Below header

ଆପଣଙ୍କ ଘରେ ଯଦି ଅଛନ୍ତି ରାଧା-କୃଷ୍ଣଙ୍କ ଫଟୋ, ଜାଣନ୍ତୁ କେଉଁ ଦିଗରେ ଲଗାଇଲେ କ’ଣ ହେବ ଲାଭ

ରାଧା-କୃଷ୍ଣଙ୍କୁ ଅତୁଟ ପ୍ରେମର ପ୍ରତୀକ ମନାଯାଇଥାଏ । ଏଠାରେ ଜାଣନ୍ତୁ ରାଧା-କୃଷ୍ଣଙ୍କ ଫଟୋ ଘରେ କେଉଁଠି ଲଗାଇବା ଦରକାର ଓ କ’ଣ ସାବଧାନତା ଅବଲମ୍ବନ କରିବା ଉଚିତ୍‌ ।

ବାସ୍ତୁ ଶାସ୍ତ୍ରରେ ଘରେ ରଖାଯାଇଥିବା ସବୁ ବସ୍ତୁର ଶୁଭ ଓ ଅଶୁଭ ସ୍ଥାନ ରହିଛି । କାରଣ ଏହାର ସିଧା ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ବାସ୍ତୁ ଅନୁସାରେ ଘରେ ଯଦି ଛୋଟ ଛୋଟ ପରିବର୍ତ୍ତନ କରାଯାଏ, ତେବେ ମାନସିକ ଶାନ୍ତି ବନି ରହିଥାଏ । ଘରେ ମଧ୍ୟ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

ଆର୍ଥିକ ସମସ୍ୟାରୁ ମୁକ୍ତି,ଜୀବନରେ ପ୍ରେମ ଓ ସଖ-ଶାନ୍ତି ପାଇଁ ଘରେ ଦେବତାଙ୍କ ମୂର୍ତ୍ତି ଲଗାଯାଇଥାଏ । ହେଲେ ଏହି ପ୍ରତିମା ବା ଫଟୋ ଲଗାଇବାର ମଧ୍ୟ ନିୟମ ରହିଛି । ରାଧା-କୃଷ୍ଣଙ୍କୁ ଅତୁଟ ପ୍ରେମର ପ୍ରତୀକ ମନାଯାଇଥାଏ । ଏହି ଫଟୋ ଘରେ ଲଗାଇଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

ଏହି ଦିଗରେ ରାଧା-କୃଷ୍ଣଙ୍କ ଫଟୋ ଲଗାଇଲେ ଶୁଭ ହୋଇଥାଏ :

୧. ଗର୍ଭବତୀଙ୍କ ରୁମରେ ଶ୍ରୀକୃଷ୍ଣଙ୍କ ବାଳ ସ୍ୱରୁପ ଫଟୋ ଲଗାଇବା ଦରକାର । ଏହାଦ୍ୱାରା ନକରାତ୍ମକ ବିଚାର ଆସିନଥାଏ । ଗର୍ଭ ସମୟରେ ଶ୍ରୀକୃଷ୍ଣଙ୍କ ବାଳ ସ୍ୱରୁପ ଫଟୋ ଦେଖିଲେ ସନ୍ତାନ ଉପରେ ଭଲ ପ୍ରଭାବ ପଡ଼ିଥାଏ ।

୨. ବେଡରୁମରେ ଭଗବାନଙ୍କ ଫଟୋ ଲଗାଇବା କଥା ନୁହେଁ । ହେଲେ ରାଧା-କୃଷ୍ଣଙ୍କ ଫଟୋ ବେଡରୁମରେ ଲଗାଇ ପାରିବେ । ବେଡରୁମରେ ଶ୍ରୀକୃଷ୍ଣଙ୍କ ବାଳ ସ୍ୱରୁପ ଫଟୋ ଲଗାଇବା ବୈବାହିକ ଜୀବନରେ ମଧୁରତା ଆସିଥାଏ ।

୩. ବେଡରୁମରେ ରାଧା-କୃଷ୍ଣଙ୍କ ଫଟୋ ଉତ୍ତର-ପୂର୍ବ ଦିଗରେ ଲଗାଇବା ଭଲ ହୋଇଥାଏ । ଯଦି ଆଟାଚ ବାଥରୁମ ଥାଏ,ତେବେ ବାଥରୁମ କାନ୍ଥରେ ଫଟୋ ଲଗାନ୍ତୁ ନାହିଁ ।

୪. ଯଦି ବେଡରୂୁମରେ ରାଧା କୃଷ୍ଣଙ୍କ ଫଟୋ ଲଗାଉଛନ୍ତି,ତେବେ ଏହାର ପୂଜା କରନ୍ତୁ ନାହିଁ । ପୂଚା କରିବାକୁ ଚାହୁଁଥିଲେ ଏଥିପାଇଁ ଆପଣ ପୂଜା ସ୍ଥାନ ହିଁ ବାଛନ୍ତୁ ।

୫. ଯଦି ବେଡରୁମରେ ରାଧା କୃଷ୍ଣଙ୍କ ଫଟୋ ଲଗାଉଛନ୍ତି, ତେବେ ସେଠାରେ ଅନ୍ୟ ଦେବତା କିମ୍ବା ଗୋପୀଙ୍କୁ ରଖନ୍ତୁ ନାହିଁ ।

୬. ଯଦି ବେଡରୁମରେ ରାଧା କୃଷ୍ଣଙ୍କ ଫଟୋ ଲଗାଉଛନ୍ତି, ତେବେ ପୂର୍ବ ଦିଗରେ ହିଁ ଲଗାନ୍ତୁ । ହେଲେ ଧ୍ୟାନ ରଖନ୍ତୁ ଏହାକୁ ପୂର୍ବ ଦିଗରେ ହିଁ ଲଗାନ୍ତୁ । ତେବେ ଫଟୋ ଆଡକୁ ଗୋଡ କରନ୍ତୁ ନାହିଁ ।

୭. ଘରର ଉତ୍ତର ଦିଗରେ କୃଷ୍ଣଙ୍କ ଏହି ଫଟୋ ଲଗାନ୍ତୁ, ଯେଉଁଥିରେ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଉଥିବେ । ଏଥିରେ ଚାକିରି କ୍ଷେତ୍ରରେ ସମସ୍ୟା ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.