Below header

ଗ୍ରୀସ୍‍ ବୈଜ୍ଞାନିକଙ୍କ ଅନୁମାନ : ଇନଫ୍ରା ରେଡ ଏବଂ ଅତି ବାଇଗଣୀ କିରଣ ଯୋଗୁଁ କମିପାରେ କରୋନା ଭାଇରସ ସଂକ୍ରମଣ

କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଖରାର ପ୍ରକୋପ ବଢିଲେ କୁଆଡେ ଏହି ଭାଇରସର ସଂକ୍ରମଣ କମିଯିବ ବୋଲି କୁହାଯାଉଛି । ଗ୍ରୀସର ପ୍ରମୁଖ ବିଶେଷଜ୍ଞ ସଂସ୍ଥାର ବୈଜ୍ଞାନିକ କହିଛନ୍ତି, ସୂର୍ଯ୍ୟ କିରଣରେ ଥିବା ଇନଫ୍ରା ରେଡ ଏବଂ ଅତି ବାଇଗଣୀ କିରଣ ହିଁ କରୋନା ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ ବୋଲି ଅନୁମାନ କରାଯାଉଛି ।

photo

ବୈଜ୍ଞାନିକଙ୍କ କହିବାନୁସାରେ, ଥଣ୍ଡାଦିନ ସରିବା ପରେ ସୂର୍ଯ୍ୟଙ୍କ କିରଣର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଯାହାର ପରିଣାମ ଖୁବଶୀଘ୍ର ଦେଖିବାକୁ ମିଳିବ । ପ୍ରାକୃତିକ ରୂପେ ଖୋଲା ସ୍ଥାନରେ ସୂର୍ଯ୍ୟଙ୍କ କିରଣ ଯୋଗୁଁ ଭାଇରସର ସଂକ୍ରମିତ ଗତି ହ୍ରାସ ପାଇପାରେ । ଏହାଛଡା କୃତ୍ରିମ ଇନଫ୍ରା ରେଡ ଏବଂ ଅଲଟ୍ରା ଭଓଲେଟ କିରଣ ମଧ୍ୟ ସାନିଟାଇଜେସନ କରିବାରେ ବ୍ୟବହାର କରାଯାଇପାରିବ ।

ବୈଜ୍ଞାନିକଙ୍କ ଦାବି ଅନୁସାରେ, ଭାଇରସ ରୋକିବା ପାଇଁ ଖରାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଭାଇରସ ବଦଳୁଥିବା ପାଣିପାଗ, ଗରମ କିମ୍ବା ଥଣ୍ଡା ପରିସ୍ଥିତିରେ ପରିବର୍ତ୍ତନ ହୋଇନଥାଏ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଥିଲା । କିନ୍ତୁ ଇନଫ୍ରା ରେଡ କିମ୍ବା ଅତି ବାଇଗଣୀ ରଶ୍ମୀକୁ ନେଇ ଏପରି କୌଣସି ବିଶ୍ଲେଷଣ କରାଯାଇନାହିଁ ।

corona 1

ଚୀନରେ ଦେଶକୁ ସାନିଟାଇଜ କରିବା ପାଇଁ କୃତ୍ରିମ ୟୁଭି କିରଣକୁ ବ୍ୟବହାର କରାଯାଉଛି । ସୂର୍ଯ୍ୟ କିରଣରେ ଥିବା ମହତ୍ୱପୂର୍ଣ୍ଣ ତତ୍ତ୍ୱ ଇନଫ୍ରା ରେଡ କିରଣ ବାତାବରଣରେ ଗରମରୁ ଲୋକ ଏନର୍ଜି ଇଲେକ୍ଟ୍ରୋମ୍ୟୋଗନେଟିକ ତରଙ୍ଗ ବଢାଇଥାଏ । ସେହିପରି ଅତି ବାଇରଣୀ ରଙ୍ଗ ହାଇ ଏନର୍ଜି ଇଏମ୍‍ ତରଙ୍ଗ ଉତ୍ପନ୍ନ କରିଥାଏ । ଥଣ୍ଡା ଦିନରେ ଏହା ସାମାନ୍ୟ ପରିସ୍ଥିତିରେ ଦେଖାଯାଏ ନାହିଁ । ଏଥିପାଇଁ ଅଧିକ ଉର୍ଜା ଉତ୍ପନ୍ନ କରୁଥିବା ଅତି ବାଇଗଣୀ ରଶ୍ମୀର ପ୍ରଭାବ କୌଣସି ଜୀବର ଡିଏନଏ ଏବଂ ଆରଏନଏରେ ଥିବା ନ୍ୟୁକ୍ଲିକ ଏସିଡକୁ କ୍ଷତି ପହଞ୍ଚାଏ । ଏହି କିରଣ ଯୋଗୁଁ ଭାଇରସ ଶେଷ ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.