ଆଜି ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି, ୧୫ପ୍ଲାଟୁନ୍‌ ଫୋର୍ସ ମୁତୟନ

ପୁରୀ: ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି। କୋଭିଡ୍‌ କଟକଣା ଭିତରେ ପାଳନ କରାଯିବ ନୀତି। ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ।

ମନ୍ଦିରଠାରୁ ୨୦୦ ମିଟର ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ୍‌ କରାଯାଇଛି। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ପଙ୍କଉଦ୍ଧାର ନୀତି ସମ୍ପନ୍ନ ହେବ। ତେବେ ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ସନ ଉପରେ କଟକଣା ଲଗାଯାଇଛି। ବର୍ଷକର ଗୋଟିଏ ଦିନ ପଙ୍କଉଦ୍ଧାର ଏକାଦଶୀ ଦିନ ଶ୍ରଦ୍ଧାଳୁମାନେ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କର ଦର୍ସନ କରିଥାନ୍ତି। କିନତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଏହି ସୁଯୋଗ ମିିଳିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.