ଅଲ୍ଲୀ- ଜସ୍ମିନଙ୍କ ନୂଆ ଗୀତ ‘ତେରା ସୁଟ୍’ ରିଲିଜ ହେବା ମାତ୍ରେ କରୁଛି ଧମାଲ୍, ମାତ୍ର ୭ ଘଣ୍ଟାରେ ହେଲା ୩ ମିଲିଅନ ଭ୍ଯୁ
‘ବିଗ୍ ବସ୍ ୧୪’ର ଚର୍ଚ୍ଚିତ ଯୋଡି ଅଲ୍ଲୀ ଗୋନୀ ଏବଂ ଜସ୍ମିନ ଭାସିନଙ୍କ ନୂଆ ଗୀତ ‘ତେରା ସୁଟ୍’ ରିଲିଜ ହୋଇସାରିଛି। ଫ୍ଯାନ ଅନେକ ଦିନରୁ ଏହି ଦୁହିଁଙ୍କୁ ପୁଣିଥରେ ଏକାଠି ଦେଖିବାକୁ ଚାହୁଁଥିଲେ। ଗୀତଟି ରିଲିଜ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାକୁ ଲାଗିଛି। ଟୋନି କକ୍କରଙ୍କ ସହିତ ଏହି ଦୁଇ ଷ୍ଟାର କଲରଫୁଲ ଥିବରେ ନଜର ଆସିଛନ୍ତି।
ଗୀତଟି ରିଲିଜ ହେବା ମାତ୍ର ୭ ଘଣ୍ଟାରେ ତିନି ମିଲିଅନ ଭ୍ଯୁ ହୋଇସାରିଲାଣି। ଗୀତରେ ଅଲ୍ଲୀ ଗୋନୀଙ୍କ ଅନ୍ଦାଜ ବେଶ୍ କୁଲ ଦେଖିବାକୁ ମିଳିଥିବା ବେଳେ ଜସ୍ମିନ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି। ‘ତେରା ସୁଟ୍’ ଗୀତ ହୋଲି ସ୍ପେଶାଲ ରହିଥିବା ବେଳେ ଏହି ଦୁହେଁ ଭିନ୍ନ ଷ୍ଟାଇଲରେ ହୋଲି ଖେଳୁଥିବା ନଜର ଆସିବେ।
ନିକଟରେ ଜସ୍ମିନ ଏହି ପୋଷ୍ଟ ନିଜ ଫ୍ଯାନଙ୍କ ସହିତ ସେୟାର କରିଥିଲେ। ଏହି ଲଭ୍ କପଲ ଜସ୍ମିନ ଭାସିନ ଏବଂ ଅଲ୍ଲୀ ଗୋନୀ ‘ବିଗ ବସ୍ ୧୪’ ସମୟରେ ପରସ୍ପରକୁ ଭଲପାଇ ବସିଥିଲେ। ଶୋ’ରେ ଜସ୍ମିନ ଏବଂ ଅଲ୍ଲୀ ସହିତ କାଶ୍ମୀର ଯାଇଥିଲେ, ଯେଉଁଠି ସେମାନେ ନିଜ ପରିବାର ସହିତ ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ସମୟର ଭିଡିଓ ମଧ୍ୟ ଭାଇରଲ ହୋଇଥିଲା। ଦୁହେଁ ଷ୍ଟଣ୍ଟ ରିଆଲିଟ ଶୋ ‘ଖତରୋଁ କେ ଖିଲାଡି’ର ସୁଟିଂ ସମୟରେ ସାଙ୍ଗ ହୋଇଥିଲେ।
video courtesy: Desi Music Factory