‘‘ଦବଙ୍ଗ ୩”ର ‘ୟୁ କରକେ ଗୀତ’ର ଭିଡିଓ ଭାଇରାଲ, ଦେଖନ୍ତୁ ଚୁଲବୁଲ ପାଣ୍ଡେଙ୍କ କମେଡି ଅନ୍ଦାଜ

ସଲମାନ ଖାଁଙ୍କ ଫିଲ୍ମ ଦବଙ୍ଗ ୩ର ଗୀତ ୟୁ କରକେର ଭିଡିଓ ରିଲିଜ ହୋଇଛି। ଗୀତରେ ସଲମାନ ଖାଁ ଓ ସୋନାକ୍ଷୀ ସିହ୍ନାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଖାସ କଥା ହେଉଛି ସଲମାନ ନିଜେ ଏହି ଗୀତକୁ ଗାଇଛନ୍ତି ମଧ୍ୟ। ଗୀତର ଧୂନ ସହ ସଲମାନ ଓ ସୋନାକ୍ଷୀଙ୍କ ଠୁମକା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।

ଦେଖନ୍ତୁ ଭିଡିଓ:

Video Courtesy: T-Series

ଦବଙ୍ଗ ୩ର ନୂଆ ଗୀତକୁ ସେୟାର କରିବା ଅବସରରେ ଚୁଲବୁଲ ପାଣ୍ଡେ ବା ସଲମାନ ଖାଁ ଲେଖିଛନ୍ତି ଯେ ୟେ କରୋ, ୱ କରୋ, ସବ କରୋ, ଜୋ ଚାହେ ୱ କରୋ ଲେକିନ କରୋ ୟୁ କରକେ। ସଲମାନ ଓ ସୋନାକ୍ଷୀଙ୍କ ଡ୍ୟାନ୍ସ ମୁଭ ସହ ଚୁଲବୁଲ ଓ ରଜୋଙ୍କ ମସ୍ତିଭରା ଅନ୍ଦାଜ ଫ୍ୟାନଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା କରିଛନ୍ତି।

ଏହାସହ ପଢ଼ନ୍ତୁ: ଫିଲ୍ମ ପରେ ଏବେ ରେଡିଓ ଷ୍ଟେସନ୍‌ରେ ଗୀତ ଗାଉଛନ୍ତି ରାନୁ ମଣ୍ଡଳ, ଦେଖନ୍ତୁ ଭାଇରାଲ ଭିଡିଓ

ସୂଚନାଯୋଗ୍ୟ ଯେ, ଦବଙ୍ଗ ୩ରେ ପ୍ରଭୁଦେବା ନିର୍ଦ୍ଦେଶନା ଦେଉଥିବା ବେଳେ ସଲମାନ ଖାଁ ଫିଲ୍ମସର ବ୍ୟାନରରେ ସଲମା ଖାଁ, ଅରବାଜ ଖାଁ ଓ ନିଖିଳ ଦ୍ବିବେଦୀଙ୍କ ଦ୍ୱାରା ନିର୍ମିତ ହେଉଛି। ଏହି ଫିଲ୍ମ ଡିସେମ୍ବର ୨୦ ତାରିଖରେ ପ୍ରେକ୍ଷାଳୟକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.