୭୫ତମ ଗଣତନ୍ତ୍ର ଦିବସ; ଦିଲ୍ଲୀରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ବାସ୍ନା । ସବୁଠି ଫରଫର ହୋଇ ଉଡୁଛି ତିରଙ୍ଗା। ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ।

ନୂଆଦିଲ୍ଲୀ : ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ବାସ୍ନା । ସବୁଠି ଫରଫର ହୋଇ ଉଡୁଛି ତିରଙ୍ଗା। ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ । ତେବେ ଭାରତର ୭୫ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ସାମିଲ ହୋଇଛନ୍ତି । ଗଣତନ୍ତ୍ର ଦିବସ ସମାରୋହରେ ଉପରାଷ୍ଟ୍ରପତି ଜନଦିପ୍ ଧନକଡ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦି ବହୁ ବରିଷ୍ଠ ମନ୍ତ୍ରୀ, ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଅବସ୍ଥିତ ଥିଲେ ।

କର୍ତ୍ତବ୍ୟ ପଥରୁ ସାରା ବିଶ୍ବ ଦେଖିଛି ଭାରତର ସାଂସ୍କୃତିକ ବିବିଧତା ସହ ସାମରିକ ଓ ନାରୀ ଶକ୍ତି। ଏଥର ଥିମ ରହିଛି ବିକଶିତ ଭାରତ ଏବଂ ଭାରତ-ଲୋକତନ୍ତ୍ର କୀ ମାତୃକା। ଏଥର ପ୍ରାୟ ଶହେ ଜଣ ମହିଳା କଳାକାରଙ୍କ ବାଦ୍ୟ ପରିବେଷଣରୁ ଆରମ୍ଭ ହୋଇଛି ପରେଡ। କର୍ତ୍ତବ୍ୟ ପଥରେ ତିନି ସେନାର ମହିଳା ଯବାନଙ୍କ ମାର୍ଚ୍ଚ ପାଷ୍ଟ ଦେଖିବାକୁ ମିଳିଛି । ମହିଳା ପାଇଲଟ ଏଥର ଫ୍ଲାଏ ପାଷ୍ଟ କରିଛନ୍ତି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର ମହିଳା ଯବାନଙ୍କ ପରେଡ୍ ଦେଖିବାକୁ ମିଳିଛି । ସମାରୋହରେ ୭୭ ହଜାର ଅତିଥି ପରେଡ ଦେଖୁଛନ୍ତି ।

ବାୟୁସେନାର ୫୪ଟି ବିମାନ ଫ୍ଲାଏପାଷ୍ଟ କରିଛନ୍ତି । ସେଥିରେ ରହିଛି ୨୯ଟି ଲଢୁଆ ବିମାନ, ୭ଟି ପରିବହନ ବିମାନ, ୯ଟି ହେଲିକପ୍ଟର ଓ ଗୋଟିଏ ଐତିହ୍ୟ ବିମାନ । ଏଗୁଡ଼ିକୁ ୬ଟି ଭିନ୍ନ ଭିନ୍ନ ବେସରୁ ପରିଚାଳନା କରାଯାଇଛି । ସେହିପରି ଗଣତନ୍ତ୍ର ଦିବସ ପରେଡରେ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ, ୯ଟି ମନ୍ତ୍ରାଳୟ ଓ ବିଭାହର ୨୫ ପ୍ରଜ୍ଞାପନ ମେଢ଼ ସାମିଲ ହୋଇଛି । ପ୍ରଜ୍ଞାପନ ମେଢ଼ରେ ରହିଛି ରାମମନ୍ଦିର ଝଲକ । ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ସବୁଠୁ ଆଗରେ ରହିବେ ପ୍ରଭୁ ଶ୍ରୀରାମ । ଇସ୍ରୋର ପ୍ରଜ୍ଞାପନ ମେଢ଼ରେ ମୁଖ୍ୟ ଆକର୍ଷଣ ରହିଛି ଚନ୍ଦ୍ରଯାନ-୩ । ଇସ୍ରୋର ୮ ଜଣ ମହିଳା ବୈଜ୍ଞାନିକ ବି ପରେଡରେ ଭାଗ ନେଇଛନ୍ତି । ସେହିପରି ଇସ୍ରୋର ୨୧୨ ବୈଜ୍ଞାନିକ ବି ଗଣତନ୍ତ୍ର ଦିବସ ପରେଡ ଦେଖୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.