Below header

ଯେତେବେଳେ ପୂର୍ବ ପ୍ରେମିକ ଆପଣଙ୍କ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ କରିବାର ଦେବ ଧମକ, ତେବେ କରିବେ ଏହି କାମ

ବର୍ତ୍ତମାନ ଯୁଗରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଥାଏ ଯେଉଁଥିରେ ପ୍ରେମରେ ବିଫଳ ପ୍ରତିଶୋଧର କାରଣ ପାଲଟିଥାଏ। ପ୍ରତିଶୋଧ ନିଆଁରେ ଜଣାପଡିନଥାଏ ପ୍ରକ୍ରୁତରେ ବ୍ୟକ୍ତି କଣ କରୁଛି। ଏମିତିରେ ସେ ଘଟାଇଥାଏ ଏପରି କିଛି କାଣ୍ଡ ଯାହା କାହାର ଜୀବନକୁ କରିଥାଏ ବରବାଦ। କିଛି ପ୍ରେମିକ ତାଙ୍କ ସାଥିଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇ ନଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କିଛି ଏପରି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଭାଇରାଲ ହେବାରୁ ରକ୍ଷା କରିବ। ଯଦି ଆପଣଙ୍କ ଫଟୋ କିମ୍ବା ଭିଡିଓ କିଏ ଇଣ୍ଟରନେଟରେ ଭାଇରାଲ କରିବାକୁ ଧମକ ଦେଉଛନ୍ତି ତେବେ ଆପଣ ଏହି କାମ କରିପାରିବେ।

ନିଶ୍ଚିତ ପଢ଼ନ୍ତୁ:ଦୃଷ୍ଟି ଭ୍ରମ ? : ପୋଲ ଉପରେ ଗାଡ଼ି ଓ ଲୋକ ଆସୁଛନ୍ତି, କୁଆଡ଼େ ଚାଲି ଯାଉଛନ୍ତି, ଦେଖନ୍ତୁ ଭାଇରାଲ ଭିଡିଓ

-ଯଦି ଆପଣଙ୍କୁ କୌଣସି ବ୍ୟକ୍ତି ଭିଡିଓ କିମ୍ବା ଫଟୋ ଭାଇରାଲ କରିବାର ଧମକ ଦେଉଛନ୍ତି ତେବେ ଏବେ ତାଙ୍କ ବିରୋଧରେ ପଦକ୍ଷେପ ନେବାର ସମୟ ଆସିଛି। ଏହିପରି ପରିସ୍ଥିତି ସବୁବେଳେ ନିଜ ଭାବନାକୁ ନିୟନ୍ତ୍ରଣ କରନ୍ତୁ।

-ସୋସିଆଲ ମିଡିଆରେ ଅନେକ ଟୁଲ୍ସ ରହିଛି। ଯାହା ଦ୍ବାରା ଯଦି ଆପଣଙ୍କ ଫଟୋର କିଏ ଅଶ୍ଳୀଳ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ତାହା ବିଷୟରେ ସୂଚନା ମିଳିଥାଏ। ଏହା ବ୍ୟତୀତ ଯଦି ଆପଣ ସୋସିଆଲ ମିଡିଆରେ ନିଜର କୌଣସି ଅଶ୍ଳୀଳ ଭିଡିଓ କିମ୍ବା ଫଟୋ ଦେଖୁଛନ୍ତି ତେବେ ସେଠାରେ ‘ରିପୋର୍ଟ’ ଅପସନ କ୍ଳିକ କରି ଫଟୋ/ଭିଡିଓ ରିଭ୍ୟୁ ଦେଇ ସେହି ଫଟୋକୁ ଡିଲିଟ କରିପାରିବେ।

ଆହୁରୀ ପଢ଼ନ୍ତୁ : ୧୯ ବର୍ଷର ଏହି ବାଳକ ନଡିଆ ଖୋଳ ସହିତ କଲେ କିଛି ଏପରି କାରନାମା, ଯାହାକୁ ଦେଖି ରହିଗଲା ସାରା ଦୁନିଆ

-ଆପଣଙ୍କୁ ଜାଣିବା ଦରକାର କି ରିଭେଞ୍ଜ ପର୍ଣ୍ଣ ଏକ ଦଣ୍ଡନୀୟ ଅପରାଧ। ଏଥିରେ ଆଇଟି ଅଧିନିୟମ ୨୦୦୦ ଏବଂ ଇଣ୍ଡିୟାନ ପେନାଲ କୋଡ ୧୮୬୦ ଅନ୍ତର୍ଗତ ୩ରୁ ୭ ବର୍ଷ ପର‌୍ୟ୍ୟନ୍ତ ଜେଲ ଏବଂ ୧୦ଲକ୍ଷ ଟଙ୍କା ଜରିମାନା ଭରିବାର ନିୟମ ରହିଛି।

-କୌଣସି ବ୍ୟକ୍ତିଙ୍କ ବିନା ଅନୁମତିରେ କିଛି ଜିନିଷ ସୋସିଆଲ ମିଡିଆରେ ଅପଲୋଡ କରିବା ଦ୍ବାରା ଅପରାଧିଙ୍କୁ ୬୬,୬୭ଏ ଏବଂ ୩୫୪ ଧାରା ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ କରାଯାଇଥାଏ।

ନିଶ୍ଚିତ ପଢ଼ନ୍ତୁ:ଜୋମାଟୋ ଡେଲିଭରୀ ବୟ ୫ ମାସ ରୋଜଗାରରେ କିଣିଲେ ନିଜ ସ୍ବପ୍ନର ବାଇକ୍

-୧୮ବର୍ଷରୁ କମ ବୟସର ବ୍ୟକ୍ତିଙ୍କ ସମ୍ବନ୍ଧୀୟ କୌଣସି ଅଶ୍ଳୀଳ ସାମଗ୍ରୀ ପ୍ରକାଶିତ ହେବା ମାମଲାରେ ଆଇଟି ଆଧିନିୟମ ଧାରା ୬୭ବି ଅନ୍ତର୍ଗତ ତାଙ୍କର ଦଣ୍ଡ ବିଧାନ କରାଯାଇଥାଏ।

-ଯଦି କାହାର ଫଟୋ କିମ୍ବା ଭିଡିଓକୁ ଅଶ୍ଳୀଳ ଭାବେ ଫଟୋସପ କରି ଶେୟାର କରାଯାଉଛି ତେବେ ତାହା ପାଇଁ ମଧ୍ୟ ଦଣ୍ଡ ନିର୍ଦ୍ଧାରିତ ରହିଛି।

ନିଶ୍ଚିତ ପଢ଼ନ୍ତୁ:ଯାହାଙ୍କୁ ପୋଲିସ ଖୋଜି ପାଇଲେ ନାହିଁ ତାଙ୍କୁ ଖୋଜି ପାଇଲା ଟିକଟକ୍, ତିନି ବର୍ଷ ପରେ ପତିପତ୍ନୀଙ୍କର ହେଲା ମିଳନ

-ବ୍ୟକ୍ତିଙ୍କ ନାମରେ ଯଦି କୌଣସି ପ୍ରକାରର ମିଥ୍ୟା ଉତ୍ପିଡିନ ମାମଲା ରୁଜୁ କରାଯାଉଛି ତେବେ ତାହା ପାଇଁ ପୀଡିତା ଜଣଙ୍କ ମାନହାନି ମାମଲା ରୁଜୁ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.