିୟନରୁ ଅଧିକ ଶିକ୍ଷକ ଏବଂ ଛାତ୍ରଙ୍କୁ ଏକତ୍ର କାର୍ଯ୍ୟ କରିବା ଓ ଶିଖିବା ପାଇଁ ସାହାଯ୍ୟ କରିବ ।

ଗୁଗୁଲର ନୂଆ ଆପ୍

ଏହାବ୍ୟତୀତ କରୋନା ମହାମାରୀର ଏହି ଯୁଗରେ ଗୁଗୁଲ ମଧ୍ୟ ଅନେକ ଚେଷ୍ଟା କରୁଛି । ଯାହା ଦ୍ୱାରା ଲୋକମାନେ ସାମାଜିକ ଦୂରତାକୁ ଅନୁସରଣ କରିପାରିବେ ଏବଂ ସଂକ୍ରମିତ ନହେବେ । ବର୍ତ୍ତମାନ ଏହାକୁ ଧ୍ୟାନରେ ରଖି କମ୍ପାନୀ ଏକ ନୂତନ ଆପ୍ ଲଞ୍ଚ କରିଛି । ଯାହାକୁ ବ୍ୟବହାର କରି ବାସ୍ତବ ଜୀବନରେ ସାମାଜିକ ଦୂରତା ବଜାୟ ରଖିବା ସହଜ ହେବ । ଯଦିଓ ଏହି ଆପ୍ ବର୍ତ୍ତମାନ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ନାହିଁ କିନ୍ତୁ ଏହାକୁ ପୃଥକ ଭାବରେ ବ୍ୟବହାର କରାଯାଇପାରିବ । ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ, ଏହି ଆପ୍ କ୍ରୋମ୍ ବ୍ରାଉଜର୍ ମାଧ୍ୟମରେ ଆକ୍ସେସ୍ ହୋଇପାରିବ ।

Google's New Sodar Tool Helps Users To Maintain Social Distancing!

ଗୁଗୁଲ ଦ୍ୱାରା ଲଞ୍ଚ ହୋଇଥିବା ଏହି ଆପର ନାମ ହେଉଛି ‘ସୋଦର’, ଯାହା ବ୍ୟବହାରକାରୀଙ୍କ ସ୍ମାର୍ଟଫୋନ୍ କ୍ୟାମେରା ସାହାଯ୍ୟରେ ଏକ ଭିଜୁଆଲ୍ ସୀମା ସୃଷ୍ଟି କରିବ । ସାମାଜିକ ଦୂରତା ନିୟମ ଭଙ୍ଗ ହେଉଛି କି ନାହିଁ ଏହି ଆପ୍ କ୍ରମାଗତ ଭାବରେ ନୀରିକ୍ଷଣ କରିଥାଏ । କମ୍ପାନୀ ଦାବି କରିଛି ଯେ ଉପଭୋକ୍ତା କ୍ଷେତ୍ରରେ ସାମାଜିକ ଦୂରତା ନିର୍ଦ୍ଦେଶାବଳୀକୁ ଭିଜୁଆଲାଇଜ କରିବା ପାଇଁ ସୋଦର WebXRର ସାହାଯ୍ୟ ନେଇଥାଏ । ଏହା ପରେ ସେ ଆର୍ଗ୍ୟୁମେଣ୍ଟେଡ ରିଆଲିଟି ସାହାଯ୍ୟରେ ଦୁଇ ମିଟର ବ୍ୟାସାର୍ଦ୍ଧର ଏକ ଭିଜୁଆଲ୍ ରିଙ୍ଗ୍ ତିଆରି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.