ରାଜନଗରରେ ପୁଣି ଚାଞ୍ଚଲ୍ୟ, ନାବାଳିକାକୁ ଅପହରଣ କରି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲେ ଯୁବକ

ପଟ୍ଟାମୁଣ୍ଡାଇ : ରାଜନଗର ତାଳଚୁଆ ଥାନା ଅନ୍ତର୍ଗତ ଚାଁଆରକୁଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ନାବାଳିକାକୁ ଅପହରଣ କରି ଜିଲ୍ଲା ବାହାରେ ଦେହବ୍ୟବସାୟରେ ଲଗାଉଥିଲେ ମହିଳା । ଏଭଳି ଅଭିଯୋଗ କରିଛନ୍ତି ଖୋଦ ନାବାଳିକା ।
ଗ୍ରାମର ସଂଙ୍ଗିତା ନାମକ ଜଣେ ନାବାଳିକା ଝିଅ ଗତ ୩୦ ତାରିଖ ଦିନ ଠାରୁ ନିଖୋଜ ଥିଲେ। ଏନେଇ ନାବାଳିକାର ବାପା ତାଳଚୁଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ନାବାଳିକା ସମ୍ପର୍କରେ କିଛି ବି ଟେର ପାଇନଥିଲା। କିନ୍ତୁ ୫ ଦିନ ପରେ କୌଶଳ କ୍ରମେ ନାବାଳିକା ଜଣକ ତାଙ୍କ ଘରକୁ ଫୋନ କରିଥିଲେ। ଫୋନକୁ ଆଧାର କରି ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନେତୃତରେ ଏକ ଟିମ ଉକ୍ତ ନାବାଳିକାକୁ ବାଲେଶ୍ୱରରୁ ଉଦ୍ଧାର କରିଛି। ଉଦ୍ଧାର ପରେ ନାବାଳିକା ଜଣକ ଯେଉଁ ପ୍ରତିକ୍ରୀୟା ଦେଇଛନ୍ତି ତାହା ଶୁଣିଲେ ଯେକେହିବି ତାଜୁବ ହୋଇଯିବେ।

ଆହୁରି ପଢନ୍ତୁଏହି ଜେଲରେ ଆଜୀବନ ଦଣ୍ଡ ଭୋଗୁଛି ଭାଲୁ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନାବାଳିକାର କହିବା ଅନଯୁାୟୀ ତାଙ୍କ ଘରପାଖ ପଡୋଶୀ ମହିଳା କବିତା ସିଂ ନିଜ ଦ୍ୱିତୀୟ ସ୍ୱାମୀ ଧୃବ ଚରଣ ସିଂଙ୍କ ସହାୟତାରେ ତାଙ୍କୁ ଅପହରଣ କରି ବାଲେଶ୍ୱରରେ ଏକ ଭଡା ଘରେ ରଖିଥିଲେ । ପରେ ମହିଳାଙ୍କ ଦ୍ବିତୀୟ ସ୍ୱାମୀ ତାଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ ଦେହ ବ୍ୟବସାୟରେ ଲିପ୍ତ ରହିବାକୁ ବାଧ୍ୟ କରୁଥିଲେ। ତେବେ କୌଶଳ କ୍ରମେ ସେ ଝରକା ଫାଙ୍କରେ ସ୍ଥାନୀୟ ଲୋକଙ୍କ ସହାୟତା ପାଇଁ ଚିତ୍କାର କରିଥିଲେ।

ଆହୁରି ପଢନ୍ତୁ ଯାହାଙ୍କୁ ପୋଲିସ ଖୋଜି ପାଇଲେ ନାହିଁ ତାଙ୍କୁ ଖୋଜି ପାଇଲା ଟିକଟକ୍, ତିନି ବର୍ଷ ପରେ ପତିପତ୍ନୀଙ୍କର ହେଲା ମିଳନ

ସ୍ଥାନୀୟ ଲୋକେ  ନାବାଳିକାଟିର ଚିତ୍କାର ଶୁଣି ସେଠାରୁ ତାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଫୋନ କରିଥିଲେ। ଝିଅର ଫୋନ ପାଇଲା ପରେ ତାଙ୍କ ବାପା ସ୍ଥାନୀୟ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରବିା ସହିତ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ବାମୀକୁ ଅଟକ ରଖି ପଚରା ଉଚରା କରୁଛି। ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.