ଦେଢଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ସେରି କଲଚର ଫିଲଡ ଆସିଷ୍ଟାଣ୍ଟ

ଦେଢଲକ୍ଷ ଟଙ୍କା ଲାଞ୍ଚ ବନ୍ଧା ହେଲେ ସେରି କଲଚର ଫିଲଡ ଆସିଷ୍ଟାଣ୍ଟ। ବାରିପଦା ସେରିକଲଚର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫିସର କ୍ଷେତ୍ରୀୟ ସହାୟକ ବିଭୂତି କୁମାର ମଲିକଙ୍କୁ ଧରିଛି ଭିଜିଲାନ୍ସ।

ଦେଢଲକ୍ଷ ଟଙ୍କା ଲାଞ୍ଚ ବନ୍ଧା ହେଲେ ସେରି କଲଚର ଫିଲଡ ଆସିଷ୍ଟାଣ୍ଟ। ବାରିପଦା ସେରିକଲଚର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫିସର କ୍ଷେତ୍ରୀୟ ସହାୟକ ବିଭୂତି କୁମାର ମଲିକଙ୍କୁ ଧରିଛି ଭିଜିଲାନ୍ସ। ମୟୂରଭଞ୍ଜ ଟସର ଗ୍ରାମୀଣ ଗବେଷଣା ବିକାଶ ପରିଷଦର ଜଣେ ସଦସ୍ୟଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।

ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ବିଶୋଇ, କୁସୁମୀ ଓ ବାହାଲଦା ବ୍ଲକରେ ୧୫ଶହ ହେକ୍ଟର ଜମିରେ ଟସର ଗଛ ରୋପଣ ପାଇଁ ଅନୁମତି ପତ୍ର ପାଇଁ ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କାକୁ ବିଭୂତିଙ୍କଠାରୁ ଜବତ କରାଯାଇଛି।ପରେ ଆୟବର୍ହିଭୁତ ସଂପତ୍ତି ଠୁଳ ସନ୍ଦେହରେ ବିଭୂତିଙ୍କ ତିନିଟି ସ୍ଥାନରେ ଚଢଉ ଚଳାଇଛି ଭିଜିଲାନ୍ସ। ବାଲେଶ୍ବର ଭିଜିଲାନସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.