ଘରେ ବି କରିପାରିବେ ଏହି ବ୍ୟାୟାମ, ଏହି ବ୍ୟାୟାମ କହିବ ଆପଣଙ୍କ ଆୟୁଷ କେତେ…

ବର୍ତ୍ତମାନ ସୁସ୍ଥ ରହିବା ପାଇଁ କିଏ କେତେ କଣ କରୁଛନ୍ତି । ବିଶେଷକରି ନିଜ ଲାଇଫଷ୍ଟାଇଲ ଉପରେ ସମସ୍ତେ ଏବେ ବେଶୀ ଧ୍ୟାନ ଦେଉଛନ୍ତି । ପ୍ରତ୍ୟେକଦିନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୁସ୍ଥ ରହିବାର ଟିପ୍ସ ସହ ଖାଦ୍ୟ ଖାଇବାକୁ ନେଇ, ଶୋଇବା ପର୍ଯ୍ୟନ୍ତ ଏମିତିିକି ବାୟାମ କରିବାକୁ ମଧ୍ୟ ପରାମର୍ଶ ଦେବା କଥା ଆପଣ ଜାଣନ୍ତି । ଯଦି ଲମ୍ବା ଜୀବନ ଓ ନିରେଗୀ ରହିବାର ଅଛି ତେବେ ଫିଟ ରହିବା ନିହାତି ଜରୁରୀ । ଶାରିରୀକ ସନ୍ତୁଳନ ସହ ମାନସିକ ସନ୍ତୁଳନ ମଧ୍ୟ ଆବଶ୍ୟକ । ସେମିତି ଏକ କଥା ସାମନାକୁ ଆସିଛି ଯେଉଁ ସନ୍ତୁଳନ ଆପଣଙ୍କ ଜୀବନ ବିଷୟରେ ବି ଭବିଷ୍ୟବାଣୀ କରିପାରେ । ଜାଣିବା ବିସ୍ତ୍କୁତ ଭାବରେ କଣ ସେହି ଉପାୟ ।

ବ୍ରାଜିଲରେ ହୋଇଥିବା ଟେଷ୍ଟ ହିସାବରେ ଏକ ରିସର୍ଚ୍ଚ ମୁତାବିକ ଗୋଟିଏ ପାଦରେ ଛିଡାହେବାର ସନ୍ତୁଳନ ଏହା କହିପାରେ କି ସେହି ବ୍ୟକ୍ତି କେତେ ଲମ୍ବାଜୀବନ ବିତାଇପାରେ । ରିସର୍ଚ୍ଚ ହିସାବରେ ୫୦ ବର୍ଷରୁ ଅଧିକ ବୟସର ଲୋକେ ଯଦି ଗୋଟିଏ ପାଦରେ ୧୦ସେକେଣ୍ଡରୁ ଅଧିକ ସମୟ ଛିଡା ହୋଇପାରୁନାହାନ୍ତି ତେବେ ଆଗାମୀ ୧୦ବର୍ଷ ମଧ୍ୟରେ ସେମାନଙ୍କ ମୃତ୍ୟୁର ସମ୍ଭାବନା ଦୁଇଗୁଣା ହୋଇଯାଏ ।

ବ୍ରାଜିଲର ବୈଜ୍ଞାନିକମାନେ ଏହାକୁ ନେଇ ୧୦ବର୍ଷ ଯାଏଁ ରିସର୍ଚ୍ଚ କରି ଷ୍ଟଡି କରିଥିଲେ । ଆଉ ଏହି ସମୟରେ ୧୦ବର୍ଷ ଯାଏଁ ଲୋକଙ୍କର ବାଲାନ୍ସ ଟେଷ୍ଟ ନିଆଯାଇଥିଲା । ଏହି ଷ୍ଟଡିର ଅର୍ଥ ଏଇଆ ଥିଲା କି କଣ କିଛି ସମୟ ଯାଏଁ ଗୋଟେ ପାଦରେ ଛିଡା ହେବାର ଆଧାରରେ ଆୟୁଷର ସୂଚନା ମିଲିପାରେ କି । ଅନୁସନ୍ଧାନକାରୀମାନେ ଜାଣିବାକୁ ଚାହୁଁଥିଲେ କି କଣ ଏହି ଟେଷ୍ଟକୁ ଲୋକଙ୍କ ରୁଟିନ ହେଲ୍ଥ ଟେକଅପରେ ସାମିଲ କରିବା ଜରୁରୀ କି ।

ଏହା ଜାମିବା ପାଇଁ ୧୭୦୦ଲୋକଙକ୍‌ ଉପରେ ଷ୍ଟଡି କରାଯାଇଥିଲା । ବର୍ଷ ୨୦୦୯ ସେମାନଙ୍କର ରୁଟିନ ଚେକଅପ କରାଗଲା । ପ୍ରଥମ ଥର ଟେଷ୍ଟ ସମୟରେ ସେମାନଙ୍କର ବୟସ ୫୧ରୁ ୭୫ବୟସ ମଧ୍ୟରେ ଥିଲା । ଏଥିରେ ୬୧ପ୍ରତିଶତ ବର୍ଷ ବୟସର ଲୋକେ ବାହାରିଗଲେ । ଏହି ଲୋକଙକ୍‌ ମଧ୍ୟରେ ୬୮ପ୍ରତିଶତ ପୁରୁଷ ଥିଲେ । ଏହି ୧୦ ବର୍ଷର ଷ୍ଟଡି ମଧ୍ୟରେ ୨୧ପ୍ରତିଶତ ଲୋକେ ବାଲାନ୍ସ ଟେଷ୍ଟରେ ଫେଲ ହୋଇଗଲେ । ଅର୍ଥାତ ସେମାନେ ଗୋଟିଏ ପାଦରେ ୧୦ସେକେଣ୍ଡ ବି ତିଷ୍ଟି ରହିପାରିଲେନି । ଆଉ ଯେମିତି ଯେମିତି ବୟସ ବଢିବାରେ ଲାଗିଲା ବୟସ ଅନୁସାରେ ଟେଷ୍ଟରେ ଫେଲ ହେବାର ଟ୍ରେଣ୍ଡ ବଢି ବଢିଗଲା ।

