ଫିଟନେସ୍ ପାଇଁ ବାଘ କଲା ପୁସଅପ୍ସ, ବିଶ୍ବାସ ହେଉନି ଯଦି ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହୁଏ। ୟୁଜର୍ସଙ୍କୁ ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ ହରକତ ଦେଖିବା ମଧ୍ୟ ବହୁତ ପସନ୍ଦ ଆସୁଛି। ଏମିତିରେ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ସୋସିଆଲ ମିଡିଆରେ ସାଇଟ୍ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଆଉ ଏହି ଭିଡିଓରେ ଆଉ କେହି ନୁହେଁ ବାଘ ପୁସ୍ଅପ୍ସ ମାରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଖୁବ୍ ଭାଇରଲ ହେଉଛି।

ସୁଶାନ୍ତ ନନ୍ଦ ନିଜ ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଜୀବଜନ୍ତୁଙ୍କ ଭିଡିଓ ସେୟାର କରନ୍ତି। ଏଥର ଏକ ବାଘର ଭିଡିଓର ସେୟାର କରିଛନ୍ତି। ଯେଉଁଥିରେ କ୍ଯାପସନ ଲେଖିଛନ୍ତି, ଫିଟ୍ ରହିବା ପାଇଁ ବାଘ କରୁଛି ପୁସଅପ୍ସ। ଏହି ଭିଡିଓ ମାତ୍ର ୬ ସେକେଣ୍ଡର। କିନ୍ତୁ ଅନେକ ଲୋକ ଏହାକୁ ପସନ୍ଦ କରୁଛନ୍ତି।

କିନ୍ତୁ ୟୁଜର୍ସ ଏହାକୁ ବାଘର ପୁସଅପ୍ସ ନୁହେଁ ସୂର୍ଯ୍ଯ ନମସ୍କାର ବୋଲି କହୁଛନ୍ତି। ଟ୍ବିଟରରେ ଏହି ଭିଡିଓକୁ ଏପର୍ଯ୍ଯନ୍ତ ୧୨ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହାକୁ ୧୬୨୫ ଲାଇକ୍ସ ମିଳିବା ସହିତ ୧୭୬ ଲୋକ ରିଟ୍ବିଟ୍ କରିସାରିଲେଣି। ଏହା ସହିତ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ମିଳୁଛି। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓ ବାଘର ଫିଟନେସ ମନ୍ତ୍ର ଲୋକଙ୍କୁ ବେଶ ପସନ୍ଦ ମଧ୍ୟ ଆସୁଛି।