ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ ଲଜ୍ଜିତ ହେଉଛନ୍ତି କି ? ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଅନେକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ। କଥା କହିବା ବେଳେ ଏହି ଦୁର୍ଗନ୍ଧ ବାହାରିବା ଦ୍ବାରା ସାମ୍ନା ଲୋକଟି କିଛି କହିପାରେ ନାହିଁ ସତ କିନ୍ତୁ ଏଥିପାଇଁ ଆପଣଙ୍କୁ ଅସହଜ ମନେ ହୁଏ। ଏହି ସାଧାରଣ ସମସ୍ଯା ଅନେକ ଅଲଗା ଅଲଗା କାରଣ ଯୋଗୁଁ ହୋଇଥାଏ। ମେଡିକାଲ ଭାଷାରେ ଏହାକୁ ହୋଲିଟୋସିସି କୁହାଯାଏ। ଯାହା ଏକ ପ୍ରକାର ବ୍ଯାକ୍ଟେରିଆ ଯୋଗୁଁ ହୋଇଥାଏ।

ଯେତେବେଳେ ବି ଆମେ କିଛି ଖାଇଥାଉ ଏଥିରେ ଥିବା ଚିନି କିମ୍ବା ଷ୍ଟାର୍ଚ ମୁହଁରେ ଥିବା ବ୍ଯାକ୍ଟେରିଆକୁ ମାରିଥାଏ। ଏହି ପ୍ରକ୍ରିୟା ସମୟରେ ବ୍ଯାକ୍ଟେରିଆ ଏକ ପ୍ରକାର ଗ୍ଯାସ୍ ନିର୍ମାଣ କରିଥାଏ, ଯାହା ଯୋଗୁଁ ଦୁର୍ଗନ୍ଧ ଆସିଥାଏ। ଆଉ ଏହାଛଡା ଦାନ୍ତ ମୂଳ ପାଚିବା ଯୋଗୁଁ ମଧ୍ୟ ଦୁର୍ଗନ୍ଧ ଆସିଥାଏ। ଏଥିପାଇଁ ଆପଣ ଦନ୍ତ ଚିକିତ୍ସକଙ୍କ ସହିତ ପରାମର୍ଶ ନେବା ସହିତ କିଛି ଘରୋଇ ଉପାୟରେ ମଧ୍ୟ ଏହାକୁ ଦୂର କରିପାରିବେ।

brush
photo credit: Healthline

ଯଦି ଆପଣଙ୍କର ଏହି ସମସ୍ଯା ରହିଥାଏ, ତେବେ ବ୍ଯାଗରେ ଏକ ଟୁଥବ୍ରସ ରଖନ୍ତୁ। ପ୍ରତିଥର ଖାଇବା ପରେ ଫ୍ଲୋରାଇଡ ଏବଂ ଆଣ୍ଟି ବାୟୋଟିକ୍ସଯୁକ୍ତ ଟୁଥପେଷ୍ଟରେ ବ୍ରସ କରନ୍ତୁ। କେବଳ ବ୍ରସ କରିବା ଦ୍ବାରା ଦୁର୍ଗନ୍ଧ ଯାଏନାହିଁ। ବ୍ଯାକ୍ଟେରିଆ ଜିଭରେ ମଧ୍ୟ ଉତ୍ପନ୍ନ ହୋଇଥାନ୍ତି। ଏଥିପାଇଁ ଦାନ୍ତ ସହିତ ଜିଭ ମଧ୍ୟ ଭଲଭାବେ ସଫା କରିବା ଉଚିତ।

ମୁହଁ ଶୁଖିଲା ରହିଲେ ମଧ୍ୟ ଏପରି ଦୁର୍ଗନ୍ଧ ଆସିଥାଏ। ମୁହଁରେ ଥିବା ଲାଳ ଗ୍ରନ୍ଥି ପର୍ଯ୍ଯାପ୍ତ ମାତ୍ରାରେ ଲାଳ ନିର୍ମାଣ କରେନାହିଁ ତେଣୁ ମୁହଁ ଶୁଖିବାକୁ ଲାଗିଥାଏ। ଏହା ଶରୀରରେ ପାଣିର ଅଭାବ ଅର୍ଥାତ୍ ଡିହାଇଡ୍ରେସନ ଯୋଗୁଁ ହୋଇଥାଏ। ତେଣୁ ଶୀତ ଦିନ ହେଉ ଅବା ଖରାଦିନ ପର୍ଯ୍ଯାପ୍ତ ମାତ୍ରାରେ ପାଣି ପିଇବା ଉଚିତ।

curd

ତେଣୁ ଏହିସବୁ ସମସ୍ଯା ଦୂର ପାଇଁ ଦହି, ଗ୍ରୀନ ଟି, ପାନମଧୁରୀ ଇତ୍ଯାଦି ଖାଇବା ଉଚିତ। ଏମିତି ଖାଇଲେ ମୁହଁ ଦୁର୍ଗନ୍ଧ ଦୂର ହୋଇଥାଏ। ଦହିରେ ଏକ ପ୍ରକାର ଉତ୍ତମ ବ୍ଯାକ୍ଟେରିଆ ଲେକ୍ଟୋବେସିଲସ ରହିଥାଏ। ଯାହା ଖରାପ ବ୍ଯାକ୍ଟେରିଆ ସହିତ ଲଢିବା ସହିତ ସେଗୁଡିକୁ ନିୟନ୍ତ୍ରଣରେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.