Below header

ଜାଣିଛନ୍ତି କି ଓଡିଶାର କେଉଁଠାରେ ଅଛି ସ୍କଟଲ୍ୟାଣ୍ଡପୁର, ଯାହା ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର

ତାଳଚେର (କେନ୍ୟୁଜ୍) : ତାଳଚେରର ସ୍କଟଲ୍ୟାଣ୍ଡପୁର ଗାଁ। ଶୁଣିଲେ ଆପଣଙ୍କ ମନ ଉତ୍ସାହିତ ହୋଇପଡୁଥିବ। କୁହାଯାଏ ତାଳଚେର ରାଜା ପ୍ରମୋଦ ଚନ୍ଦ୍ର ଦେବ ସ୍କଟଲ୍ୟାଣ୍ଡ ଗସ୍ତରୁ ଫେରିବା ପରେ ଏହି ଗ୍ରାମ ସ୍ଥାପନ କରିଥିଲେ। ଯାହାକି ଏବେ ପର‌୍ୟ୍ୟଟକମାନଙ୍କୁ ଉଭୟ ନାମକରଣ ଓ ପ୍ରାକୃତିକ ପରିବେଶ ପାଇଁ ଆକର୍ଷିତ କରୁଛି।

କୋଇଲା ନଗରୀ ତାଳଚେର ଠାରୁ ମାତ୍ର ୫କିଲୋମିଟର ଦୂରରେ ଅବସ୍ଥିତ ସ୍କଟଲ୍ୟାଣ୍ଡପୁର ଗାଁ। ବଣ ପାହାଡ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଏହି ଗାଁ। ଏଠାରେ ରହିଛି ତାଳଚେର ରାଜାଙ୍କ ରାଜ ପ୍ରସାଦ। ୨୬ହେକ୍ଟର ପରିମିତ ଜାଗାରେ ଏହି ଗାଁ ଅବସ୍ଥିତ। ଏଠାରେ ପାଖାପାଖି ୩୦ଟି ପରିବାର ବାସ କରନ୍ତି। ଗାଁର ଚାରି ପାଖରେ ରହିଛି ପାହାଡ ପର୍ବତ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଓ ଶାନ୍ତ ପରିବେଶ ମନମୁଗ୍ଧ କରିଦେଉଛି। କୁହାଯାଏ ତାଳଚେର ରାଜା ପ୍ରମାଦ ଚନ୍ଦ୍ର ଦେବ ସ୍କଟଲ୍ୟାଣ୍ଡ ଗସ୍ତ କରିଥିଲେ। ସେଠାକାର ସୁନ୍ଦରତା ଦେଖି ସେ ବିମୋହିତ ହୋଇ ପଡିଥିଲେ । ପରେ ସ୍କଟଲ୍ୟାଣ୍ଡ ପରି ଏକ ସାମ୍ରାଜ୍ୟ ତିଆରି କରିବା ପାଇଁ ରାଜା ମନ ବଳାଇଥିଲେ।

୧୯୮୧ ମସିହାରେ ସ୍କଟଲ୍ୟାଣ୍ଡରୁ ଫେରିବା ପରେ ତାଳଚେର ସହର ଠାରୁ ୫କିଲୋମିଟର ଦୂରରେ ଏହି ସ୍କଟଲ୍ୟାଣ୍ଡପୁର ଗାଁକୁ ସ୍ଥାପନ କରାଗଲା। ପ୍ରଥମେ ସେଠାରେ ରାଜପ୍ରସାଦ ତିଆରି ହେଲା। ପରେ ପରେ ସେଠାରେ ଜନବସତି ଗଢି ଉଠିଲା।

ଏଭଳି ନାମକରଣ ଯୋଗୁ ବିଭିନ୍ନ ଜିଲ୍ଲାରୁ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।ସ୍କଟଲ୍ୟାଣ୍ଡପୁର ଗାଁର ଉନ୍ନତି ଓ ପର୍ଯ୍ୟଟନ ମାନ୍ୟତା ଦିଗରେ ଅବହେଳା ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.