ଜଳୁଛି ଶିମିଳିପାଳର ପୋଡାଡିହା ଏବଂ ବୁଢାମରା, ୧୦ କିଲୋମିଟରରୁ ଅଧିକ ଅଞ୍ଚଳ ନିଆଁ ଆଁରେ

ମୟୁରଭଞ୍ଜ: ଶିମିଳିପାଳର ପୋଡାଡିହା ଏବଂ ବୁଢାମରାରେ ଜଳୁଛି ନିଆଁ। ପୋଡାଡିହା ରେଞ୍ଜ ଖଣ୍ଡାଚିରା, ଅନନ୍ତପୁର ଏବଂ ବୁଢାମରା ରେଞ୍ଜ ମାଣିକପୁର, ଦେବକୁଣ୍ଡ ଆଦି ଅଞ୍ଚଳରେ ନିଆଁ ଲାଗିଛି। ପୁରା ଅଞ୍ଚଳ ଏବେ ହୁ ହୁ ହୋଇ ଜଳୁଛି ।

ଗତ ପାଞ୍ଚ ଦିନ ଧରି ଏହି ରେଞ୍ଜରେ ନିଆଁ ଲାଗି ରହିଛି। ପାଖାପାଖି ୧୦ କିଲୋମିଟରରୁ ଅଧିକ ଅଂଚଳରେ ଏହି ନିଆଁ ଲାଗି ରହିଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଜଙ୍ଗଲରେ ନିଆଁ ଲିଭାଇବାକୁ ବନବିଭାଗ କିମ୍ବା କୌଣସି ଟିମ୍‌ ପହଞ୍ଚି ନ ଥିବା କହିଛନ୍ତି ଗ୍ରାମବାସୀ। ବୁଢାମରା ରେଞ୍ଜର ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ଜଙ୍ଗଲ ମଧ୍ୟ ଏବେ ଜଳୁଥିବାରୁ ଏହା ସମସ୍ତଙ୍କୁ ଚକିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.