Below header

ଶଶ୍ମାନ ଚିତା ପାଖରେ ଶୋଇଛନ୍ତି ବୃଦ୍ଧ, କାରଣ ଜାଣିଲେ ଉଡ଼ିଯିବ ହୋସ୍‌

ଶ୍ମଶାନରେ ଜଳୁଛି ଚିତା ଶୁଭୁଛି କୀଟ ପତଙ୍ଗଙ୍କ ସ୍ୱର । ଏହାରି ଭିତରେ ଚିତା ପାଖରେ ଦେଖିବାକୁ ମିଳିଛି ଜଣେ ବୃଦ୍ଧଙ୍କୁ । ଜଳୁଥିବା ଶବ ପାଖରେ ଚୁପ୍‌ ଚାପ୍‌ ଘୋଡ଼େଇ ହୋଇ ଶୋଇଛନ୍ତି ଅସହାୟ ବୃଦ୍ଧ ଜଣକ ।

ଶ୍ମଶାନରେ ଜଳୁଛି ଚିତା ଶୁଭୁଛି କୀଟ ପତଙ୍ଗଙ୍କ ସ୍ୱର । ଏହାରି ଭିତରେ ଚିତା ପାଖରେ ଦେଖିବାକୁ ମିଳିଛି ଜଣେ ବୃଦ୍ଧଙ୍କୁ । ଜଳୁଥିବା ଶବ ପାଖରେ ଚୁପ୍‌ ଚାପ୍‌ ଘୋଡ଼େଇ ହୋଇ ଶୋଇଛନ୍ତି ଅସହାୟ ବୃଦ୍ଧ ଜଣକ ।

ଆମେ ସମସ୍ତେ ଜାଣିଛନ୍ତି ଶ୍ମଶାନ ଘାଟକୁ କେବଳ ମୃତକଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟ ଯାଇଥାଆନ୍ତି । ଆଉ ଶବଦାହ କରିବା ପରେ ନିଜ ନିଜ ଘରକୁ ଫେରି ଆସନ୍ତି । କାରଣ ଶ୍ମଶାନ ଏପରି ଏକ ସ୍ଥାନ ଯେଉଁଠି ଅଧିକ ସମୟ ରହିବାକୁ ଭୟ ଲାଗିଥାଏ । କିନ୍ତୁ ଏ ନିଶଦ୍ଦ ରାତିରେ ବିନା ଭୟରେ ବୃଦ୍ଧ ଜଣକ ଜଳୁଥିବା ଚିତା ପାଖରେ କାହିଁକି ଶୋଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶଶ୍ମାନ ଘାଟରେ ହୁତୁ ହୁତୁ ହୋଇ ଜଳୁଛି ଚିତା । ତା ପାଖରେ ଶୋଇଛନ୍ତି ଏହି ବୃଦ୍ଧ ଜଣକ। ତେବେ ଆପଣ ଭାବୁଥିବେ ବୃଦ୍ଧ ଜଣକ କାହିଁକି ଏପରି ଶୋଇଛନ୍ତି । ତାଙ୍କୁ କଣ ଶୋଇବାକୁ ଜାଗା ମିଳୁନି ? କିନ୍ତୁ ପ୍ରକୃତରେ ଏହାର କାରଣ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରି ପଡ଼ିବ।

ଏହି ଘଟଣାଟି ଉତ୍ତରପ୍ରଦେଶ କାନପୁରର । କାନପୁରରେ ୮ ରୁ ୯ ଡିଗ୍ରି ତାପମାତ୍ରା ରହିଥିବା ହେତୁ ପ୍ରବଳ ଥଣ୍ଡା ଅନୁଭୁତ ହେଉଥିଲା। ଲୋକେ ଘରୁ ବାହାରକୁ ବାହାରି ପାରୁନଥିଲେ । କିନ୍ତୁ କାନପୁରର କୋହନା ଥାନା ଅଧୀନସ୍ଥ ଭୈରବ ଘାଟରେ ଶୋଇଥିଲେ ବୃଦ୍ଧ । ସେ ଏପରି ଚିତା ପାଖରେ କାହିଁକି ଶୋଇଥିଲେ ତାଙ୍କୁ ପଚାରିବାରୁ ସେ କହିଥିଲେ…ମୋର ରହିବାକୁ ଘର ନାହିଁ । ମୁଁ ରାସ୍ତାଘାଟ ଯେଉଁଠି ପାଏ ଶୋଇପଡ଼େ । ଏବେ ଜୋରେ ଶୀତ ହେଉଥିବାରୁ ରାସ୍ତା କଡ଼ରେ ଶୋଇପାରିଲିନି । ଏହା ଶ୍ମଶାନ ରାସ୍ତା ଦେଇ ଯାଉଥିଲି ମୋତେ ଉଷୁମ ଲାଗିଲା । ତେଣୁ ମୁଁ ଏଇଠି ଅଟକିଗଲି । ଆଉ ଶଶ୍ମାନ ଭିତରକୁ ଆସିବା ପରେ ଶୀତ ଲାଗିଲାନି ମୋତେ ଆରାମ ଲାଗିଲା ତେଣୁ ମୁଁ ଏଇଠି ଶୋଇ ପଡ଼ିଲି ।

ଯେତେବେଳେ ବୃଦ୍ଧଙ୍କୁ ପୁଣି ପ୍ରଶ୍ନ କରିଥିଲେ ଆପଣଙ୍କୁ ଶୋଇବା ସମୟରେ ଭୟ ଲାଗିଲାନି…ସେତେ ବେଳେ ବୃଦ୍ଧ ଉତ୍ତର ଦେଇଥିଲେ ଭୟ କଣ ଆଜ୍ଞା…ପ୍ରତ୍ୟେକ ମଣିଷର ଶେଷ ସମୟ ଏମିତି ହିଁ…ସତ ସାମ୍ନାରେ ଭୟ କଣ..? ତେବେ ଏହି ବୃଦ୍ଧଙ୍କ ପରିଚୟ ମିଳିନଥିବା ବେଳେ ସେ ଏପରି ଶୋଇଥିବାର ଭିଡିଓ ସୋଶିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.