ଯଦି ପରିସଂଖ୍ୟନ କଥା କହିବା ତେବେ ୫୧ରୁ ୫୫ ବୟସ ମଧ୍ୟରେ ୫ପ୍ରତିଶତ ଲୋକେ ଏହି ଟେଷ୍ଟ ପାସ କରିପାରିଲେ ନାହିଁ । ୫୬ରୁ ୬୦ବର୍ଷର ୮ପ୍ରତିଶତ ଲୋକେ ଏହି ଟେଷ୍ଟରେ ଫେଲ ହେଲେ । ୬୧ରୁ ୬୫ବର୍ଷ ବୟସର ଲୋକଙକ୍‌ ମଧ୍ୟରେ ୧୮ପ୍ରତିଶତ ଲୋକେ ଟେଷ୍ଟ ପାସ କରିପାରିଲେ ନାହିଁ । ସହିଭଳି ୬୬ରୁ ୭୦ ବର୍ଷ ବୟସର ଲୋକଙ୍କ ମଧ୍ୟରେ ୩୭ପ୍ରତିଶତଏହି ବାଲାନ୍ସ ଟେଷ୍ଟ ପାସ କରିପାରିଲେ ନାହିଁ । ଅନ୍ୟପଟେ ୭୧ରୁ ୭୫ବର୍ଷ ବୟସର ଲୋକେ ଅର୍ଥାତ ୫୪ପ୍ରତିଶତ ଲୋକେ ଏହାକ ପାସ କରିପାରିଲେ ନାହିଁ ।

୧୦ ବର୍ଷ ମଧ୍ୟରେ ଥିବା ଲମ୍ବା ଅବଧି ମଧ୍ୟରେ ହୋଇଥିବା ଏହି ରିସର୍ଚ୍ଚ ଷ୍ଟଡିରେ ଅନୁସନ୍ଧାକାରୀ ମାନେ ଜାଣିବାକୁ ପାଇଲେ କି ଫେଲ ହୋଇତିବା ଲୋକଙ୍କର ଶୀଘ୍ର ମୃତ୍ୟୁ ହେବାର ସମ୍ଭାବନା ବଢିଯାଏ । ଫେଲ ହୋଇଥିବା ଲୋକଙ୍କ ମଧ୍ୟରେ ୧୭.୫ ପ୍ରତିଶତ ଲୋକଙ୍କ ମୃତ୍ୟୁ ଆଗାମୀ ୧୦ ବର୍ଷ ମଧ୍ୟରେ ହୋଇତିଲା । କିନ୍ତୁ ସେହି ସମୟ ଭିତରେ ଟେଷ୍ଟ ପାସ କରିଥିବା ଲୋକଙ୍କ ମଦ୍ୟରୁ ମାତ୍ର ୪.୬ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଥିଲା । ବୈଜ୍ଞାନିକମାନେ ଟେଷ୍ଟ ପେଲ ହୋଇତଥିବା ଲୋକଙ୍କର ରୋଗର ମଧ୍ୟ ଯାଞ୍ଜ କରିଥିଲେ । ଯେଉଁତିରେ ଏକ ବଡ କଥା ସାମନାକୁ ଆସିଥିଲା । ଯେମିତିକି ମୋଟାପା, ହାଇପରଟେନ୍ସନ, ଡିସଲିପିଡେମିଆ ଓ କୋରୋନରୀ ଆର୍ଟେରୀ ଡିଜିଜ ଭଳି ରୋଗରେ ପିଡୀତ ଥିବାର ଜାଣିବାକୁ ପାଇତିଲେ ।

ଏହି ବାଲାନ୍ସ ଟେଷ୍ଟ କୌଣସି ଲ୍ୟାବ ଅଥବା ଟେକନିକାଲ ଯାଞ୍ଚ ନୁହେଁ ଏହକୁ ଘରେ ମଧ୍ୟ ଯାଞ୍ଚ କରାଯାଇପାରିବ । ପ୍ରଥମେ ଆପଣ ଗୋଟିଏ ପାଦରେ ଛିଡା ହୁଅନ୍ତୁ । ବାମ ଅଥବା ଡାହାଣ ଯାହା ବି ବ୍ୟବହାର କରିପାରିବେ । ଯେଉଁପାଦ ଆପଣ ଉପରକୁ ଉଠାଉଛନ୍ତି ତାକୁ ଆପଣ ଅନ୍ୟ ଗୋଡର ପଛରେ ରଖନ୍ତୁ । ନିଜର ଦୁଇହାତକୁ ସାଇଡରେ ରଖନ୍ତୁ । ଟେଷ୍ଟ ସମୟରେ ନିଜ ଆଖିର ଲେବଲକୁ ଦୁଇ ମିଟର ଦୂର ଯାଏଁ ରଖନ୍ତୁ । ଏହି ଟେଷ୍ଟକୁ କରିବା ପାଇଁ ଅତି କମରେ ୩ଟି ଚାନ୍ସ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.