ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ସ୍କିମରେ ୫୦ ଟଙ୍କା ଜମା କଲେ ମିଳିବ ୩୫ ଲକ୍ଷ ଟଙ୍କା

ପୋଷ୍ଟ ଅଫିସ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଏକ ବିଭାଗ ହୋଇଥିବାରୁ ଏହାକୁ ଲୋକମାନେ ଭରସା କରିଥାନ୍ତି। ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ସ୍କିମରେ ମାତ୍ର ୫୦ ଟଙ୍କା ଜମା କଲେ ପାଇବେ ୩୫ ଲକ୍ଷ ଟଙ୍କା, ଚାଷୀ ମାନେ ବି ଉଠାଇ ପାରିବେ ଫାଇଦା।

ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ଯୋଜନା ଏକ ସୁରକ୍ଷିତ ଯୋଜନା। ଏଥିରେ ଆପଣଙ୍କୁ କେବଳ ମାତ୍ର ୫୦ ଟଙ୍କା ନିବେଶ କରି ପାଇପାରିବେ ବଢ଼ିଆ ଫାଇଦା। ପୋଷ୍ଟ ଅଫିସରେ ଅନେକ ନୂଆ ନୂଆ ଯୋଜନା ରହିଛି। ହୁଏତ ସମସ୍ତଙ୍କୁ ସବୁ ସ୍କିମ ସମ୍ପର୍କରେ ଜଣାନଥିବ। ଆଜି ଆମେ ଆପଣଙ୍କୁ କହିବୁ ପୋଷ୍ଟ ଅଫିସର ଏକ ଜବର ଦସ୍ତ ସ୍କିମ। ଯେଉଁଥିରେ ଆପଣ ପାଇ ପାରିବେ ଶାନଦାର ରିଟର୍ଣ୍ଣ। ଜାଣନ୍ତୁ ଏହି ସ୍କିମ ସମ୍ପର୍କରେ..

ପୋଷ୍ଟ ଅଫିସ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବଢ଼ିଆ ସ୍କିମ ଯୋଜନା ରଖିଛି। ଆଉ ଏହାର ଅଧିକାଂଶ ଯୋଜନା ଲୋକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥାଏ। କାରଣ ଲୋକମାନେ ଏଥିରେ ଭଲ ରିଟର୍ଣ୍ଣ ପାଇଥାନ୍ତି। ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ସ୍କିମ ବିଷୟରେ କହିବୁ। ଏହି ଯୋଜନା ବହୁତ ଲୋକପ୍ରିୟ। ଏଥିରେ ଗ୍ରାମୀଣ ଲୋକ ଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସାହାଯ୍ୟ ମିଳିଥାଏ। ଏହାର ସବୁଠୁ ବଡ଼ ଖାସିୟତ ହେଉଛି ଏଥିରେ ଆପଣଙ୍କୁ ପ୍ରତିିଦିନ ମାତ୍ର ୫୦ ଟଙ୍କା ନିବେଶ କରିବାକୁ ପଡ଼ିବ।

ପୋଷ୍ଟ ଅଫିସ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଏକ ବିଭାଗ ହୋଇଥିବାରୁ ଏହାକୁ ଲୋକମାନେ ଭରସା କରିଥାନ୍ତି। ପୋଷ୍ଟ ଅଫିସରେ ଟଙ୍କା ରଖିବା ରିସ୍କ ଫ୍ରି ହୋଇଥାଏ। ପ୍ରତ୍ୟେକ ନିଜ ଟଙ୍କାକୁ ସୁ ରକ୍ଷିତ ରଖିବା ସହିତ ଭଲ ରିଟର୍ଣ୍ଣ ରାଶି ପାଇବାକୁ ଚାହିଁଥାନ୍ତି। ତେଣୁ ବିନିଯୋଗ ପାଇଁ ଏହି ବିଭାଗ ସବୁଠୁ ବେଷ୍ଟ ହୋଇଥାଏ।

ଆମେ ଆଜି ପୋଷ୍ଟ ଅଫିସର ଯେଉଁ ସ୍କିମ ବିଷୟରେ କହୁଛୁ ତାହା ହେଉଛି ଗ୍ରାମ ସୁରକ୍ଷା ଯୋଜନା। ଏହି ସ୍କିମରେ କେବଳ ୫୦ ଟଙ୍କା ରଖି ୩୫ ଲକ୍ଷ ଟଙ୍କା ରିଟର୍ଣ୍ଣ ପାଇପାରିବେ।

