ଘରର ସିଲିଂ ଫଟାଇ ବାହାରିଲା ୩ଟି ବରାଟକାୟ ସାପ! ଭାଇରାଲ୍ ହେଉଛି ଭିଡିଓ
ଘରର ସିଲିଂ ଫଟାଇ ପାଖାପାଖି ୩ଟି ବିରାଟକାୟ ସାପ ତଳକୁ ଖସି ପୁଣି ସିଲିଂ ଭିତରୁ ପଶିଯାଉଛନ୍ତି। ଯାହାର ଭିଡିଓ ଟ୍ୱିଟରରେ ସେୟାର ହୋଇଥିବାବେଳେ, ଏହି ଭୟଙ୍କର ଭିଡିଓ ଏବେ ବହୁ ସଂଖ୍ୟାରେ କମେଣ୍ଟ, ଲାଇକ୍ ଏବଂ ଭ୍ୟୁ ପାଇସାରିଲାଣି।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିଦିନ କିଛି ନା କିଛି ଭିଡିଓ ପ୍ରତିଦିନ ଦେଖୁଥିବେ, ହେଲେ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ ଛାତି ଥରିଉଠିବାଟା ଧାର୍ଯ୍ଯ। ତେବେ ଏମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଛାତ ଉପରେ ପଡ଼ିଥିବା ପ୍ଳାଏ ଭିତରେ କେମିତି ବରାଟକାୟ ସାପ ଦେଖିବାକୁ ମିଳୁଛି। ଘରର ସିଲିଂ ଫଟାଇ ପାଖାପାଖି ୩ଟି ବିରାଟକାୟ ସାପ ତଳକୁ ଖସି ପୁଣି ସିଲିଂ ଭିତରୁ ପଶିଯାଉଛନ୍ତି।। ଟ୍ୱିଟରରେ ସେୟାର ହୋଇଥିବା ଏହି ଭୟଙ୍କର ଭିଡିଓ ଏବେ ବହୁ ସଂଖ୍ୟାରେ କମେଣ୍ଟ, ଲାଇକ୍ ଏବଂ ଭ୍ୟୁ ପାଇସାରିଲାଣି।
ରିପୋର୍ଟ ଅନୁଯାୟୀ, ଭିଡିଓଟି ମାଲେସିଆର। ଆପଣ ଭିଡିଓରେ ଦେଖିପାରୁଥିବେ ଯେ ସାପ ଧରିବା ପାଇଁ ଏକ ଟିମ୍ ଚେଷ୍ଟା କରୁଛନ୍ତି। ସେହି ସମୟରେ ଦେଖିବାକୁ ମିଳୁଛି ଯେ ଘରର ସିଲିଂ କିଛି ଅଂଶ ଫଟାଇ ପ୍ରଥମେ ସାପଟି ଲାଞ୍ଜ ବାହାର କରୁଛି ଏବଂ ତା’ପରେ, ସାପ ଧରାଳି ଟିମ୍ ନିଜ ବାଡିରେ ସାପର ଲାଞ୍ଜକୁ ଧରିବାକୁ ଚେଷ୍ଟା କଲାବେଳେ ଏକାବେଳକେ ଏକାଧିକ ସାପ ସିଲିଂ ଭାଙ୍ଗି ତଳକୁ ଖସିପଡୁଛନ୍ତି। କିନ୍ତୁ ପୁଣି ସାପ ଗୁଡିକ ଉପରକୁ ଉଠିବା ସହିତ ଉକ୍ତ ସିଲିଂ ଭିତରେ ପୁଣି ଯାଇ ପଶିଯାଉଛନ୍ତି। ତେବେ ସାପର ଆକାର ଦେଖି ସମସ୍ତଙ୍କ ହୋସ୍ ଯାଉଛି। ଭୟରେ ସଭିଏଁ ଚିିତ୍କାର କରିବାକୁ ଲାଗୁଛନ୍ତି।
FUCK NO! pic.twitter.com/7wVXH4tBeD
— pretty irl ✨ (@ashleytapreee) February 13, 2023
ଏହି ଭିଡିଓଟି ସୋସିଆଲ୍ ମିଡିଆରେ ସେୟାର ହେବାର ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଭାଇରାଲ୍ ହୋଇଯାଇଥିଲା। ଏହି ପୋଷ୍ଟଟି ଏପର୍ଯ୍ୟନ୍ତ ୧୩.୩ ମିଲିୟନ୍ ରୁ ଅଧିକ ଭ୍ୟୁ, ୧୪ହଜାରରୁ ଅଧିକ ରିଟ୍ୱିଟ ଏବଂ ୬୨ ହଜାରରୁ ଅଧିକ ଲାଇକ୍ ପାଇସାରିଲାଣି। ଏହା ବ୍ୟତୀତ ଏହି ପୋଷ୍ଟଟିରେ ବହୁତ ଆକର୍ଷଣୀୟ କମେଣ୍ଟ ମଧ୍ଯ ୟୁଜର୍ସମାନେ ଦେଇଛନ୍ତି।
ଜଣେ ଉପଭୋକ୍ତା ଲେଖିଛନ୍ତି, “ମୋର ଦେହରୁ ପ୍ରାଣ ଛାଡିଗଲା ଏହା ଦେଖିକି।” ଏବଂ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ଘରଟିକୁ ଉଡ଼ାଇ ଦିଅ।” ସେହିଭଳି ଆଉ ଜଣେ ଉପଭୋକ୍ତା ପଚାରିଛନ୍ତି, “ଏସବୁ ସାପଗୁଡିକ ସେଠାକୁ ଗଲେ କିପରି ? ତେବେ ସେ ଯାହା ହେଉନା କାହିଁକି ଏଭଳି ବିରାଟକାୟ ସାପକୁ ଯିଲବି ଦେଖିବ ଭୟଭିତ ହୋଇଯିବାଟା ସ୍ବଭାବିକ୍।