Below header

ବାଂଲାଦେଶକୁ ୭ ରନ୍‌ ଭିତରେ ଆଉଟ୍‌ କଲେ ସେମିଫାଇନାଲ୍‌ ଯିବ ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରି ୩୧୬ ରନ୍‌ କଲା ପାକ୍‌ ଟିମ୍‌

ଲଣ୍ଡନ୍‌ : ବିଶ୍ୱକପ୍‌ର ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପାକିସ୍ତାନ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲା । ପୂରା ଦମ୍‌ ଲଗାଇ ଦେଲା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ବି କଲା । ପୁଣି ଓପ୍ନର ଇମାମା ଉଲ୍‌ ହକ୍‌ ୧୦୦ ବଲ୍‌ରେ ୧୦୦ ରନ୍‌ ଏବଂ ତିନି ନମ୍ବର ବ୍ୟାଟ୍ସମ୍ୟାନ୍‌ ବାବର ଆଜମ୍‌ ୯୮ ବଲ୍‌ରେ ୯୬ ରନ୍‌ କଲେ । ହେଲେ ୫୦ ଓଭର ଭିତରେ ୯ ଓ୍ଵିକେଟ୍‌ ହରାଇ ୩୧୫ ରନ୍‌ ହିଁ କରି ପାରିଛନ୍ତି ।

ଏବେ ସେମିଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ଲାଗି ବାଂଲାଦେଶକୁ ୭ ରନ୍‌ ଭିତରେ ଅଲ୍‌ଆଉଟ୍‌ କରିବାକୁ ହେବ । ତାହାହେଲେ ଯାଇ ନ୍ୟୁଜିଲାଣ୍ଡ ସହ ସମାନ ୧୧ ପଏଣ୍ଟ ପାଇବା ସହିତ ରନ୍‌ ସ୍କୋର୍‌ ହାରରେ ତାକୁ ଟପି ପାକିସ୍ତାନ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ପ୍ରବେଶ କରି ପାରିବ ।ଅଧିନାୟକ ସର୍ଫରାଜ ଅହମଦଙ୍କ ପାଇଁ ଖରାପ ଖବର । ଦଳର ଏ ଅବସ୍ଥା ବେଳେ ମାତ୍ର ୨ ରନ୍‌ କରି ରିଟାୟାର୍ଡ଼ ହର୍ଟ ହୋଇଛନ୍ତି । ଯଦି ନଖେଳି ପାରନ୍ତି ତେବେ ବାବର ଆଜମ ଓ୍ଵିକେଟ୍‌ କିପିଂ କରିବେ । ଆଜି ଅନ୍ୟ ଖେଳାଳିଙ୍କ ମଧ୍ୟରେ ଇମାଦ୍‌ ଓ୍ଵାସିମ୍‌ ୨୬ ବଲ୍‌ରେ ୪୩ ରନ୍‌ କରିଥିଲେ । ଯାହାଫଳରେ ପାକିସ୍ତାନ ୩୦୦ ରନ୍‌ ଟପି ଯାଇଥିଲା ।
ବାଂଲାଦେଶ ପକ୍ଷରୁ ପୁଣି ମୁସ୍ତାଫିଜୁର ରେହମାନ ଚମତ୍କାର ବୋଲିଂ କରିଥିଲେ । ପୁଣିଥରେ ୫ ଓ୍ଵିକେଟ୍‌ ଦଖଲ କରିଥିଲେ । ଶେଷ ଓଭର୍‌ର ଚତୁର୍ଥ ଓ ପଞ୍ଚମ ବଲ୍‌ରେ ସେ ଇମାଦ ଓ୍ଵାସମି ଏବଂ ମହମ୍ମଦ ଅମୀରଙ୍କୁ ଆଉଟ୍‌ କରିଥିଲେ । ଏହା ସହିତ ସେ ଦିନିକିଆ ଆନ୍ତର୍ଜାତିକରେ ୧୦୦ ଓ୍ଵିକେଟ୍‌ ମଧ୍ୟ ପୂର୍ଣ୍ଣ କରିଛନ୍ତି । ସେହିପରି ମହମ୍ମଦ ସଇଫୁଦ୍ଦିନ ମଧ୍ୟ ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.