କାଠ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ମୁମ୍ବାଇର ଗ୍ରାଣ୍ଡରୋଡ ସ୍ଥିତ ଏକ କାଠ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ନିୟନ୍ତ୍ରଣ କରିବାକୁ ୨୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ବୋଲି ଜଣାପଡିଛି ।

ମୁମ୍ବାଇର ଗ୍ରାଣ୍ଡରୋଡ ସ୍ଥିତ ଏକ କାଠ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ନିୟନ୍ତ୍ରଣ କରିବାକୁ ୨୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ବୋଲି ଜଣାପଡିଛି ।
ଖବର ମୁତବାକ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଟା ପରେ କାଠ ବଜାରର ଏକ ଦୋକାନରେ ନିଆଁ ଲାଗିଥିଲା । ଏହା ତୁରନ୍ତ ଅନ୍ୟ ଦୋକାନକୁ ବ୍ୟାପି ଭୟଙ୍କର ରୂପ ଧାରଣ କରିଥିଲା । ନିଆଁ ଯୋଗୁଁ ନିକଟରେ ଥିବା ଗ୍ୟାସ

ସିଲିଣ୍ଡର ଫାଟିବା ସହ ଆଖପାଖ ବିଲ୍ଡିଂକୁ ନିଆଁ ବ୍ୟାପି ଯାଇଥିଲା । ଏହି ନିଆଁ ଲାଗିବା ସମୟରେ ଜଣେ ବ୍ୟକ୍ତି ବାଥରୁମରେ ଥିବା ବେଳେ ଫସିଯାଇଥିଲେ । ତାଙ୍କ ମୃତଦେହକୁ ଜବତ କରାଯାଇ ଜେଜେ ହସପିଟାଲରେ ରଖାଯାଇଛି ।

ସୂଚନା ପାଇ ପ୍ରାୟ ୨୦ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ ଆରମ୍ଭ କରିଥିଲେ । ମାତ୍ର ଅକ୍ଳାନ୍ତ ପରିଶ୍ରମ ପରେ ବି ସକାଳ ୬ଟା ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇ ପାରି ନ ଥିବା ଜଣାଯାଇଛି । ଘଟଣା ସ୍ଥଳରେ ୧୦ଟି ପାଇପଲାଇନ ଗାଡି ନିୟୋଜିତ ରହିଛି । ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.