ସାମାନ୍ଯ ଆଶ୍ବସ୍ତି, ଲଗାତାର ୩ ଦିନ ହେଲା ବଢିନି ପେଟ୍ରୋଲ ଓ ଡିଜେଲ ଦର

ଗ୍ରାହକଙ୍କୁ ଆଜି ସାମାନ୍ୟ ଆଶ୍ଵସ୍ତି। ଲଗାତାର ତୈଳ ଦର ବଢୁଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲ ସ୍ଥିର ରହିଛି। ଅର୍ଥାତ ଆଜି ପେଟ୍ରୋଲ ଦାମ ବୃଦ୍ଧି ନ ପାଇ ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୯୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ୮୮ ଟଙ୍କା ୭୯ ପଇସା ହୋଇଛି।

ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

petrol price

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।