Below header

ଶିକାର ପାଇଁ ଗଛକୁ ଚଢ଼ିଥିଲା ବାଘ କିନ୍ତୁ ମାଙ୍କଡ଼ କରିଦେଲା ଖେଳ, ଦେଖନ୍ତୁ ଏହି ମଜାଦାର ଭିଡିଓ

ନିକଟରେ ସୋସିଆଲ ମିଡିଆରେ ଏପରି ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ। ଟ୍ରୁପର ନାମକ ଜଣେ ବ୍ୟକ୍ତି ସେୟାର କରିଥିବା ଏହି ଭିଡ଼ିଓରେ ଦେଖାଯାଇଛି ଯେ ଗୋଟିଏ ବାଘ ଶିକାର କରିବାକୁ ଯାଇ ଏକ ଗଛ ଉପରେ ଚଢ଼ିଯାଇଥିଲା। ବୋଧହୁଏ ବାଘକୁ ଜଣାନଥିଲା ଯେ ଗଛ ଚଢ଼ିବା ଏବଂ ଓହ୍ଲାଇବାରେ କେବଳ ମାଙ୍କଡ଼ମାନେ ହିଁ ଓସ୍ତାଦ ହୋଇଥାନ୍ତି। ତେବେ ବାଘଟି ଏହିକଥା ନଭାବି ମାଙ୍କଡ଼ ଶିକାର କରିବା ଲୋଭରେ ଗଛ ଉପରକୁ ଚଢି ଯାଇଥିଲା।

ଏହାସହ ପଢନ୍ତୁ ରାଜରାସ୍ତାରେ ଚିତାବାଘ ଓ ଝିଙ୍କ ମଧ୍ୟରେ ଲଢେଇ, ଉପାୟ ନପାଇ ଫେରିଗଲା ଚିତାବାଘ ଦେଖନ୍ତୁ ଭିଡିଓ

ଗଛ ଉପରକୁ ଚଢିବା ପରେ ଯେତେବେଳେ ବାଘଟି ଧୀରେ ଧୀରେ ମାଙ୍କଡ ଆଡକୁ ଶିକାର କରିବା ଉଦ୍ଦେଶ୍ୟରେ ଅଗ୍ରସର ହେଉଥିଲା ଠିକ ସେହି ସମୟରେ ମାଙ୍କଡ଼ ଉପସ୍ଥିତ ବୁଦ୍ଧି ଖଟାଇ ବାଘକୁ ତଳକୁ ପକାଇ ଦେଇଥିଲା। ଲୋକମାନଙ୍କ କହିବା ଅନୁଯାୟୀ ବିଚାର ବାଘ ମାଙ୍କଡ଼ ହେବାକୁ ଚେଷ୍ଟା କରୁଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଓ ଲୋକମାନେ କହୁଛନ୍ତି ଗଛର ରାଜା ମାଙ୍କଡ଼ ହୋଇଥାଏ ବାଘ ନୁହେଁ। କେବଳ ସେତିକି ନୁହେଁ କିଛି ଲୋକ କହିଛନ୍ତି ମହାରାଷ୍ଟ୍ର ରାଜନୀତି ଏବଂ ଶିବସେନାର ଅବସ୍ଥା କିଛି ଏପରି ରହିଛି। ଟ୍ରୁପର ଏହି ଭିଡିଓକୁ ସେୟାର କରିବା ସହ କ୍ୟାପ୍ସନରେ ଲେଖିଥିଲେ “ଏକ ଥା ଟାଇଗର”।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.