ଗ୍ରାମ ସୁରକ୍ଷା ଯୋଜନା Rural postal life insurance scheme programme ର ଅଂଶ। ଏହି ଇନସୁରାନ୍ସ ପଲିସି ଦେଶରେ ଥିବା ଗ୍ରାମୀଣ ଜନତାଙ୍କ ପାଇଁ ବର୍ଷ ୧୯୯୫ ମସିହାରେ ଲଞ୍ଚ ହୋଇଥିଲା। ଗ୍ରାମ ସୁରକ୍ଷା ଯୋଜନାରେ ୧୯ ବର୍ଷର ୁ ଆରମ୍ଭ ହୋଇ ୫୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ନିବେଶ କରିପାରିବେ।

ଏହି ସ୍କିମରେ ୧୦ ହଜାର ଟଙ୍କାରୁ ନେଇ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯାଏ। ପ୍ରିମିୟମ ଭରିବା ପାଇଁ ଏଥିରେ ଅନେକ ବିକଳ୍ପ ରହିଛି। ଆପଣ ଏହି ଭୁଗତାନ ମାସିକ, ତ୍ରେୟିମାସିକ ଓ ଛମାସିକ ଓ ବାର୍ଷିକ ଆକାରରେ କରିପାରିବେ।

ଗ୍ରାମ ସୁରକ୍ଷା ଯୋଜନାରେ ଦେଇଥିବା ସୂଚନା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଏହି ସ୍କିମରେ ପ୍ରତି ମାସରେ ୧୫୧୫ ଟଙ୍କା ମାନେ ପ୍ରତି ଦିନ ୫୦ ଟଙ୍କା ନିବେଶ କରୁଛନ୍ତି ତେବେ ଏହାର ରିଟର୍ଣ୍ଣରେ ୩୫ ଲକ୍ଷ ଟଙ୍କା ମିଳିବ। ଯଦି ଆପଣ ଗ୍ରାମ ସୁରକ୍ଷା ସ୍କିମକୁ ୧୯ ବର୍ଷରେ ଆରମ୍ଭ କରୁଛନ୍ତି ତେବେ ୫୫ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ୧୫୧୫ ଟଙ୍କା ପ୍ରିମିୟମ ଭରିବାକୁ ହେବ।

ଯଦି ଆପଣ ୫୮ ବର୍ଷ ପର୍ଯ୍ୟନ୍ତ ଏହାକୁ ନେଉଛନ୍ତି ତେବେ ପ୍ରତିମାସରେ ୧୪୬୩ ଟଙ୍କା ଓ ଯଦି ୬୦ ବର୍ଷ ପର୍ଯ୍ୟନ୍ତ ନେଉଛନ୍ତି ତେବେ ୧୪୧୧ ଟଙ୍କା ପ୍ରତି ମାସରେ ଭରିବାକୁ ହେବ। ଯଦି ଆପଣ ଏହି ପ୍ରିମିୟମ ଭରିବାରେ ଅସୁବିଧା ହେଉଛି ତେବେ ଆପଣ ୩୦ ଦିନ ମଧ୍ୟରେ ଏହାକୁ ଦେଇପାରିବେ। ଏହି ରାଶିର ରିଟର୍ଣ୍ଣ ଦେଖିଲେ ୫୫ ବର୍ଷ ପର୍ଯ୍ୟନ୍ତ ନିବେଶରେ ୩୧.୬୦ ଲକ୍ଷ ଟଙ୍କା, ୫୮ ବର୍ଷ ପାଇଁ ୩୩.୪୦ଲକ୍ଷ ଟଙ୍କା ଓ ୬୦ ବର୍ଷ ପାଇଁ ୩୪.୬୦ ଲକ୍ଷ ଟଙ୍କା ମ୍ୟାଚୁରିଟି ବେନିଫିଟ ପାଇବେ।

ଗ୍ରାମ ସୁରକ୍ଷା ଯୋଜନାରେ ଏହି ରକମ ବ୍ୟକ୍ତିଙ୍କୁ ୮୦ ବର୍ଷ ଆୟୁ ପୁରା ହେବା ପରେ ମିଳିଥାଏ। ଯଦି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ଏହି ରାଶି ତାଙ୍କ ଉତ୍ତରାଧିକାରୀଙ୍କୁ ମିଳିବ। ଏହି ଗ୍ରାମ ସୁରକ୍ଷା ସ୍କିମରେ କିଣିବାର ୩ ବର୍ଷ ପରେ ଗ୍ରାହକ ଏହାକୁ ସରେଣ୍ଡର କରିପାରିବେ। ତେବେ ଏହି ସମୟରେ କିନ୍ତୁ କିଛି ଲାଭ ମିଳିବ ନାହିଁ। ପଲିସିର ସବୁଠୁ ବଡ଼ ଆକର୍ଷଣ ଇଣ୍ଡିଆ ପୋଷ୍ଟ ତରଫରୁ ମିଳୁଥିବା ବୋନସ୍‌ । ଯାହାକି ରହିଛି ୧ହଜାର ଟଙ୍କା ଉପରେ ବାର୍ଷିକ ୬୦ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.