ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ରରୁ ଓଡ଼ିଶା ପାଇବ ୧୧ଶହ ୯୪କୋଟି ୩୨ଲକ୍ଷ ଟଙ୍କା, ଲାଗିରହିଛି କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ

କେନ୍ୟୁଜ୍(ବ୍ୟୁରୋ):  ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ରରୁ ଓଡ଼ିଶା ପାଇବ ୧୧ଶହ ୯୪କୋଟି ୩୨ଲକ୍ଷ ଟଙ୍କା । ଏହି ଅର୍ଥ ରାଶି ବକେୟା ପଡ଼ି ରହିଛି । ୪ ମାସ ପୂରିବାକୁ ବସିଲାଣି । କିନ୍ତୁ ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ଅର୍ଥ ମିଳିନାହିଁ । ଏହାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଛି । ଜିଏସଟି ଆକ୍ଟ ଅନୁଯାୟୀ ଯଦି ଜିଏସଟି ଆଦାୟ ହାର ୧୪ ପ୍ରତିଶତରୁ କମ ରହିବ ତେବେ ରାଜ୍ୟ ଗୁଡିକୁ ଜିଏସଟି କ୍ଷତିପୂରଣ ମିଳିବ । ପ୍ରତି ଦୁଇ ମାସରେ ଥରେ କେନ୍ଦ୍ର ସରକାର ଏହି କ୍ଷତିପୂରଣ ଅର୍ଥ ରାଜ୍ୟକୁ ଦେଇଥାଆନ୍ତି । ଏ ବାବଦରେ ଜୁନ ଓ ଜୁଲାଇ ମାସରେ ୨୮ହଜାର କୋଟି ଟଙ୍କା ରାଜ୍ୟ ଗୁଡିକୁ ଦିଆଯାଇଛି । ହେଲେ ଅଗଷ୍ଟ,ସେପ୍ଟେମ୍ବର ଦୁଇ ମାସର ଜିଏସଟି କ୍ଷତିପୂରଣ ରାଶି ଏପଯ୍ୟର୍ନ୍ତ ମିଳିନାହିଁ । ଏନେଇ ପ୍ରାୟ ୪୦ହଜାର କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ପ୍ରାପ୍ୟ ବିଭିନ୍ନ ରାଜ୍ୟକୁ ମିଳି ପାରି ନାହିଁ । ସେହିପରି ଅକ୍ଟୋବର ପରେ ନଭେମ୍ବର ମାସ ବି ସରିବାକୁ ବସିଲାଣି । ଏହି ୪ ମାସ ବାବଦରେ ରାଜ୍ୟ ଗୁଡିକ ୮୪ ହଜାର କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଅର୍ଥ ରାଶି ବକେୟା ରହିଛି । ଏହି ଅର୍ଥ ରାଶି ତୁରନ୍ତ ପ୍ରଦାନ ପାଇଁ କିଛି ରାଜ୍ୟ ମିଳିତ ଭାବେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ଏହି ରାଜ୍ୟଗୁଡିକ ହେଲେ ପଶ୍ଚିମବଙ୍ଗ, ରାଜସ୍ଥାନ,ପଞ୍ଜାବ, କେରଳ,ଦିଲ୍ଲୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.