Below header

ଫୁଲର ଗାଁ ସାଧୁସାହି ଓ ବ୍ରାହ୍ମଣଭୂଇଁ: ଯୁଆଡେ ଦେଖିବେ ଖାଲି ଫୁଲ ଆଉ ଫୁଲ

ଆପଣମାନେ ଫୁଲର ସହର କଥା ଶୁଣିଥିବେ। ହେଲେ ଫୁଲର ଗାଁ କଥା କେବେ ଶୁଣିଛନ୍ତି କି? ଯେଉଁଠି ଗ୍ରାମବାସୀମାନେ ପାରମ୍ପାରିକ ଚାଷ ସହ ରକମ ରକମର ଫୁଲ ଚାଷ କରନ୍ତି। ଗାଁର ପରିବେଶ ସହ ଚାରିଆଡ଼ ଫୁଲର ଭଣ୍ଡାର ମନକୁ ଯେତିକି ମୋହିତ କରେ ହୃଦୟକୁ ସେତିକି ଶାନ୍ତି ଦିଏ।କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଇସାଣିଵରମପୁର ସାଧୁସାହି ଓ ବ୍ରାହ୍ମଣଭୂଇଁ ଗାଁ।

ସାଲେପୁର: ଆପଣମାନେ ଫୁଲର ସହର କଥା ଶୁଣିଥିବେ। ହେଲେ ଫୁଲର ଗାଁ କଥା କେବେ ଶୁଣିଛନ୍ତି କି? ଯେଉଁଠି ଗ୍ରାମବାସୀମାନେ ପାରମ୍ପାରିକ ଚାଷ ସହ ରକମ ରକମର ଫୁଲ ଚାଷ କରନ୍ତି। ଗାଁର ପରିବେଶ ସହ ଚାରିଆଡ଼ ଫୁଲର ଭଣ୍ଡାର ମନକୁ ଯେତିକି ମୋହିତ କରେ ହୃଦୟକୁ ସେତିକି ଶାନ୍ତି ଦିଏ।କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଇସାଣିଵରମପୁର ସାଧୁସାହି ଓ ବ୍ରାହ୍ମଣଭୂଇଁ ଗାଁ।

ଲାଗିଲାଗି ଥିବା ଏହି ଦୁଇଟି ଗାଁ ଯେମିତି ଫୁଲରେ ଭରପୁର। ଘରଦ୍ୱାର, ବାଡ଼ି ବଗିଚା, କ୍ଷେତ ବାଡ଼ି ଯୁଆଡେ ଦେଖିବେ ଖାଲି ଫୁଲ ଆଉ ଫୁଲ। ଆପଣ ଏ ଗାଁ ଭିତରକୁ ଯଦି କେବେ ଆସନ୍ତି ତାହାଲେ ଅପଣଙ୍କୁ ବେଳେ ବେଳେ ଗାଁକୁ ନୁହେଁ ବରଂ ଗୋଟେ ସୁନ୍ଦର ବଗିଚାକୁ ପଶିଯିବା ଭଳି ଲାଗିବ। ଆଉ ଏପଟେ ଦେଖନ୍ତୁ କ୍ଷେତର ଚିତ୍ର। କ୍ଷେତରେ ଭରପୁର ଗୋଲାପ, ଗେଣ୍ଡୁ ସହ ବିଭିନ୍ନ ରକମର ଭଳିକିଭଳି ଫୁଲ। ପ୍ରତିଦିନ କ୍ଷେତରେ ଫୁଲ ସଂଗ୍ରହ କରିବା ଆଉ ସେ ସବୁକୁ ପ୍ୟାକିଂ କରିବା ଏମାନଙ୍କ କାମ।

phula

ଖାଲି କ୍ଷେତବାଡି କାହିଁକି। ଏ ଗାଁର ଲୋକମାନେ ନିଜ ଘର ଆଉ ବାଡିବଗିଚାକୁ ମଧ୍ୟ ଏଭଳି ଫୁଲରେ ସଜେଇଛନ୍ତି ଆପଣମାନେ ନଦେଖିଲେ ବିଶ୍ୱାସ କରିବେନି। ବର୍ଷସାରା ଏଠାକାର ଚାଷୀମାନେ ଫୁଲ ଚାଷକୁ ହିଁ ନିଜର ରୋଜଗାରର ପ୍ରମୁଖ ମାଧ୍ୟମ କରି ଭଲ ଦୁଇ ପଇସା ରୋଜଗାର କରନ୍ତି। ଏଥିରେ ମହିଳାମାନେ ମଧ୍ୟ ସହଯୋଗ କରିଥାନ୍ତି। ଗାଁର ଶିକ୍ଷିତ ଯୁବକମାନେ ଚାକିରୀ ପଛରେ ନପଡ଼ି ଏହି ଚାଷକୁ ଆପଣେଇ ଭଲ ରୋଜଗାର କରୁଛନ୍ତି। ଫୁଲ ଚାଷ କରି ଏ ଅଞ୍ଚଳର ଚାଷୀ ବେଶ ସମୃଦ୍ଧ ଆଉ ସ୍ୱାବଲମ୍ବୀ।

ପ୍ରକୃତିର ଅବଦାନ ବଡ ବିଚିତ୍ର । ବିଭିନ୍ନ ଫଳ ଫୁଲ ଗଛରେ ହସି ଉଠେ ଧରଣୀ ରାଣୀ । ଲୋକମାନେ ନିଜର ଉପୋଭୋଗ ପାଇଁ ବିଭିନ୍ନ ଫୁଲ ଗଛ ବାଡି ବଗିଚାରେ ମଧ୍ଯ ଲଗାଇଥାନ୍ତି । ସେଥିରେ ନିଜକୁ ଆନନ୍ଦ ଦେଇଥାନ୍ତି । ତେବେ ଏହି ଚାଷକୁ ଆପଣେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ଏବେ ଚର୍ଚ୍ଚାରେ ଏହି ଗାଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.