Below header

ଦୁଇ କୁନି ପ୍ରତିଭାଧାରୀ କଳାକାର ଶ୍ରୁତି ସୁଲଗ୍ନା ଓ ପ୍ରୀତି ସୁଲଗ୍ନା, ପଣିକିଆ କହି କହି ବାଣ୍ଟୁଛନ୍ତି ସଚେତନତା ବାର୍ତା

କୁନି କୁନି ଓଠରେ ମିଠା ମିଠା ପଣିକିଆ ଡାକ । ପଣିକିଆ ସାଙ୍ଗକୁ ଦେଉଛନ୍ତି ସଚେତନତା ବାର୍ତା ସହିତ ଶିଖାଉଛନ୍ତି ଅନେକ ସାଧାରଣ ଜ୍ଞାନ । ଏମାନେ ହେଉଛନ୍ତି ଦୁଇ ଉଭଣୀ । କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଯାହାର ଜ୍ୱଳନ୍ତ ଉଦାହରଣ ଏହି କୁନି ଦୁଇ ଉଭଣୀ ।

ଦଶପଲ୍ଲା(କେନ୍ୟୁଜ): କୁନି କୁନି ଓଠରେ ମିଠା ମିଠା ପଣିକିଆ ଡାକ । ପଣିକିଆ ସାଙ୍ଗକୁ ଦେଉଛନ୍ତି ସଚେତନତା ବାର୍ତା ସହିତ ଶିଖାଉଛନ୍ତି ଅନେକ ସାଧାରଣ ଜ୍ଞାନ । ଏମାନେ ହେଉଛନ୍ତି ଦୁଇ ଉଭଣୀ । କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଯାହାର ଜ୍ୱଳନ୍ତ ଉଦାହରଣ ଏହି କୁନି ଦୁଇ ଉଭଣୀ । ଏମାନଙ୍କ ପ୍ରତିଭା ଏବେ ସମସ୍ତଙ୍କ ମନ ଛୁଇଁଛି । ଦଶପଲ୍ଲାର ଦୁଇ କୁନି ପ୍ରତିଭାଧାରୀ କଳାକାର ହେଉଛନ୍ତି ଶୃତି ସୁଲଗ୍ନା ଓ ତାଙ୍କ ସାନଭଉଣୀ ପ୍ରୀତି ସୁଲଗ୍ନା ।

ଗତକିଛି ବର୍ଷତଳେ ପ୍ରୀତି ସୁଲଗ୍ନାଙ୍କର ପଣିକିଆ ମନେ ରଖିବାରେ ସମସ୍ୟା ହେଉଥିଲା । ଠିକ ସେହି ସମୟରେ ପ୍ରୀତିଙ୍କ ବାପା କୁରେଶ ଚନ୍ଦ୍ର ସାହୁ ମଜାଳିଆ ଢଙ୍ଗରେ ୨କ ପଣିକିଆକୁ ସଜାଇ ପ୍ରୀତିଙ୍କୁ ଶିଖାଇଥିଲେ ` ପରେ ମଜାଳିଆ ଢଙ୍ଗରେ କରିଥିବା ୨କ ପଣିକିଆକୁ ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଅପ୍ଲୋଡ କରିଥିଲେ । ଠିକ ସେହି ସମୟରରେ ଭିଡ଼ିଓଟି ଖୁବ ଭାଇରାଲ ହେବାରେ ଲାଗିଲା । ତା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଣ୍ଟିଥିଲା ।

ପ୍ରଥମ ଭିଡ଼ିଓକୁ ଲୋକ ଦେଇଥିବା ଭଲ ପାଇବା ଦେଖି ପ୍ରଚ୍ଛଦପଟରେ ରହି ନିଜର କିଛି ସହଯୋଗୀଙ୍କୁ ଧରି ପଣିକିଆ ମାଧ୍ୟମରେ ବିଭିନ୍ନ ସଚେତନତା ମୂଳକ ବାର୍ତା କରି ଭିଡ଼ିଓ କରିବା ଆରମ୍ଭ କଲେ କୁରେଶ |ଯେଉଁ ଭିଡ଼ିଓର ମୁଖ୍ୟରେ ରହିଲେ ତାଙ୍କ ଝିଅ ଶୃତି ସୁଲଗ୍ନା ଓ ପ୍ରୀତି ସୁଲଗ୍ନା । ୨ କୁନିଝିଅଙ୍କ ମଜାଳିଆ ଢଙ୍ଗରେ କହିବା ସହିତ ଅଭିନୟ ମଧ୍ୟ ବେଶ’ ଆକର୍ଷଣୀୟ ଥିଲା ଯେଉଁଥି ପାଇଁ ଦର୍ଶକମାନେ ମଧ୍ୟ ସେହି ଭିଡ଼ିଓ କୁ ବେଶ ଭଲପାଇବା ଦେଲେ ।

