ଥାଇଲାଣ୍ଡର ରାଜରାସ୍ତାରେ ବେଣ୍ଟଲି କାରରେ ବୁଲୁଛି ସିଂହ ଛୁଆ, ଭାଇରଲ ହେଉଛି ଭିଡ଼ିଓ

ନିକଟରେ ଥାଇଲ୍ୟାଣ୍ଡର ରାସ୍ତାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାକାର ଜଣେ ପର୍ଯ୍ୟଟକ ଏକ ସିଂହ ଛୁଆ ସହିତ ବିଳାସପୂର୍ଣ୍ଣ ବେଣ୍ଟଲି କାରରେ ଯାତ୍ରା କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଥାଇଲ୍ୟାଣ୍ଡର ରାସ୍ତାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାକାର ଜଣେ ପର୍ଯ୍ୟଟକ ଏକ ସିଂହ ଛୁଆ ସହିତ ବିଳାସପୂର୍ଣ୍ଣ ବେଣ୍ଟଲି କାରରେ ଯାତ୍ରା କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଥାଇଲ୍ୟାଣ୍ଡର ପଟ୍ଟାୟା ସହରରେ ଏକ ବିଳାସପୂର୍ଣ୍ଣ କନଭର୍ଟେବଲ କାରରେ ଜଣେ ପର୍ଯ୍ୟଟକଙ୍କୁ ନିଜ ପେଟ୍ ସହ ଦେଖିବାକୁ ମିଳିଥିଲା । ଏହି ବିଳାସପୂର୍ଣ୍ଣ କାରଟି ନିଶ୍ଚିତ ଭାବରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପଛ ସିଟରେ ବସିଥିବା ଏହି ପର୍ଯ୍ୟଟକଙ୍କ ପେଟ୍ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ଆଶ୍ଚର୍ଯ୍ୟ କରିବାର କୌଣସି ମୌକା ଛାଡି ନଥିଲା ।

ପ୍ରକୃତରେ ପଛ ସିଟରେ ଏକ ସିଂହ ଛୁଆ ଥିଲା, ଯାହାର ବେକରେ ଏକ ବେଲ୍ଟ ମଧ୍ୟ ଲାଗିଥିଲା । ଏହି ଭିଡିଓଟିକୁ ସୋସିଆଲ ମିଡିଆ ସାଇଟ X ର ‘ବ୍ୟାଙ୍ଗକକ ବୟ’ ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । କାରରେ ବସିଥିବା ଏହି ସିଂହ ଛୁଆର ବୟସ ପ୍ରାୟ ଚାରିରୁ ପାଞ୍ଚ ମାସ ହେବ ବୋଲି ସୂଚନା ମିଳିଛି, ଏହା ଏକ ଧଳା ରଙ୍ଗର ସିଂହ ଛୁଆ । ତେବେ ଏହି ଭିଡିଓ ଦେଖିବା ପରେ ୟୁଜର ମାନେ ବହୁତ ରାଗିଯାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ସିଂହ ପରି ପଶୁକୁ ଏହିପରି ବନ୍ଦୀ କରିବା ଭୁଲ ।

ଅନ୍ୟ ଜଣେ ୟୁଜରଙ୍କ ଲେଖିଛନ୍ତି, ଯଦି ଏହି ସିଂହ କାହା ଉପରେ ଆକ୍ରମଣ କରେ ତେବେ କିଏ ଦାୟୀ ରହିବ? ଜନସାଧାରଣଙ୍କ ଅସନ୍ତୋଷ ପରେ ଏହି ମାମଲା ପୋଲିସ ପାଖରେ ମଧ୍ୟ ପହଞ୍ଚିଛି ​​ଏବଂ ପରେ ଜଣାପଡିଲା ​​ଯେ ଏହି ସିଂହ ସାୱାଙ୍ଗଜିତ ନାମକ ଜଣେ ମହିଳାଙ୍କର ଏବଂ ଭାରତରୁ ଆସିଥିବା ତାଙ୍କର ଜଣେ ସମ୍ପର୍କୀୟ ଏହି ପେଟ୍ ସିଂହ ଛୁଆଟିକୁ ନେଇ ବାହାରକୁ ବୁଲିବାକୁ ଯାଇଥିଲେ । ରିପୋର୍ଟ ଅନୁଯାୟୀ, ଲାଇସେନ୍ସ ପାଇବା ପରେ ଥାଇଲ୍ୟାଣ୍ଡରେ ସିଂହ ରଖିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଏହିପରି ବାହାରେ ବୁଲେଇବା ପାଇଁ ଅନୁମତି ଦିଆଯାଇ ନାହିଁ । ତେଣୁ ବର୍ତ୍ତମାନ ଏକ ମାମଲା ରୁଜୁ ହୋଇ ଉକ୍ତ ବ୍ୟକ୍ତିଙ୍କ ସନ୍ଧାନ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.