ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଜିଲ୍ଲା ଗସ୍ତ, ବହୁ ଉନ୍ନୟନମୂଳକ କାର୍ଯ୍ୟର କରିବେ ଶୁଭ ଉଦଘାଟନ

ନୂଆପଡା : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଜିଲ୍ଲା ଗସ୍ତ। ଏଥିରେ ବହୁ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ନେଇ ଜିଲ୍ଲା ବିଜେଡି ନେତା ଓ କର୍ମୀଙ୍କ ସମେତ ଏସଏଚଜି ମହିଳାମାନେ ବେଶ ଉତ୍ସାହିତ। ଗସ୍ତ ପୂର୍ବରୁ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନୂଆପଡାର ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆରେ ହେଲିପ୍ୟାଡ ଓ ସାଧାରଣସଭା ସ୍ଥଳ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଗସ୍ତରେ ବହୁପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିବେ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ୧୩ହଜାର ହେକ୍ଟର ଜମି ଓ ପଡୋଶୀ ବଲାଙ୍ଗିରର ୧୬ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବ। ପରେ ରାଜା ଆର୍ତତ୍ରାଣ ହାଇସ୍କୁଲ ପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବେ। ଏହା ସହ ନୂଆପଡା ଜିଲା ପାଇଁ ୪ହଜାର କୋଟି ଟଙ୍କାର ପ୍ୟାକେଜ ଭେଟି ଦେବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.