ଲୋକଙ୍କ ଭଲପାଇବା ଦେଖି ପଣିକିଆ ମଧ୍ୟରେ ସୀମିତ ରହିଲେନି ଶୃତି ସୁଲଗ୍ନା ଓ ତାଙ୍କ ଭଉଣୀ ପ୍ରିତି ସୁଲଗ୍ନା । ପଣିକିଆ ସହିତ ଆରମ୍ଭ କରିଦେଲେ ସଚେତନତା ମୂଳକ କ୍ଷୁଦ୍ର ଚଳଚିତ୍ର । ଯେମିତି କି, ଜଙ୍ଗଲ ଜଳୁଛି,ହେଲମେଟ,ରୋଡ଼ ସେଫ୍ଟୀ ଲାଇଫ ସେଫ୍ଟୀ, କର୍ତ୍ତବ୍ୟ ଭଳି କ୍ଷୁଦ୍ର ଚଳଚିତ୍ରରେ ମଧ୍ୟ ଅଭିନୟ କରିବା ସହିତ ଏହି ଭିଡ଼ିଓ ଗୁଡିକୁ ବେଶ ଆକର୍ଷଣୀୟ ଭାବରେ ହିନ୍ଦୀ ଭାଷାରେ ଡବିଂ କରି ଚର୍ଚାରେ ରହିଛନ୍ତି ଏହି ୨ ଭଉଣୀ । ତାହା ସହିତ ମୁଁ ପରିଟିଏ,ଗୁରୁ ବନ୍ଦନା,ମାଟିର ସନ୍ତାନ,ଦଶପଲ୍ଲା ସଫେଇବାଲା,ମୁଁ ଶିଶୁଟିଏ,ହର ଘର ତ୍ରିରଙ୍ଗା(ହିନ୍ଦୀ ଭର୍ସନ),ଅଂଶୁଘାତ,ଟିକି ଟିକି ଟୋପା ପାଣିରେ(ଚତୃର୍ଥ ଶ୍ରେଣୀ ସାହିତ୍ଯ ବହିର),ଗଛ ଲଗାଇବା,ଓବେ ଟ୍ରାଫିକ ରୁଲ,ବନ୍ଦେ ମାତରମ ତତ ସହିତ ପୂର୍ବରୁ କୋରୋନା ମହାମାରୀ ସମୟରେ ଲୋକଙ୍କ ମନରେ ସାହସ,ବଳ ବାନ୍ଧିବା ପାଇଁ “ନୂଆ ପୃଥିବୀ ,ଡାକୁଛି ଆ” ଭଳି ଭିଡ଼ିଓ କରି ସାରା ଓଡ଼ିଶାରେ ଚର୍ଚାରେ ରହିଥିଲେ ଏହି ୨ ଭଉଣୀ ।

two sister

ପୂର୍ବରୁ ନ୍ୟାସନାଲ ଗାର୍ଲ ଚାଇଲ୍ଡ ଡେରେ ଶୃତି ସୁଲଗ୍ନା ଅଂଶ ଗ୍ରହଣ କରିଥିବାବେଳେ ପରେ ୨୦୨୨ ମସିହାରେ ରାଜ୍ୟ ସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିବା “ସ୍ପାର୍କ” ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜୁନିଅର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରୁ ପୁରସ୍କୃତ ହୋଇଥିଲେ । ଏହା ବ୍ୟତୀତ ସଚେତନତା ମୂଳକ କ୍ଷୁଦ୍ର ଚଳଚିତ୍ର କରି ରାଜ୍ୟ ସଡକ ପରିବହନ ବିଭାଗ୍ ରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଓଡ଼ିଶା ସରକାର ଶୃତି ସୁଲଗ୍ନା ଓ ପ୍ରୀତି ସୁଲଗ୍ନାଙ୍କ ପ୍ରତ୍ୟକ କ୍ଷେତ୍ରରେ ସହଯୋଗ ଯୋଗାଇଦେଉଥିବା ବେଳେ ପ୍ରଶଂସା ସାଉଣ୍ଟି ଚାଲିଛନ୍ତି ଦଶପଲ୍ଲାର ଏହି ୨ କୁନି ପ୍ରତିଭାଧାରୀ କଳାକାର ଶୃତି ସୁଲଗ୍ନା ଓ ତାଙ୍କ ସାନଭଉଣୀ ପ୍ରୀତି ସୁଲଗ୍ନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.